ହିନ୍ଦୁମାନେ ଅନେକ ପ୍ରଥା ଓ ପରମ୍ପରା ପାଳନ କରନ୍ତି। କିନ୍ତୁ ଅଧିକାଂଶ ସମୟରେ କେତେକ ପ୍ରଥାର ବାସ୍ତବ ତାତ୍ପର୍ଯ୍ୟ ନ ଜାଣି ଅନ୍ଧଭାବରେ ତାକୁ ଅନୁସରଣ କରି ଥାଆନ୍ତି। ସେ ଭଳି ଏକ ଅନ୍ଧ ଅନୁସରଣ ପ୍ରଥା ହେଉଛି କପାଳରେ ବିଭୁତି ବା ଭସ୍ମ ବୋଳିବା। ସାଧାରଣତଃ ମନ୍ଦିରରେ ପୁରୋହିତମାନେ କପାଳରେ ତିନୋଟି ବିଭୁତି ରେଖା ଟାଣି ଥିବାର ଆମେ ଦେଖୁ। କେବଳ ପୂଜକ ନୁହନ୍ତି, ଶବଭକ୍ତ, ସମର୍ଥ ବ୍ରାହ୍ମଣ ଏବଂ ଲିଙ୍ଗାୟତ ମହିଳା ଓ ପିଲାମାନେ କପାଳରେ ବିଭୁତି ଘେନା କରନ୍ତି।
ବିଭୁତି ଭାବେ ଜଣା, ପାଉଁଶ ବା ଭସ୍ମକୁ ତର୍ଜନୀ, ମଧ୍ୟମା ଓ ପରି ଆଙ୍ଗୁଠି ସାହାଯ୍ୟରେ କପାଳରେ ଘେନା ଯାଏ।
କିନ୍ତୁ କ’ଣ ପାଇଁ କପାଳରେ ବିଭୁତି ଘେନା ଯାଏ? ଏହାର କାରଣ ହେଲା, ବିଭୁତି ରିଷ୍ଟ ଖଣ୍ଡନକାରୀ। ଏହା ମାନବକୁ ଯେ କୌଣସି ମନ୍ଦ ବା ନକାରାତ୍ମକ ଶକ୍ତି କବଳରୁ ରକ୍ଷା କରିଥାଏ।
ସେଇଥି ପାଇଁ ହିଁ ଈଶ୍ୱର ନିଜ ଶରୀରରେ ଭସ୍ମ ଲେପନ କରିଥାଆନ୍ତି। ପୁରାଣ ମତେ, ଭୃଗୁ ନାମରେ ଥିଲେ ଜଣେ ଋଷି। ସେ କେବଳ ବଣରେ ମିଳୁଥିବା ଫଳ ପତ୍ର ଖାଇ ଘୋର ପତାଚରଣ କରୁଥିଲେ।
ଦିନେ ସେ ଘାସ କାଟିବାବେଳେ ଦୈବାତ୍ ନିଜ ଆଙ୍ଗୁଠି କାଟି ପକାଇଲେ। ଆଙ୍ଗୁଠି କ୍ଷତରୁ ରକ୍ତ ପରିବର୍ତ୍ତେ କ୍ଷୀର ବାହାରୁ ଥିବାର ସେ ଦେଖିଲେ। ଏ କଥା ଦେଖି ସେ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଭାରି ଗର୍ବ କଲେ। ସେ କହିଲେ କି, ତାଙ୍କର ସାଧନା ସିଦ୍ଧି ହୋଇଥିବାରୁ ତାଙ୍କ ରକ୍ତ କୌଣସି ପବିତ୍ର ବୃକ୍ଷର କ୍ଷୀର ପରି ହୋଇ ଯାଇଛି।
ଏଥିରେ ଶିବ ଜଣେ ବୃଦ୍ଧ ବେଶରେ ଆସି ତାଙ୍କୁ କହିଲେ, ତରୁଲତା ପୋଡ଼ି ପାଉଁଶ ହୋଇଯାଉଥିବା ବେଳେ ଏଇଟା ଗୋଟାଏ କି ବଡ଼ କଥା ଯେ? ତା’ପରେ ଛଦ୍ମବେଶୀ ଶିବ ତୁରନ୍ତ ନିଜ ଆଙ୍ଗୁଠି କାଟି ପକାଇ ସେଥିରୁ ବିଭୁତି ବାହାର କଲେ। ସେତେବେଳେ ଯାଇ ଭୃଗୁ ଋଷିଙ୍କର ହୃଦ୍ବୋଧ ହେଲା ଯେ ତାଙ୍କ ଗର୍ବ ଖର୍ବ କରିବାକୁ ସ୍ୱଂୟ ଭଗବାନ ଶିବ ଉଭା ହୋଇଛନ୍ତି।
ସେଇ କାରଣରୁ ବିଭୁତିକୁ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ମନରୁ ମନ୍ଦ ବା ନକାରାତ୍ମକ ଭାବନା ଦୂରେଇବା ପାଇଁ ହିନ୍ଦୁମାନେ କପାଳରେ ପବିତ୍ର ବିଭୁତି ଘେନା କରନ୍ତି।