ନୂଆଦିଲ୍ଲୀ: କାହିଁକି ଖୁସିରେ ନାହିଁ ଆମ ଦେଶ ? କାହିଁକି ଅନ୍ୟ ଦେଶ ତୁଳନାରେ ଖୁସିର ତାଲିକାରେ ପଛରେ ରହିଛି ଭାରତ ? କାହିଁକି ଖୁସିରେ ନାହାନ୍ତି ଭାରତୀୟ ? ଉଦାସିନତା, ବ୍ୟସ୍ତତା ଏବଂ ଦୁଃଖି ରହିବା ପଛର କାରଣ କଣ ? କାହିଁକି ଫିନଲ୍ୟାଣ୍ଡ ପରି ଖୁସିରେ ରହି ପାରୁନାହାନ୍ତି ଭାରତର ଲୋକେ ? ଯେତେବେଳେ ବିଶ୍ବର ଖୁସି ଦେଶର ତାଲିକା ସାମ୍ନାକୁ ଆସିଛି ଆଉ ଭାରତର ସ୍ଥାନ ଯେତେବେଳେ ୧୧୮ରେ ରହିଛି ସେତେବେଳେ ଖୁସିକୁ ନେଇ ଚର୍ଚ୍ଚା, ଆଲୋଚନା ଏବଂ ତର୍ଜମା ଚାଲିଛି । ଖୁସି ଖୋଜିବାକୁ ପୁନଶ୍ଚ ପ୍ରୟାସ ଜାରି ରହିଛି  । ତେବେ କାହିଁକି ଖୁସିରେ ନାହାନ୍ତି ଭାରତୀୟ ? ଏ ପ୍ରଶ୍ନ ଯେବେ ମନକୁ ଆସେ ସେବେ ଭାରତୀୟମାନେ ଖୁସି ନଥିବା ପଛରେ ଅନେକ କାରଣ ସାମ୍ନାକୁ ଆସେ...

Advertisment
happiness lost
Photograph: (Sambad.in)

କାହିଁକି ଖୁସିରେ ନାହାନ୍ତି ଭାରତୀୟ ?

-ଦୈନନ୍ଦୀନ ଜୀବନ, କର୍ମମୟ ଜୀବନ ଦିନକୁ ଦିନ ଅଧିକ ଚାପଗ୍ରସ୍ତ ହେବା
-ପାରିବାରିକ ଏବଂ ଆର୍ଥିକ ସ୍ଥିତିକୁ ନେଇ ଭାରତୀୟମାନେ ଚିନ୍ତାଗ୍ରସ୍ତ ହେବା
-ରୋଜଗାର ନମିଳିବା ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇବା
-କରୋନା ପରଠୁ ଅନେକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି, ଯାହା ଆଜି ଯାଏଁ ସୁଦୃଢ ହେଉନି । ଏହା ମଧ୍ୟ ଅନ୍ୟ ଏକ କାରଣ ଉଦାସିନତା ପାଇଁ
-ସାମାଜିକ ସହଯୋଗର ଅଭାବରୁ ମଣିଷ ଖୁସିରେ ନଥାଏ
-ଚାକିରି ଯିବାର ଭୟ, କର୍ମ କ୍ଷେତ୍ରରେ ଗୋଡଟଣା ଟଣି ଖୁସି ହଜିବାର ମୁଖ୍ୟ କାରଣ
-ପାରିବାରିକ ସମସ୍ୟା, ପତି-ପତ୍ନୀଙ୍କ ଭିତରେ ଘରୋଇ କଳି
- ଦୁର୍ବଳ ଅର୍ଥନୈତିକ ସ୍ଥିତି, ନିମ୍ନମୁଖୀ ଜିଡିପି, ମାତ୍ରାଧିକ ଦରବୃଦ୍ଧି ଆଦି ନାଗରିକଙ୍କୁ ଅସୁଖୀ ଓ ଉଦାସ ରଖେ
- ଅଯଥା କାମନା ଓ ଲାଳସା ଜୀବନକୁ ଭାରାକ୍ରାନ୍ତ କରିଦିଏ, ଏହା ଖୁସି କମେଇବାର କାରଣ ମଧ୍ୟ
-ଭବିଷ୍ୟତକୁ ନେଇ ଅନିଶ୍ଚିତତା ପ୍ରକାଶ କରିବା, ଅଯଥା ଆତଙ୍କିତ ହେବା ଉଦାସ ହେବାର ଲକ୍ଷଣ
-ଦୁର୍ନୀତି,ଦେଶରେ ବୃଦ୍ଧି ପାଉଥିବା ଭ୍ରଷ୍ଟାଚାର, ସ୍ବାଧୀନତାରେ ଅଙ୍କୁଶ ଓ ଧର୍ମୀୟ ଭାବନା ନେଇ ଗଣ୍ଡଗୋଳ ଖୁସି ଛଡାଇ ନେବାର କାରଣ


ଯଦିଓ ଆମେ ଫିନଲ୍ୟାଣ୍ଡ ପରି ଖୁସିର ତାଲିକାରେ ହଠାତ୍ ୧ ନମ୍ବରରେ ରହିପାରିବାନି ମାତ୍ର ପ୍ରୟାସ କଲେ ଭାରତୀୟଙ୍କ ଭିତରେ ସେ ଖୁସି ଫେରି ଆସିବ

କେମିତି ରହିବେ ଖୁସିରେ...?

-ନିଜ ଭିତରେ ଖୁସିକୁ ଖୋଜିବା
-ଖୁସି ବାଣ୍ଟିଲେ ବଢେ, ସମସ୍ତଙ୍କ ସହ ଭଲ ସମ୍ପର୍କ ରଖନ୍ତୁ
-ଜୀବନ ଯେଉଁଭଳି ଭାବେ ଗତି କରୁଛି ସେଇଭଳି ଭାବେ ଆମେ ତାକୁ ଗ୍ରହଣ କରି ଆଗକୁ ବଢିବା, ଦେଖିବେ ଜୀବନ ଖୁସିରେ ଭରିଯିବ
-ଲୋଭ, ମୋହ, ମାୟା, ଲାଞ୍ଚ, ଅଯଥା କାମନା ଓ ଲାଳସା ଦୁଃଖର କାରଣ, ଏହାଠରୁ ଦୂରେଇ ରୁହନ୍ତୁ
-ଅନ୍ୟକୁ ସହଯୋଗ କରିବା, ବିପଦ ଆପଦରେ ଛିଡା ହେବା ହିଁ ମଣିଷକୁ ଖୁସି ଦିଏ
-ଆମ ପରିବାର, ଆମ ଚାରିପାଖର ଲୋକ ଖୁସିରେ ରହିଲେ ଆମେ ଖୁସି ରହିବା
-ପରିବାର ସଦସ୍ୟ, ପଡ଼ୋଶୀ, କର୍ମ ସଂସ୍ଥାନର ସହକର୍ମୀ ଓ ବନ୍ଧୁ ପରିଜନଙ୍କ ସହ ସୁସମ୍ପର୍କ ଖୁସି ଦିଏ
-ଆଧ୍ୟାତ୍ମିକ ଜୀବନ ଯାପନ ଏବଂ ଈଶ୍ବରୀୟ ଚିନ୍ତାଧାରା ଜୀବନରେ ଖୁସି ଭରିଦିଏ
-ଆତ୍ମସନ୍ତୋଷ ଏବଂ ଆତ୍ମବିଶ୍ବାସ ମଧ୍ୟ ମଣିଷକୁ ଖୁସି କରାଏ
-ଭବିଷ୍ୟତକୁ ନେଇ ସର୍ବଦା ଭଲ ଚିନ୍ତା କରିବା ଖୁସି ଜୀବନର ସୁନ୍ଦର ସୂତ୍ର