କାହିଁକି ରାତି ୩ ସମୟକୁ ସୈତାନଙ୍କ ସମୟ କୁହାଯାଏ! ବାସ୍ତବରେ ଅଛି କି ଭୂତର ପ୍ରଭାବ?

ଆପଣଙ୍କର ଭୂତ-ପ୍ରେତ ନେଇ ବିଶ୍ୱାସ ଥାଉ କି ନଥାଉ। ବାସ୍ତବରେ ଭୂତ-ପ୍ରେତଙ୍କ ପ୍ରଭାବ ଅଛି କି ନାହିଁ ତାହା ଆମେ ବି ଜାଣୁନା। ମାତ୍ର ପିଲାଦିନେ କାହାଣୀ ଆକାରରେ ଏକଥା ନିଶ୍ଚୟ ଶୁଣିଥିବେ ଯେ ରାତି ପ୍ରାୟ ୩ଟାକୁ ଭୂତମାନଙ୍କର ମୁହୂର୍ତ୍ତ ବୋଲି କୁହାଯାଏ। ସବୁ କଥା ପଛରେ କିଛି କାରଣ ବା କାହାଣୀ ନିଶ୍ଚୟ ଲୁଚି ରହିଛି। କେତେକ କଥାକୁ ଆମେ ଆଖି ବୁଜି ବିଶ୍ୱାସ କରନ୍ତି ତ ଆଉ କେତେକ କଥାର ସତ୍ୟାସତ୍ୟକୁ ନେଇ ସନ୍ଦେହ କରନ୍ତି। ସଂସାରରେ ଅଶରୀରି ବା ଭୂତ, ପ୍ରେତ, ଡାହାଣୀ ଆଦିଙ୍କ ସତ୍ତ୍ୱା ସେହିଭଳି ଏକ ପ୍ରଶ୍ନବାଚୀ ମାତ୍ର। ଆଗକାଳର ଜେଜେ, ଜେଜେମାଆଙ୍କ କହିବା ଅନୁଯାୟୀ ରାତି ୩ଟାରେ କୁଆଡ଼େ ଏମାନେ ଶକ୍ତିଶାଳୀ ହୋଇ ଉଠନ୍ତି। ଏମାନଙ୍କ ସାମ୍ନାରେ ଯିଏ ବି ପଡ଼ନ୍ତି ସେ ତାଙ୍କର କ୍ଷତି କରନ୍ତି।

ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ନିକଟରେ କିଛି ଗବେଷକ ଏକ ଗବେଷଣା କଲେ। ସେମାନେ ଭୂତ-ପ୍ରେତ ରହୁଛି ବୋଲି ଦାବି କରାଯାଉଥିବା ଅଞ୍ଚଳଗୁଡ଼ିକୁ ଯାଇ ରାତିରେ ବୁଲିବାକୁ ଲାଗିଲେ। ରାତି ୨ରୁ ୪ ମଧ୍ୟରେ ବୁଲି ବାସ୍ତବକୁ ଖୋଜିଲେ। ସେମାନେ ସେପରି କୌଣସି ପ୍ରଭାବ ଅନୁଭବ କଲେ ନାହିଁ। ଗବେଷକମାନଙ୍କ କହିବା ଅନୁଯାୟୀ, ବିଳମ୍ବିତ ରାତ୍ରୀରେ ମଣିଷ ଶରୀର ପ୍ରଭାବଶୂନ୍ୟ ହେବାକୁ ଲାଗେ। ରାତି ସମୟରେ ଶରୀର ଦୁର୍ବଳ ହେବା ସହ ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ। ସେଥିପାଇଁ ସୃଜନଶୀଳ ବ୍ୟକ୍ତିମାନେ ରାତ୍ରି ସମୟରେ ସାହିତ୍ୟ, ସଂଗୀତ ଓ ବିଭିନ୍ନ କଳାତ୍ମକ କାର୍ଯ୍ୟରେ ବୁଡ଼ି ରହନ୍ତି। ମାତ୍ର ମସ୍ତିଷ୍କ ଚଳଚଞ୍ଚଳ ହୋଇ ଉଠିବାରୁ ଅନ୍ଧାରୁଆ ପରିବେଶ ମାନସିକତାରେ ଏକ ଅଜଣା ଭୟ ସୃଷ୍ଟି କରାଏ। ଯାହାକି ଆମ ସାମ୍ନାରେ ଭୂତ ହୋଇ ଠିଆ ହୁଏ।

ଅନ୍ୟପକ୍ଷରେ ଇଂରାଜୀ ହରର୍‌ ସିନେମାଗୁଡ଼ିକରେ ପ୍ରାୟ ରାତି ସମୟକୁ ଭୂତମାନଙ୍କ ସମୟ ବୋଲି ଦୃଶ୍ୟମାନ କରାଯାଏ। ଦୀର୍ଘ ବର୍ଷ ଧରି ସିନେମା ଜରିଆରେ ଲୋକମାନଙ୍କୁ ଦିଆଯାଉଥିବା ଏକ ମନୋରଞ୍ଜନ ଧୀରେ ଧୀରେ ଦୃଢ଼ ହେବାରେ ଲାଗିଛି। ଫଳରେ ରାତି ସମୟ ଭୂତଙ୍କ ସମୟ ବୋଲି ଆମ ମନରେ ବସା ବାନ୍ଧି ଦେଇଛି।

ସମ୍ବନ୍ଧିତ ଖବର