ପରିବାରର କେହି ବୟସ୍କଙ୍କ ମୃତ୍ୟୁ ଘଟିଲେ ଘରର ପୁରୁଷଲୋକେ ଲଣ୍ଡା ହେବା କଥାଟି ହିନ୍ଦୁ ଧର୍ମର ବହୁ ପ୍ରଚଳିତ ପ୍ରଥା। ଆଜି ସେ ସଂପର୍କରେ ଆଲୋଚନ କରିବା ଯେ କାହିଁକି ଘରର କେହି ମରିଗଲେ ପୁଅ, ନାତି ଏବଂ ଅନ୍ୟାନ୍ୟ ସଂପର୍କୀୟମାନେ ଲଣ୍ଡା ହୋଇଥାନ୍ତି।
ପ୍ରଥମତଃ ଏହା ଏକ ଧରଣର ପରିଚ୍ଛନ। ଯେହେତୁ ମୃତକଙ୍କ ମୃତକ୍ରିୟା ସଂପୂର୍ଣ୍ଣ ଶ୍ରଦ୍ଧାର ସହ ସମ୍ପାଦନା କରାଯାଇଥାଏ ତେଣୁ କେଶ କାଟି ନିଜକୁ ସୁଦ୍ଧ କରି କ୍ରିୟା କଲେ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।
/sambad/media/post_attachments/wp-content/uploads/2018/01/62a26a0b97c38d9a50742850303aaa12_1451293938-300x107.jpg)
ଏହାବ୍ୟତୀତ ଲଣ୍ଡା ହେବା ମୃତକଙ୍କ ପ୍ରତି ଏକ ରକମର ସମ୍ମାନ ବୋଲି କହିପାରନ୍ତି। କେଶ ମଣିଷର ସୌନ୍ଦର୍ଯ୍ୟ ବୃଦ୍ଧି କରାଏ। ଘରର କାହାରି ମୃତ୍ୟୁ ଘଟିଲେ ତାଙ୍କ ଉଦ୍ଦେଶ୍ୟରେ କିଛି ଦିନ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟ ହାନୀ ଘଟାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ବି ମୃତକଙ୍କ ପ୍ରତି ଏକ ପ୍ରକାର ସମ୍ମାନ।
ପୂର୍ବରୁ ଏହି ପ୍ରଥା ପତ୍ନୀ ପାଳନ କରୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ଲଣ୍ଡା ହେଉଥିଲେ ଏବଂ ଜୀବନସାରା ଆଉ କେଶ ରଖିବାର ସୁଯୋଗ ପାଉନଥିଲେ। ଧୀରେ ଧୀରେ ଏହି ପ୍ରଥା ଲିଭିଗଲା। ମାତ୍ର ଏବେ ବି ଘରର ପୁରୁଷ ଲୋକେ ଏହାକୁ ପାଳନ କରି ଆସୁଛନ୍ତି।
ଲଣ୍ଡା ହେବା ଏକ ପ୍ରକାର ଅହଂକାର ତ୍ୟାଗର ସଂକେତ। କେହି ଆତ୍ମୀୟଙ୍କ ମୃତ୍ୟୁରେ ତାଙ୍କୁ ଶ୍ରଦ୍ଧା କରୁଥିବା ବ୍ୟକ୍ତି ଲଣ୍ଡା ହୋଇ ନିଜର ଅହଂକାର ତ୍ୟାଗ କରିଥାନ୍ତି ବୋଲି ବିଶ୍ୱାସ ରହିଛି।
/sambad/media/post_attachments/wp-content/uploads/2018/01/ffc2f48f928a46764a1e764d92d84c4e_1451293893-300x107.jpg)
ଆହୁରି ବି ବିଶ୍ୱାସ ରହିଛି ଯେ କେହି ଲଣ୍ଡା ହୁଅନ୍ତୁ ବା ନହୁଅନ୍ତୁ ମୃତକଙ୍କ ବଡ଼ ପୁଅ ନିଶ୍ଚୟ ଲଣ୍ଡା ହୋଇଥାନ୍ତି। ଏହା ଏଥିପାଇଁ ଯେ ପିତାଙ୍କ ମୃତ୍ୟୁ ପରେ ଜ୍ୟୋଷ୍ଠ ପୁତ୍ର ନିଜ ମୁଣ୍ଡର କେଶ ତ୍ୟାଗ କରି ପିତାଙ୍କ ମୁଣ୍ଡର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥାନ୍ତି।
ଏହାବ୍ୟତୀତ ମୁଣ୍ଡର କେଶ ବ୍ୟକ୍ତିକୁ ବିବ୍ରତ କରାଇଥାଏ। ଆତ୍ମୀୟଙ୍କ ମୃତ୍ୟୁ ପରେ ଲଣ୍ଡା ହେବା ଦ୍ୱାରା ସାହାସ, ଆତ୍ମବିଶ୍ୱାସ ଏବଂ ଦାୟିତ୍ୱବୋଦ୍ଧ ବୃଦ୍ଧିପାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/73c122f2c982031cf465760e6da55213_1451293682_49.jpg)