ଭୁବନେଶ୍ବର: ଓଡ଼ିଶାରେ ଭୂସ୍ଖଳନ… ଆଗରୁ ଜମା ଶୁଣୁନଥିଲା ଏ କାନ । କଳିଙ୍ଗାଘାଟି ପରେ ଗଜପତି । ବାରମ୍ବାର ଭୂସ୍ଖଳନ ପରେ ଥରିଲା ଓଡିଶାର ଛାତି । ଗତ ସେପ୍ଟେମ୍ବର ୧୬ ତାରିଖରେ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ଘଟିଥିଲା । ଅପରାହ୍ଣ ୩ଟା ୪୫ରେ ବଣ ପାହାଡ ଘେରା କଳିଙ୍ଗା ଘାଟିରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରକୃତି ଯେମିତି ତାଣ୍ଡବ ରଚେ ଠିକ୍ ସେମିତି କନ୍ଧମାଳରେ ତାଣ୍ଡବ ରଚିଥିଲା ପ୍ରକୃତି । ଆଉ ତାର ଠିକ୍ ୧୫ ଦିନ ପରେ ପୁଣି ଥରେ ପ୍ରକୃତିର ପ୍ରଳୟ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍କଳନ ହୋଇଛି । ଯାହା ପ୍ରଭାବରେ ଦୋହଲି ଯାଇଛି ଦକ୍ଷିଣ ଓଡିଶା ।
/filters:format(webp)/sambad/media/media_files/2025/10/04/y-2025-10-04-17-27-54.jpeg)
ଲଘୁଚାପ ପ୍ରଭାବରେ ବାଦଲଫଟା ବର୍ଷା ପରେ ଗଜପତିକୁ ବଡ଼ ବିପର୍ଯ୍ୟୟ ମାଡି ଆସିଛି । ତିନିଦିନ ଧରି ଲାଗି ରହିଥିବା ମୂଷଳଧାରା ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଚାରିଟି ବ୍ଲକ୍ରେ ଭୂସ୍ଖଳନ ସହିତ ପାହାଡ଼ ଧସି ଏବଂ ପାହାଡ଼ରୁ ପ୍ରବଳ ପାଣି ସୁଅ ଆସି ଅନେକ ଅଞ୍ଚଳରେ ଚାଷବାସ, ଗୃହପାଳିତ ପଶୁଙ୍କ ସମେତ ଧନଜୀବନ କ୍ଷୟକ୍ଷତି କରିଛି । ତେବେ ହଠାତ୍ ପାହାଡ଼ ଭୂସ୍ଖଳନ ହେବାରୁ ସବୁଆଡେ ଧୁଆଁମୟ ହୋଇଯାଇଥିଲା। ପାହାଡ଼ରୁ ପାଣି ମାଡ଼ି ଆସିଥିଲା। କ୍ଷଣିକ ଭିତରେ ନଦୀର ଗତିପଥ ବଦଳି ସବୁ ଧୋଇ ନେଇଥିଲା। ଯାହା ଉତ୍ତରାଖଣ୍ଡ ଭଳି ସ୍ଥିତି ଓଡିଶାରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ସେପଟେ କନ୍ଧମାଳ ପରେ ଗଜପତି, କାହିଁକି ପ୍ରକୃତି ବାରମ୍ବାର ପ୍ରଳୟ ରଚୁଛି ଏବଂ କଣ ପାଇଁ ଭୂସ୍ଖଳନ ହେଉଛି ତାର କାରଣ କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ । କୁହାଯାଉଛି ବିକାଶ ଆଣୁଛି ବିନାଶ । ଗଛ କାଟି, ପାହାଡ କାଟି ନିର୍ମାଣ କାମ କରାଯାଉଥିବାରୁ ସର୍ବନାଶ ଘଟୁଛି । ବିଭିନ୍ନ ସ୍ଥାନରେ ପାହାଡ କାଟି ଟନେଲ ଏବଂ ରାସ୍ତା ନିର୍ମାଣ କରାଯାଉଛି । ଯାହା ଫଳରେ ପାହାଡ ଉପରେ ଯେତେବେଳେ ବାଦଲଫଟା ବର୍ଷା ହେଉଛି ସେତେବେଳେ ସେ ବର୍ଷାକୁ ପାହାଡ ସମ୍ଭାଳି ପାରୁନି ଯଦ୍ବାର ମାଟି, ଗଛ ସହ ପାହାଡ଼ ଧସୁଛି । ପ୍ରାକୃତିକ ପରିବେଶକୁ ନଷ୍ଟ କରିବା କାରଣରୁ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଭୂସ୍ଖଳନ ଘଟୁଛି । ହିମାଚଳ, ଉତ୍ତରାଖଣ୍ଡ ପରି ପରିବେଶ ଉପରେ ଚାପ ପଡିବା ଫଳରେ ଓଡିଶାର କଳିଙ୍ଗାଘାଟି ହେଉ କି ଗଜପତିରେ – ଏଭଳି ଭୂସ୍ଖଳନ ହେଉଛି । ନଦୀ କୂଳରେ ଜନବସତି ବଢୁଥିବାରୁ ଏବଂ ମାଳମାଳ ଘର ନିର୍ମାଣ ହେଉଥିବାରୁ ବାଦଲଫଟା ବର୍ଷା ପରେ ପାହାଡରୁ ଧସି ଆସୁଥିବା ଗଛ, ମାଟି, କାଦୁଅ ପାଣିକୁ ନଦୀ ଧାରଣ କରିପାରୁନାହିଁ । ଫଳରେ ସେ ସବୁ ଜନବସତିକୁ ମାଡି ପ୍ରଳୟ ରଚୁଛି । ମାନବୀୟ ତ୍ରୁଟି ଏବଂ ପ୍ରକୃତିର ରୋଷ ମିଶିଲେ ହିଁ ଏପରି ପ୍ରଳୟ ଆସୁଛି ।
/filters:format(webp)/sambad/media/media_files/2025/10/03/new-project-25-2025-10-03-22-48-28.jpg)
ସେହିପରି ଚଳିତ ବର୍ଷ ପଛକୁ ପଛ ଲଘୁଚାପ ଏବଂ ଲଗାଣ ବର୍ଷା ଫଳରେ ଏଭଳି ଭୂସ୍ଖଳନ ହେଉଛି । ତେବେ ରାଜ୍ୟ ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ ଯଦି ଜାତୀୟ ସଙ୍ଗଠନ ସହ ମିଶିଛି ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରାଯିବା ସହ ଯେଉଁ ସ୍ଥାନ ଅଧିକ ସମ୍ବେଦନଶୀଳ ସେ ସ୍ଥାନରେ ବଡ଼ ବଡ଼ ପାଚେରୀ କିମ୍ବା ତାର ଜାଲି ଲଗାଇବା ସହ ଗଛ ଲଗାଇବା ହିଁ ଭୂସ୍ଖଳନ ମୁକାବିଲାର ବଡ ଅସ୍ତ୍ର ବୋଲି କହିଛନ୍ତି ଭୂତତ୍ବ ବିଭାଗର ଅଧ୍ଯାପକ ଡ.କୀର୍ତ୍ତିରଞ୍ଜନ ମଲ୍ଲିକ।
ଯଦିଓ ରାଜ୍ୟରେ ଏକମାତ୍ର ଜିଲ୍ଲା ଭାବେ ଗଜପତି ଭୂସ୍ଖଳନ ପ୍ରବଣ ଅଞ୍ଚଳ ବୋଲି ଚିହ୍ନଟ ହୋଇଛି ଏବଂ ଗଜପତି ଜିଲ୍ଲାରେ ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ ରହିଛି । ସେସବୁ ସ୍ଥାନରେ ଭୂସ୍ଖଳନ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, କେରଳର ଅମୃତା ବିଶ୍ବବିଦ୍ୟାଳୟ ମଧ୍ୟରେ ଲଗାତର ସମନ୍ବୟ ବୈଠକ ବସୁଛି ତଥାପି ଏଭଳି ବାରମ୍ବାର ଘଟିବା ପରେ ଭୟ ଦ୍ବିଗୁଣିତ ହୋଇଛି । ଆଉ ସଙ୍ଗେ ସଙ୍ଗେ ଆକ୍ସନ ମୋଡକୁ ଆସିଛନ୍ତି ସରକାର । ଗଜପତି ଭୂସ୍ଖଳନ ପରେ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଭୂସ୍ଖଳନ ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡକୁ ଚିହ୍ନଟ କରାଯିବ । ଭୂସ୍ଖଳନ ରୋକିବା ପାଇଁ ପଦକ୍ଷେପ ନେବେ ସରକାର । ଯେମିତି ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ ସେ ଦିଗରେ ଧ୍ୟାନ ଦିଆଯିବ ।
/filters:format(webp)/sambad/media/media_files/2025/10/03/new-project-23-2025-10-03-22-25-33.jpg)
ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ବର୍ଷା ଯୋଗୁଁ ବୁଡି ଯାଉଥିବା ତଳିଆ ରୋଡ଼ ଗୁଡ଼ିକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେମିତି ବର୍ଷା ଯୋଗୁଁ ରାସ୍ତା ବୁଡି ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରୋଡ଼ ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ତଳିଆ ରୋଡ଼ ଗୁଡ଼ିକୁ ଉଚ୍ଚ କରାଯିବ । ଲଘୁଚାପ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାୟଗଡ଼ାର କିଛି ଗାଁରେ ବର୍ଷା ପାଣି ପଶିବା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୯ ଟି ଗାଁ ପାଣି ଘେରରେ ଥିଲା । ଲୋକଙ୍କ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ ।
/filters:format(webp)/sambad/media/media_files/2025/10/04/screenshot-2025-10-04-172900-2025-10-04-17-29-26.jpg)
ତେବେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେଲା । ଜଣେ ଲୋକଙ୍କର ମୁଣ୍ଡରେ ପଥର ବାଜିବା ଫଳରେ ମୃତ୍ୟୁ ହେଲା ଏବଂ ଆଉ ଜଣଙ୍କର ପୋଷ୍ଟ ମର୍ଟମ ପରେ କେମିତି ମୃତ୍ୟୁ ହେଲା ଜଣାପଡିବ । ଏତେ ବଡ଼ ଭୁସ୍ଖଳନ ହେଲା ଯେ, ରାତି ସାରା ଦୁଇ ଜଣ ଲୋକ ମାଟି ପଥର ତଳେ ଦବି ରହିଗଲେ । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଦୁଇ ଦିନ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି କଳିଙ୍ଗା ଘାଟିରେ କାହିଁକି ହେଲା ଭୂସ୍ଖଳନ ? ଜାଣନ୍ତୁ କାରଣ…
କଳିଙ୍ଗା ଘାଟି: ଭୂସ୍ଖଳନ ପଛର କାରଣ ?
ହିମାଚଳପ୍ରଦେଶ ଓ ଉତ୍ତରଖଣ୍ଡରେ ବାଦଲଫଟା ବର୍ଷାକୁ ମୋବାଇଲ୍ ଏବଂ ଟିଭିରେ ଦେଖୁଥିବା ଓଡିଶାବାସୀ, କଳିଙ୍ଗାଘାଟିର ଛାତି ଥରା ଦୃଶ୍ୟ ଦେଖି ଚକିତ ହୋଇଛନ୍ତି । ଶାନ୍ତ ଓ ଶୀତଳ ପରିବେଶ ଭରା ଏହି ପାହାଡ଼ ଉପରୁ ଏତେ ବଡ଼ଧରଣର ବିପଦ କେମିତି ମାଡ଼ି ଆସିଲା ତାହା ଆଲୋଚନାର ପ୍ରସଙ୍ଗ ପାଲିଟିଛି । ଆଉ ସ୍ଥାନୀୟ ଲୋକ ଯାହା କହିଛନ୍ତି ତାହା ଚିନ୍ତାଜନକ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼କୁ କାଟି ରାସ୍ତାକୁ ଓସାରିଆ କରାଯାଉଛି । ପାହାଡ଼କୁ କଟାଯିବା ଫଳରେ ଦୁର୍ବଳ ହେଉଛି ମୂଳ । ଲଗାଣ ବର୍ଷା ପରେ ଭୂସ୍ଖଳନ ହୋଇ ପ୍ରକୃତି ତାଣ୍ଡବ ରଚିଛି । ଅଭିଯୋଗ ହେଉଛି ଜଙ୍ଗଲିଆ ଅଂଚଳ ହୋଇଥିବାରୁ ବେଧଡ଼କ ଭାବେ ପାହାଡରୁ ପଥର ଚୋରି ଚାଲିଛି । ଡିନାମାଇଟ୍ ଲଗାଇ ବ୍ଲାଷ୍ଟିଂ କରାଯାଉଛି । ବଡ଼ ବଡ଼ ଗଛକୁ ବି କାଟି ଦିଆଯାଉଛି । ଯାହାଫଳରେ ପରିବେଶ ସନ୍ତୁଳନ ପ୍ରଭାବିତ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/04/untitled-26-2025-10-04-17-25-46.jpg)