ଆପଣ ବାଉଁଆ କି? କାହିଁକି ଏମାନେ ତାଙ୍କ ସମବୟସ୍କଙ୍କ ଠାରୁ ସବୁ କ୍ଷେତ୍ରରେ ଅଧିକ ଉନ୍ନତ ଓ ସୁସ୍ଥ

୨୦୦୬ରେ କରାଯାଇଥିବା ଏକ ଗବେଷଣା ଅନୁସାରେ, ଏହା ଜଣା ପଡ଼ିଛି ଯେ ଡାଉଁଆ ବ୍ୟକ୍ତିମାନଙ୍କ ଠାରୁ ବାଉଁଆମାନେ ଜଲ୍‌ଦି ପ୍ରତିକ୍ରିୟାଶୀଳ ହୋଇଥାଆନ୍ତି।

ବାଉଁଆମାନେ ଦିନରେ ଦେଖୁଥିବା ସ୍ୱପ୍ନକୁ ପୂରା କରିବାରେ ବିଶ୍ୱାସ ରଖନ୍ତି ଓ ଉଚ୍ଚାକାଂକ୍ଷୀ ମନୋଭାବ ରଖନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବାଉଁଆମାନେ ଷ୍ଟ୍ରୋକ୍‌ ବା ଆଘାତରୁ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ଭଲ ହୋଇଥା’ନ୍ତି।

ବାମ ହାତରେ ଅଧିକ କାମ କରିବା ଦ୍ୱାରା ମସ୍ତିଷ୍କ ଶୀଘ୍ର ପ୍ରତିକ୍ରିୟା କରିଥାଏ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ବାଉଁଆ ପରିବାରେ ଜନ୍ମ ହୋଇଛନ୍ତି ତାଙ୍କର ସ୍ମରଣ ଶକ୍ତି ଅଧିକ।

ବିଜ୍ଞାନ ଅନୁସାରେ, ବାଉଁଆ ବ୍ୟକ୍ତିମାନେ ଅଭିଜ୍ଞତା ନ ଥିବା କାମରେ ଅଧିକ ସମୟ ବିତାଇଥା’ନ୍ତି। ସେମାନେ ତା’ର ପରିଣାମ କଥା ବି ଚିନ୍ତା କରିଥା’ନ୍ତି।

ଆହୁରି ଏକ ବ୍ୟତିକ୍ରମ ହେଲା, ପରିବାର ଲୋକେ ବାଉଁଆ ହୋଇଥିଲେ ମଧ୍ୟ ତାଙ୍କ ସନ୍ତାନସନ୍ତତିମାନେ ବଂଶାନୁକ୍ରମେ ବାଉଁଆ ହୋଇ ଜନ୍ମନ୍ତି ନାହିଁ।

ସମ୍ବନ୍ଧିତ ଖବର