ଶିବ ବାଘଛାଲ ପିନ୍ଧନ୍ତି ପୋଷାକ କରି, ସାପ ବେକରେ ପକାନ୍ତି ଦୁନିଆ ଯାକର ବିଷ ଧାରଣ କରିବାକୁ, ହେଲେ ପାଉଁସ ବୋଳି ହୁଅନ୍ତି କାହଁକିି?

ପୁରାଣ କହେ ବ୍ରହ୍ମା ହେଉଛନ୍ତି ଜନ୍ମଦାତା, ବିଷ୍ଣୁ ପାଳନକର୍ତ୍ତା ଓ ଶିବ ସଂହାରକର୍ତ୍ତା। ଅର୍ଥାତ ଜୀବନ ଥିବା ବେଳେ ବିଷ୍ଣୁ ଭଗବାନ ସାହାରା ହୋଇଥାନ୍ତି। ପ୍ରାଣ ଯିବା ପରେ ଶିବ ହିଁ ଏକମାତ୍ର ସାହା। ତେବେ, ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ଅନ୍ୟ ଦେବାଦେବୀଙ୍କ ପରି ଶିବଙ୍କର କୌଣସି ପ୍ରାଚୁର୍ଯ୍ୟରେ ସଉକ ନାହିଁ। ସେ ଲଜ୍ଜା ନିବାରଣ ପାଇଁ ବାଘ ଛାଲ ପରିଧାନ କରନ୍ତି, ବେକରେ ଧାରଣ କରନ୍ତି ସାପ ଆଉ ଦେହରେ ବୋଳି ହୁଅନ୍ତି ଭଷ୍ମ ପାଉଁସ। ବାଘ ଛାଲ ସେ ପୋଷାକ ଭାବେ ବ୍ୟବହାର କରନ୍ତି। ସାପ ଏଥିପାଇଁ ଧାରଣ କରନ୍ତି, ଦୁନିଆ ଯାକର ବିଷ ସେ ନିଜ ଗରଳରେ ଧାରଣ କରିଛନ୍ତି ବୋଲି ଦର୍ଶାଇବାକୁ। ଆପଣ ନିଶ୍ଚୟ ଭାବୁଥିବେ ଯେ ପାଉଁସ କାହିଁକି ବୋଳି ହୁଅନ୍ତି?

ଶିବ ହେଉଛନ୍ତି ଶ୍ମଶାନର ଦେବତା। ସାଧାରଣ ଲୋକଙ୍କ ପାଇଁ ପାଉଁସ ପୋଡ଼ି ଯାଉଥିବା କିଛି ଜିନିଷର ଭଷ୍ମାଂଶ। ମାତ୍ର ଶିବଙ୍କ ଦୃଷ୍ଟିରେ, ତାହା ଜଣେ ବ୍ୟକ୍ତିର ରାଗ, ଗର୍ବ, ଅହଂକାର ଓ ଲୋଭର ଶେଷ। ଯାହାକୁ ସେ ନିଜ ଦେହରେ ବୋଲି ହୋଇ ପଡ଼ନ୍ତି, ଜଗତ୍ର କଲ୍ୟାଣ ପାଇଁ।

ଖାଲି ସେତିକି ନୁହେଁ, ଏହା ପଛରେ ଏକ କାହାଣୀ ବି ରହିଛି। ଶିବଙ୍କ ପତ୍ନୀ ସତୀଙ୍କ ଦେହାନ୍ତ ପରେ ଶିବ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତିି। ସେତିକି ବେଳେ ଭଗବାନ ବିଷ୍ଣୁ ସତୀଙ୍କ ଭଷ୍ମ ପାଉଁସ ଆଣି ଶିବଙ୍କୁ ଦେଲେ। ଶିବ ନିଜ ପତ୍ନୀଙ୍କ ହରାଇବା ଦୁଃଖରେ ସେ ପାଉଁସକୁ ନିଜ ଦେହରେ ବୋଳି ହୋଇପଡ଼ିଲେ, ପତ୍ନୀଙ୍କୁ ସବୁବେଳେ ଅନୁଭବ କରିବା ପାଇଁ। ସେବେଠାରୁ ସେ ପାଉଁସ ଭିତରେ ସତୀଙ୍କୁ ଖୋଜନ୍ତି ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର