ନୂଆଦିଲ୍ଲୀ: ଭାରତ ବାହାରେ ବି ଅଛି ଆଉ ଗୋଟେ ‘ଭାରତ’ । ଆମ ଦେଶର ନାଁ ଭାରତ ବା ଇଣ୍ଡିଆ କିନ୍ତୁ ଆମ ଦେଶ ବାହାରେ ବି ଗୋଟେ ଇଣ୍ଡିଆ ଯାହା ‘ମିନି ଇଣ୍ଡିଆ’ ନାଁରେ ବେଶ ପରିଚିତ । ଆପଣ ଶୁଣଇ ଆଶ୍ଚର୍ୟ୍ୟ ହେଉଛନ୍ତି ନା । ଇଣ୍ଡିଆ ବାହାରେ କେମିତି ଗୋଟେ ମିନି ଇଣ୍ଡିଆ ରହିଲା । ଆଜ୍ଞା ହଁ, ମରିସସକୁ ‘ମିନି ଇଣ୍ଡିଆ’ ମଧ୍ୟ କୁହାଯାଏ । ପ୍ରଧାନମନ୍ତ୍ରୀ ମୋଦୀ ଆଜିଠୁ ୨ ଦିନିଆ ମରିସସ୍ ଗସ୍ତରେ ଥିବା ବେଳେ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ଆଉ ଏତିକି ବେଳେ ମରିସସକୁ ‘ମିନି ଇଣ୍ଡିଆ’ କୁହାଯିବାର କାରଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆସନ୍ତୁ ଜାଣିବା...
ମରିସସକୁ କାହିଁକି କୁହାଯାଏ ‘ମିନି ଇଣ୍ଡିଆ’ ?
ମରିସସରେ ପ୍ରାୟ ଭାରତୀୟ ରୁହନ୍ତି । ପାଖାପାଖି ୭୫ ପ୍ରତିଶତ ଭାରତୀୟ ମରିସସର ମୂଳ ବାସିନ୍ଦା । ତେଣୁ ଅଧାରୁ ଅଧିକ ଲୋକ ଭାରତୀୟ ବାସ କରୁଥିବାରୁ ଏହାକୁ ‘ମିନି ଇଣ୍ଡିଆ’ କୁହାଯାଉଛି ।
ମରିସସର ଅନେକ ସ୍ଥାନ ଭାରତର ସ୍ଥାନ ପରି ଲାଗେ । ମରିସସର କ୍ଷେତ, ଚାଲିଚଳଣ, କିଛି କିଛି ସ୍ଥାନରେ ଭୋଜପୁରୀ ଏବଂ ଭାରତର ଅନେକ ଭାଷା ଭାଷୀର ଲୋକ ମିଳନ୍ତି । ତେଣୁ ସେଠାକୁ ଯିଏ ଯାଏ ତାକୁ ଲାଗେନି ସିଏ ଆଉ କେଉଁ ଏକ ଦେଶକୁ ଆସିଛି ବୋଲି । ଭାରତ ବାହାରେ ବି ଭାରତୀୟଙ୍କୁ ମରିସସ ଭାରତ ପରି ଲାଗେ ।
ସଂସ୍କୃତି, ପରିମ୍ପରା, ଖାଦ୍ୟପେୟ, ଚାଲିଚଳନ ମରିସସର ଭାରତ ସହ ସାମଞ୍ଜସ୍ୟ ଥାଏ । କାରଣ ଅଧାରୁ ଅଧିକ ଲୋକ ତ ଭାରତୀୟ ତେଣୁ ଏଠାକାର ଚାଲିଚଳନ ସେଠି ପ୍ରତି ଫଳିତ ହୁଏ । ସବୁଠୁ ଶାନ୍ତ ଦେଶ ଭାବେ ଗଣା ଯାଉଥିବା ମରିସସରେ ଭାରତୀୟଙ୍କ ଦବଦବା ଅଧିକ ।
ଭାରତ ମରିସସର ବୃହତ୍ତମ ବାଣିଜ୍ୟ ଏବଂ ବିକାଶ ସହଭାଗୀ ଅଟେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି ।