କାହିଁକି ଭାରତରେ ୬,୭,୮,୯ରୁ ଆରମ୍ଭ ହୋଇଥାଏ ମୋବାଇଲ ନମ୍ବର?

ନୂଆଦିଲ୍ଲୀ: ମୋବାଇଲ ଏବେ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଅବାଶ୍ୟକ ଜିନିଷ ଭାବେ ପରିଗଣିତ ହେଉଛି । ଏହା ଏଭଳି ଏକ ଜିନିଷ ଯାହା ଦ୍ୱାରା ବିଶ୍ୱର କୌଣସି କୋଣରେ ଥିବା ଲୋକ ଅନ୍ୟ ଲୋକ ସହ ମାତ୍ର କେଇ ସେକେଣ୍ଡରେ କଥା ହୋଇ ପାରୁଛି । ଏହା ବ୍ୟତୀତ ଆଣ୍ଡ୍ରଏଡ ଫୋନ ଆସିବା ପରେ କଥାବାର୍ତ୍ତା ସହ ଇଣ୍ଟରନେଟ ସହଯୋଗରେ ଲୋକେ ପରସ୍ପରକୁ ଦେଖିପାରୁଛନ୍ତି। ଏହି ମୋବାଇଲଗୁଡିକ ସଂଚାଳିତ ହେବା ପାଇଁ ଏକ ସିମ୍ କାର୍ଡର ଆବାଶ୍ୟକତା ରହିଛି । ସିମ୍ କାର୍ଡକୁ ସକ୍ରିୟ କରିବାକୁ ଆପଣଙ୍କୁ ଏକ ମୋବାଇଲ ନମ୍ବର ମିଳିଥାଏ । ଏହି ନମ୍ବର ମାଧ୍ୟମରେ ଆପଣ ଅନ୍ୟ ଜଣଙ୍କ ସହ ଯୋଗାଯୋଗ କରିପାରନ୍ତି । ବିଶେଷ କରି ଭାରତରେ ଟେଲିକମ ସେବା ଯୋଗାଉଥିବା କମ୍ପାନିମାନେ ୧୦ ସଂଖ୍ୟା ବିଶିଷ୍ଠ ମୋବାଇଲ ନମ୍ବର ପ୍ରଦାନ କରିଥାନ୍ତି ।

ଆପଣ କେବେ ଭାବିଛନ୍ତି ‌କି, ଭାରତରେ ମୋବାଇଲ ନମ୍ବର କାହିଁକି ୧୦ ସଂଖ୍ୟା ବିଶିଷ୍ଠ ଓ ଏହା ବିଶେଷ ଭାବେ ୬, ୭, ୮ , ୯ରୁ କାହିଁକି ଆରମ୍ଭ ହୋଇଥାଏ । ଏହା ପଛରେ କିଛି କାରଣ ରହିଛି ଯେଉଁଥିପାଇଁ ଦେଶରେ ମୋବାଇଲ ନମ୍ବର ୬ ରୁ ୯ ସଂଖ୍ୟା ମଧ୍ୟରେ ଆରମ୍ଭ ହୋଇଥାଏ ।

୧ ରୁ ଆରମ୍ଭ ହେଉଥିବା ମୋବାଇଲ ନମ୍ବର ବିଶେଷ ଭାବେ ସରକାରୀ ସେବା ସହିତ ଜଡିତ ଥାଏ । ଏହି ସେବା ମଧ୍ୟରେ ପୁଲିସ, ଅଗ୍ନିସମ, ଆମ୍ବୁଲାନ୍ସ ଆଦି ସାମିଲ । ଏହି କାରଣରୁ ଭାରତରେ ବ୍ୟକ୍ତିଗତ ମୋବାଇଲ ନମ୍ବର ୧ ରୁ ଆରମ୍ଭ କରାଯାଇ ନାହିଁ । ଅନ୍ୟପଟେ ୨,୩, ୪ ଓ ୫ ରୁ ଦେଶରେ ଲ୍ୟାଣ୍ଡ ଲାଇନ ଫୋନ ନମ୍ବର ଆରମ୍ଭ ହୋଇଥାଏ । ଏହି କାରଣରୁ ଏହି ଅଙ୍କର ସଂଖ୍ୟା ବ୍ୟକ୍ତିଗତ ମୋବାଇଲ ନମ୍ବର ଭାବେ ଟେଲିକମ ସେବା ଯୋଗାଉଥିବା କମ୍ପାନିମାନେ କାହାରିକୁ ଦେଇ ନଥାନ୍ତି ।

ଅନ୍ୟପଟେ ୦ ର ଉପଯୋଗ ଏସଟିଡି କୋଡ ଭାବେ ବ୍ୟବହାର କରାଯାଉଥିବାରୁ ଏହାର ବ୍ୟବହାର ଭାରତୀୟ ମୋବାଇଲ ନମ୍ବରରେ କରାଯାଇ ପାରିନାହିଁ । ଏହି କାରଣରୁ ୦ ରୁ ୫ ପର୍ଯ୍ୟନ୍ତ ସଂଖ୍ୟାକୁ କୌଣସି ଟେଲିକମ ବିଭାଗ ବ୍ୟକ୍ତିଗତ ମୋବାଇଲ ନମ୍ବର ଭାବେ ବ୍ୟବହାର କରି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର