ରାତିରେ କାହିଁକି କରାଯାଏ ନାହିଁ ଶବ ବ୍ୟବଚ୍ଛେଦ ? ଜାଣନ୍ତୁ ଏହାର କାରଣ

ସାଧାରଣ ଭାବରେ ମଣିଷର କୌଣସି ପରିସ୍ଥିତିରେ ଅସ୍ୱାଭିବକ ଭାବରେ ମୃତ୍ୟୁ ହେଲେ ତାର ଶବକୁ ବ୍ୟବଚ୍ଛେଦ କରାଯାଇଥାଏ । କାରଣ କେଉଁ ପରିସ୍ଥିତିରେ ତାହାର ମୃତ୍ୟୁ ହୋଇଥିଲା ଏବଂ କେଉଁ ସମୟରେ କିପରି ଭାବରେ ମୁତ୍ୟୁ ହେଲା ତାହାର ସବିଶେଷ ତଥ୍ୟ ଏହାରି ମଧ୍ୟରେ ଜଣାଯାଇଥାଏ। କିନ୍ତୁ ରାତି ସମୟରେ ଶବ ବ୍ୟବଚ୍ଛେଦ କରାଯାଏ ନାହିଁ। ହେଲେ କାହିଁକି? ଆସନ୍ତୁ ଜାଣିବା ଏହାର କାରଣ ସମ୍ପର୍କରେ।

ମିଳିଥିବା ସୂଚନା ଅନୁସାରେ, ଯଦି କୌଣସି ବ୍ୟକ୍ତିର ଦିନରେ ମୃତ୍ୟୁ ହୋଇଥାଏ ତାହାକୁ ନିକଟସ୍ଥ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଯାଇଥାଏ। ହେଲେ ସନ୍ଧ୍ୟାପରେ ମୁତ୍ୟୁ ହେଲେ ତହିଁ ପରଦିନ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରମାନେ କହନ୍ତି । କାରଣ ଏପରି କରିବା ପାଇଁ ମଧ୍ୟ କିଛି ସମୟସୀମା ଧାର୍ଯ୍ୟ କରାଯାଇଛି। ଯେପରି କି ରାତିରେ ବ୍ୟବଚ୍ଛେଦ କଲେ କିଛି ସମସ୍ୟା ଦେଖାଯାଇଥାଏ। ତେଣୁ ଏଥିପାଇଁ ସାଧାରଣତଃ ରାତିରେ ବ୍ୟବଚ୍ଛେଦ କରାଯାଏ ନାହିଁ। ସନ୍ଧ୍ୟାପରେ ମୁତ୍ୟୁ ହେଲେ କୁହାଯାଏ ଏବେ ଆଉ ବ୍ୟବଚ୍ଛେଦ କରାଯିବ ନାହିଁ । ହେଲେ କାହିଁକି ରାତିରେ ବ୍ୟବଚ୍ଛେଦ କରାଯାଏନି ତା’ର କାରଣ ଅନେକଙ୍କୁ ଜଣା ନ ଥିବ ।

ପ୍ରକୃତ କାରଣ ହେଲା ରାତିର ଆଲୋକରେ ମଣିଷ ଶରୀରରେ ଥିବା କିଛି ଚିହ୍ନ ସ୍ପଷ୍ଟ ଦେଖାଯାଇ ନ ଥାଏ । ଯେମିତିକି କୌଣସି ଆଘାତ ଲାଗିଥିବା ଚିହ୍ନ ଲାଲ ପରିବର୍ତ୍ତେ ନୀଳ ଦେଖାଯାଇଥାଏ। ଯାହା ପରବର୍ତ୍ତି ସମୟରେ ତଦନ୍ତରେ ବାଧା ସୃଷ୍ଟି କରିଥାଏ । ତେଣୁ ରାତିରେ ବ୍ୟବଚ୍ଛେଦ କରାଯାଇ ନ ଥାଏ । କେବଳ ଏତିକି ନୁହେଁ ରାତିରେ ଶବ ବ୍ୟବଚ୍ଛେଦ କରୁଥିବା ଲୋକର ଅନେକ ସ୍ଥାନରେ ଡ୍ୟୁଟି ସମୟ ସରିଯାଇଥାଏ । ଏହାସହ ଯେହେତୁ ମୃତ ବ୍ୟକ୍ତିର ଅସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଛି ତେଣୁ ପୁଲିସ ମଧ୍ୟ ରାତିରେ ବ୍ୟବଚ୍ଛେଦ କରିବା ପାଇଁ ଇଚ୍ଛା କରେ ନାହିଁ ।ତେଣୁ ଏହିସବୁ ଅସୁବିଧା ଲାଗି ରାତିରେ ଶବ ବ୍ୟବଚ୍ଛେଦ କରାଯାଇନଥାଏ।

ସମ୍ବନ୍ଧିତ ଖବର