ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଚଳିତ ବର୍ଷ ବି ନବରାତ୍ରି ପରେ ବିଜୟାଦଶମୀକୁ ଅନେକ ସ୍ଥାନରେ ଧୁମଧାମରେ ପାଳନ କରାଯାଇଛି।  ନବରାତ୍ରିର ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କୁ ବିଭିନ୍ନ ଦିନରେ ବିଶେଷ ଭୋଗ ଅର୍ପଣ କରାଯାଇଥ‌ାଏ। ତେବେ ମେଲାଣି ପୂର୍ବରୁ ମା’ଙ୍କୁ ଦହି ଓ ଚୁଡ଼ାର ଭୋଗ ଅର୍ପଣ କରାଯିବାର ଅନେକ ସ୍ଥାନରେ ବି‌ଶେଷ ପରମ୍ପରା ରହିଛି। ମା’ଙ୍କୁ ଏହି ଭୋଗ ଅର୍ପଣ କରାଯାଉଥିବା ସମୟରେ ପୁରୋହିତଙ୍କ ସମେତ ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଭରି ଯାଇଥାଏ। କାରଣ ଏହି ସମୟ ମା’ଙ୍କୁ ବିଦାୟୀ ଦେବାର ସମୟ ଥାଏ।

Advertisment

ତେବେ ଆସନ୍ତୁ ମେଲାଣି ପୂର୍ବରୁ ମା’ଙ୍କୁ କାହିଁକି ଦହି ଓ ଚୁଡ଼ାର ଭୋଗ ଅର୍ପଣ କରାଯାଏ ଜାଣିବା। କଥିତ ଅଛି ନବରାତ୍ରି ସମୟରେ ଦେବୀ ଦୁର୍ଗା ମା’  ତାଙ୍କ ମାତୃଗୃହକୁ ଯାଇଥାଆନ୍ତି। ନଅ ଦିନ ରହିବା ପରେ ତାଙ୍କୁ ଦଶମ ଦିନରେ ବିଦାୟ ଦିଆଯାଇଥ‌ାଏ। ବିଦାୟୀ ପୂର୍ବରୁ ଭକ୍ତମାନେ ମା’ଙ୍କୁ ଦହି ଏବଂ ଚୁଡା ଭୋଗ ଅର୍ପଣ କରିବାର ବିଧି ପାଳନ କରିଥାଆନ୍ତି।

ଶାସ୍ତ୍ର ଅନୁଯାୟୀ, କୌଣସି ସ୍ଥାନକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଦହି ଖାଇବାକୁ ଶୁଭ ବୋଲି ବିବେଚନା କରାଯାଏ। ଏହି ବିଶ୍ବାସକୁ ଦୃଷ୍ଟିରେ ରଖି ଯେତେବେଳେ ଦେବୀ ଦୁର୍ଗା ମେଲାଣି ଯାତ୍ରାରେ ବାହାରିଥାଆନ୍ତି ତାଙ୍କୁ ଦହି ଏବଂ ଚୁଡାର ଭୋଗ ଅର୍ପଣ କରାଯାଇଥାଏ।