ଆସନ୍ତୁ ଜାଣିବା, କାହିଁକି ଆମ ଦେଶର ନାମ ‘ଭାରତ’?

ବିଶ୍ୱରେ ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ। ଯେଉଁଠି ଅନେକ ଧର୍ମ, ସଭ୍ୟତା, ପରମ୍ପରାର ଲୋକେ ଏକାଠି ବସବାସ କରୁଛନ୍ତି। ଏଠାରେ ଲୋକମାନେ ନିଜ ଧର୍ମ ଓ ଇଚ୍ଛା ଅନୁସାରେ ପାଖାପାଖି ୧୬୫୦ ଭାଷାର ବ୍ୟବହାର କରନ୍ତି। ସଂସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ ମଧ୍ୟ ଲୋକମାନେ ଏଠାରେ ଜଣେ ଅନ୍ୟ ଜଣଙ୍କର ସମ୍ମାନ କରନ୍ତି। ପ୍ରାଚୀନ କାଳରୁ ଆମେ ଆମ ଦେଶକୁ ଭାରତ ନାମରେ ଜାଣନ୍ତି। ଆମ ଦେଶର ନାମ ଭାରତ କେମିତି ହେଲା ଏହା ପଛରେ ଇତିିହାସକାରୀଙ୍କ ନିଜର ଅଲଗା ଅଲଗା ବିଚାର ରହିଛି। ଆସନ୍ତୁ ଜାଣିବା ଆମ ଦେଶର ନାମ ଭାରତ କାହିଁକି ରହିଲା-

(୧) ଭାରତର ଭୌଗୋଳିକ ଇତିହାସ ଅନୁସାରେ- ଋକ ବେଦର ସାତ ନମ୍ବର ପୁସ୍ତକର ୧୮ ତମ ଶ୍ଲୋକରେ ଦଶ ରାଜାଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଯୁଦ୍ଧ ୧୦ ରାଜାଙ୍କର ମହାସଂଘ ଓ ଭରତ ଜନଜାତି ରାଜବଂଶର ରାଜା ସୁଦାସଙ୍କ ମଧ୍ୟରେ ଲଢା ଯାଇଥିଲା। ଏହି ଯୁଦ୍ଧରେ ରାଜା ସୁଦାସ ଦଶ ବିଜୟ ଲାଭ କରିଥିଲେ। ସେ ଭରତ ଜନଜାତିର ହୋଇଥିବାରୁ ଭାରତ ବର୍ଷର ଏପରି ନାମ କରଣ ହୋଇଥିବା ଜଣାଯାଏ।

(୨) ମହାଭାରତ ଓ ଭରତ ଚକ୍ରବର୍ତ୍ତୀଙ୍କ ଅନୁସାରେ – ମହାଭାରତ ଅନୁସାରେ ଭାରତ ବର୍ଷର ନାମ ରାଜା ଭରତ ଚକ୍ରବର୍ତ୍ତୀଙ୍କଙ୍କ ନାମରେ ଦିଆଯାଇଛି। ରାଜା ଭରତ, ଭରତ ରାଜବଂଶର ସଂସ୍ଥାପକ ଓ କୌରବ ଓ ପାଣ୍ଡବଙ୍କର ପୂର୍ବଜ। ସେ ହସ୍ତୀନାପୁରର ରାଜା ଦୁଷ୍ମନ୍ତ ଓ ରାଣୀ ସକୁନ୍ତଳାଙ୍କ ପୁଅ। ଭରତ ପୁରା ଭାରତ ସାମ୍ରାଜ୍ୟକୁ ଏକାଠି ସଗଂଠିତ କରି ଏକ ସାମ୍ରାଜ୍ୟ ଗଠନ କରିଥିବାରୁ ଆମ ଦେଶର ନାମ ଭାରତ ରଖା ଯାଇଛି ।

(୩) ଜୈନ ଧର୍ମ ଅନୁସାରେ- ଇଣ୍ଡିଆର ପ୍ରକୃତ ନାମ ଭାରତ ଯାହା ସମ୍ରାଟ ଭରତ ଚକ୍ରବର୍ତ୍ତୀଙ୍କ ନାମ ଅନୁସାରେ ରଖା ଯାଇଥିଲା ଯିଏ କି ଜୈନ ଧର୍ମର ପ୍ରଥମ ତୀର୍ଥକରଙ୍କର ସବୁଠାରୁ ବଡ ପୁଅ। ଏହି କାଣରୁ ଭାରତର ପ୍ରକୃତ ନାମ ଜୈନ ଧର୍ମ ଅନୁସାରେ ହୋଇଛି ବୋଲି ମଧ୍ୟ କୁହାଯାଏ।

(୪) ବିଷ୍ଣୁପୁରାଣ ଅନୁସାରେ- ଇଣ୍ଡିଆକୁ ଭାରତବର୍ଷ ସେହି ସମୟରୁ କୁହାଯାଏ ଯେବେ ଭରତଙ୍କ ପିତା ପୁରା ରାଜପାଟ ନିଜର ପୁତ୍ରକୁ ଦେଇ ନିଜେ ସନ୍ୟାସୀ ହୋଇ ଜଙ୍ଗଲ ଚାଲିଗଲେ।

ସମ୍ବନ୍ଧିତ ଖବର