ବିଦେଶକୁ ଯାତ୍ରା କରିବାକୁ ହେଲେ ପାସ୍ପୋର୍ଟ ନିହାତି ଦରକାର। ପାସ୍ପୋର୍ଟ ବିନା ବିଦେଶ ଯାତ୍ରାକୁ ଅନୁମତି ମିଳିନଥାଏ। ତେଣୁ ପ୍ରତ୍ୟେକ ଦେଶରେ ରହିଛି ଏକ ସ୍ୱତନ୍ତ୍ର ପାସ୍ପୋର୍ଟ। ଏହି ପାସ୍ପୋର୍ଟର ରଙ୍ଗ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଦେଶ ପାଇଁ କେଉଁ ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ।
ପ୍ରକୃତରେ କହିବାକୁ ଗଲେ ପ୍ରତିଟି ଦେଶକୁ ନିଜ ନିଜର ପାସପୋର୍ଟ ଚୟନ କରିବାର ସ୍ୱାଧୀନତା ଦିଆଯାଇଛି। କିନ୍ତୁ କୌଣସି ଦେଶ ନିଜ ନିଜର ପାସପୋର୍ଟ ଚୟନ କରିବା ପୂର୍ବରୁ କେତେକ ବିଶେଷ ତଥ୍ୟ ଉପରେ ଧ୍ୟାନ ଦେବାକୁ ପଡିଥାଏ। କେବଳ ସେତିକି ନୁହେଁ ପାସପୋର୍ଟ ରଙ୍ଗ ଚୟନ କରିବା ପାଇଁ ଆହୁରି ମଧ୍ୟ ଅନେକ କାରଣ ରହିଛି। ତେବେ ଜାଣନ୍ତୁ କେଉଁ ରଙ୍ଗର ପାସପୋର୍ଟର କଣ ବିଶେଷତ୍ତ୍ୱ ରହିଛି ।
ଲାଲ ପାସପୋର୍ଟ :
କିଛି ଦେଶରେ ଯେଉଁଠି କମ୍ୟୁନିଟି ସରକାର ଅଛି ସେଠାର ପାସପୋର୍ଟର ରଙ୍ଗ ଲାଲ ଏବଂ ମେରୁନ ରଙ୍ଗର ହୋଇଥାଏ। ଯେପରିକି ଚୀନ୍, ଋଷ, ସର୍ବିୟା, ରୋମାନିଆ, ପୋଲାଣ୍ଡ ଏବଂ ଜର୍ଜିଆ ଭଳି ଦେଶ ଗୁଡିକର ରଙ୍ଗ ଲାଲ ହୋଇଥାଏ। ଏହାକୁ ଛାଡି ୟୁରୋପୀୟ ୟୁନିୟନର ସଦସ୍ୟ ଦେଶମାନଙ୍କର ମଧ୍ୟ ପାସପୋର୍ଟର ରଙ୍ଗ ଲାଲ ହୋଇଥାଏ। ଏହା ସହିତ ଏନଡିଏନ୍ କମ୍ୟୁନିଟି ଦେଶ ବୋଲିବିୟା, କଲମ୍ବିଆ ଏବଂ ପେରୁ ଭଳି ଦେଶରେ ମଧ୍ୟ ପାସପୋର୍ଟର ରଙ୍ଗ ଲାଲ ହୋଇଥାଏ।
ସବୁଜ ପାସପୋର୍ଟ :
ବିଶ୍ୱର ଅଧିକତମ ଇସଲାମିକ ଦେଶର ପାସପୋର୍ଟ ସବୁଜ ରଙ୍ଗର ହୋଇଥାଏ। ଏହାର କାରଣ ହେଉଛି ଇସଲାମିକ ଦେଶରେ ସବୁଜ ରଙ୍ଗର ବିଶେଷ ମହତ୍ୱ ରହିଛି। ଏହା ବ୍ୟତୀତ ଫାସୋ, ନାଇଜେରିୟା, ନାଇଜର, ଆଇବରି ଏବଂ ସେନେଗଲ ଭଳି ଦେଶର ପାସପୋର୍ଟର ରଙ୍ଗ ମଧ୍ୟ ସବୁଜ ହୋଇଥାଏ।
ନୀଳ ପାସପୋର୍ଟ :
ନୀଳ ରଙ୍ଗର ପାସପୋର୍ଟ ସାଧାରଣତଃ ଗଣତାନ୍ତ୍ରିକ ଦେଶ ଗୁଡିକରେ ହୋଇଥାଏ। ଦକ୍ଷିଣ ଆମେରିକାର ଦେଶ ବ୍ରାଜିଲ, ଆର୍ଜେଣ୍ଟିନା ଏବଂ ପାରାଗେ୍ଵ ଭଳି ଦେଶରେ ପାସପୋର୍ଟର ରଙ୍ଗ ନୀଳ ହୋଇଥାଏ।
କଳା ପାସପୋର୍ଟ :
ଦୁନିଆର କେତେକ ଦେଶରେ କଳା ରଙ୍ଗର ପାସପୋର୍ଟ ବ୍ୟବହାର ହୋଇଥାଏ। ଯେଉଁଥିରେ ଅଂଗୋଲା, କଙ୍ଗୋ, ମଲାବୀ, ବୋସ୍ୱାନା, ଜାମ୍ବିଆ ଇତ୍ୟାଦି ସାମିଲ ରହିଛନ୍ତି।
ଭାରତର ପାସପୋର୍ଟ
ଭାରତରେ ସାଧାରଣତଃ ତିନିପ୍ରକରାର ପାସପୋର୍ଟ ବ୍ୟବହାର ହୋଇଥାଏ। ଯଥା, ଡିପ୍ଲୋମେଟିକ ପାସପୋର୍ଟ, ଅଫିସିଆଲ ପାସପୋର୍ଟ ଏବଂ ସାମାନ୍ୟ ପାସପୋର୍ଟ।
ଡିପ୍ଲୋମେଟିକ ପାସପୋର୍ଟ :
ଏହି ପାସପୋର୍ଟ କୂଟନୈତିକ ଚାକିରିରେ ନିୟୋଜିତ ଥିବା ବ୍ୟକ୍ତିମାନଙ୍କୁ ଦିଆଯାଇଥାଏ। ଏହି ପାସପୋର୍ଟର ରଙ୍ଗ ଲାଲ ହୋଇଥାଏ।ଅଫିସିଆଲ ପାସପୋର୍ଟ :
ଏହି ପାସପୋର୍ଟ ସରକାରୀ ଅଧିକାରୀମାନଙ୍କୁ ବିଦେଶ ଯାତ୍ରା କରିବା ପାଇଁ ଜାରି କରାଯାଇଥାଏ। ଏହି ପାସପୋର୍ଟର ରଙ୍ଗ ଧଳା ହୋଇଥାଏ।ସାମାନ୍ୟ ପାସପୋର୍ଟ :
ଏହି ପାସପୋର୍ଟ ଦେଶର ସାଧାରଣ ଲୋକ ବ୍ୟବହାର କରିପାରିବେ। ଏହାର ରଙ୍ଗ ନୀଳ ହୋଇଥାଏ।