ଜାଣନ୍ତୁ କାହିଁକି ରାବଣଙ୍କର ୧୦ ମୁଣ୍ଡ, କିପରି ହେଲେ ସେ ମହାଜ୍ଞାନୀ

ପୁରାଣରେ ବର୍ଣ୍ଣିତ ଅଛି ମହାଜ୍ଞାନୀ ରାବଣଙ୍କର ୧୦ଟି ମୁଣ୍ଡର ଅର୍ଥ ୪ ବେଦ ଏବଂ ୬ ଶାସ୍ତ୍ର। ରାବଣ ନିଜ ଜ୍ଞାନ ବଳରେ ଏ ସବୁ ଜୟ କରିପାରିଥିବାରୁ ତାଙ୍କର ୧୦ଟି ମୁଣ୍ଡ। ତାଙ୍କ ୧୦ ମୁଣ୍ଡ ତାଙ୍କ ଜ୍ଞାନର ଉଦାହରଣ। ଏହା ସତ ଯେ, ମାତ୍ର ୟା ପଛରେ ଏକ ସୁନ୍ଦର କାହାଣୀଟିଏ ବି ଲୁଚି ରହିଛି। ଆସନ୍ତୁ ଜାଣିବା କିପରି ଗୋଟାଏ ମୁଣ୍ଡରୁ ଦଶ ମୁଣ୍ଡଧାରୀ ପାଟଲିଲେ ରାବଣ।

ରାବଣ ମହାଦେବଙ୍କୁ ଆନେକ ବିଶ୍ୱାସ କରନ୍ତି। ସେ ଶିବଙ୍କୁ ପାଇବା ପାଇଁ ଦୀର୍ଘ ଦିନ ଧରି ତପସ୍ୟାରେ ବସନ୍ତି। ଏକଦା ସେ ଶିବଙ୍କୁ ଲାଭ କରିବା ପାଇଁ ଧ୍ୟାନରେ ବସିଲେ। ଅନେକ ଦିନ ବିତିଗଲା ଶିବ ମିଳିଲେ ନାହିଁ। ସେ ବାଧ୍ୟ ହୋଇ ନିଜ ଭକ୍ତିର ପରୀକ୍ଷା ଦେବାକୁ ଯାଇ ଏକ ଛୁରୀରେ ନିଜ ସିର ଛେଦନ କଲେ। ସେତିକି ବେଳେ ଦେବ ଦେବ ମହାଦେବ ଆସି ରାବଣଙ୍କ କଟା ମୁଣ୍ଡକୁ ପୁଣି ଥରେ ତାଙ୍କ ଶରୀରରେ ଲଗାଇଦେଲେ। ସେହି ସମୟରେ ରାବଣ ଥର ଥର କରି ୧୦ ଥର ନିଜ ମୁଣ୍ଡକୁ କାଟିବାକୁ ଲାଗିଲେ। ସେ ଯେତେ ଥର ନିଜ ମୁଣ୍ଡ କାଟିଲେ ଶିବ ସେତେଥର ତାଙ୍କ ମୁଣ୍ଡ ଯୋଡ଼ିଲେ। ଏହିଭଳି ଭାବେ ତାଙ୍କର ୧୦ ମୁଣ୍ଡ ହୋଇଗଲା।

ଶିବ ରାବଣଙ୍କୁ ବର ଦାନ ଦେଲେ। ତୁମେ ଏହି ଦଶ ମୁଣ୍ଡ ସାହାଯ୍ୟରେ ୪ ବେଦ ଏବଂ ୬ ଶାସ୍ତ୍ରକୁ ଜିଣିବ। ତୁମେ ବ୍ରହ୍ମାଣ୍ଡ ଜ୍ଞାନୀ ବୋଲାଇବ। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ ତୁମ ସମକକ୍ଷ ଜ୍ଞାନୀ କେହି ରହିବେ ନାହିଁ। ରାବଣଙ୍କୁ ଲୋକେ ମହାଜ୍ଞାନୀ ରାବଣ ନାମରେ ଜାଣିବେ।

ସମ୍ବନ୍ଧିତ ଖବର