ମାତ୍ର ୫୦୦ ଟଙ୍କାରେ ଆଧାର ଡାଟା ଲିକ୍ ହେବା ପ୍ରସଙ୍ଗରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ବର୍ତ୍ତମାନ ପୁଣିଥରେ ସମସ୍ୟାରେ ପଡ଼ିଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ୟୁଆଇଡିଏଆଇ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ବିରୋଧରେ ମାମଲା ରଜ୍ଜୁ କରିଛି। ତେବେ ଆଧାର ତଥ୍ୟ ଲିକ୍ (ତଥ୍ୟ ପ୍ରଘଟ) ହେଉଥିବା ପ୍ରକରଣ ଉପରେ ନିୟନ୍ତ୍ରଣ ନହେବା ଚିନ୍ତାର ବିଷୟ ମଧ୍ୟ ହୋଇପାରେ। ଆଧାର ସହ ଜଡ଼ିତ ବିଭିନ୍ନ ଦିଗ ସଂପର୍କରେ ଜାଣନ୍ତୁ।
/sambad/media/post_attachments/wp-content/uploads/2018/01/Aadhaar-Data-Leaks_Infographics_2.jpg)
/sambad/media/post_attachments/wp-content/uploads/2018/01/Aadhaar-Data-Leaks_Infographics_3.jpg)
ଆଧାର ତଥ୍ୟ ଲିକ୍, ଏକ ଭୟଙ୍କର ପ୍ରଭାବ ପଡ଼ିପାରେ!
- ୯ ବର୍ଷ ତଳେ ଦେଶରେ ଆଧାର କାର୍ଡ ଲଞ୍ଚ୍ କରାଯାଇଥିଲା
- ୧୧୯ କୋଟି ଲୋକ ପଞ୍ଜିକୃତ ହୋଇଛନ୍ତି ଆଧାରରେ
- ୮୭୯୪ କୋଟି ଟଙ୍କା ଏହି ପ୍ରକ୍ରିୟା ପାଇଁ ଖର୍ଚ୍ଚ ହୋଇଛି
- ୧୮ ବର୍ଷରୁ ଊର୍ଦ୍ଧ୍ୱ ୯୯ ପ୍ରତିଶତ ଭାରତୀୟଙ୍କ ପାଖରେ ଅଛି ଆଧାର ନମ୍ବର
- ୧୦୦ରୁ ଉର୍ଦ୍ଧ୍ୱ ସେବା ପାଇଁ ବର୍ତ୍ତମାନ ଆଧାର ନମ୍ବର ଦରକାର। ମାର୍ଚ୍ଚ ୨୦୧୮ ସୁଦ୍ଧା ୨୫୨ଟି ସେବା ସହ ୨୧ଟି ଜନମଙ୍ଗଳ ଯୋଜନାରେ ବି ଦରକାର ପଡ଼ିବ
- ୫୦,୦୦୦ ଏଜେଣ୍ଟ୍ସ ଗାଇଡ୍ଲାଇନ୍ ଉଲଂଘନ କରିବା ପାଇଁ ନିଲମ୍ବିତ ହୋଇଛନ୍ତି
- ୨୧୦ଟି ତଥ୍ୟ ଲିକ୍ ହୋଇଛି ନଭେମ୍ବର ୨୦୧୭ ସୁଦ୍ଧା
- ୩୦ଟି ମାମଲା ଆଧାର ଆଇନ ଉଲଙ୍ଘନ ଯୋଗୁଁ ରୁଜ୍ଜୁ ହୋଇଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Aadhaar-Data-Leaks_Infographics_1.jpg)