କୋଲକାତା: ଭାରତର ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ଯାଦଭପୁର ବିଶ୍ୱବିଦ୍ୟାଳୟର ୪ ନମ୍ବର ଗେଟ୍ ସାମ୍ନାରେ ଏକ ଛୋଟ ଜଳଖିଆ ଦେକାନ କରିଥିବା ମିଲନ୍କାନ୍ତି ଦେ, ଯିଏକି ମିଲନ ଦା ନାମରେ ପରିଚିତ ତାଙ୍କର କର୍କଟରେ ମୃତ୍ୟୁ ହେବା ପରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା କଥା ଏବେ ଚର୍ଚ୍ଚା ହୋଇଛି। ଗତ ୪୦ ବର୍ଷ ହେବ ମିଲନ ଦାଙ୍କ କ୍ୟାଣ୍ଟିନ୍ କଲେଜ୍ ପରିସରର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରି ରହିଥିଲା।
ସେ କରୁଥିବା ସୁସ୍ୱାଦୁ ଖାଦ୍ୟ ସାହିତ୍ୟ, ସଂଗୀତ, ରାଜନୀତି, କଳା ଆଦି କେଉଁ ବି ପରିସରରେ ଛାଇ ଯାଉଥିଲା। ମିଲନ୍ ଦା ଖୁବ୍ ଶାନ୍ତ ଥିଲେ। ସେ କ୍ୟାମ୍ପସ ମଧ୍ୟରେ ଚା’ ଓ ବିସ୍କୁଟ୍ ଟ୍ରେ ନେଇ ବୁଲିବା ବେଳେ କ୍ୟାମ୍ପସ ଭିରରେ ଏକ କୋଳାହଳ ପରିବେଶ ସୃଷ୍ଟି ହେଉଥିଲା।
ଯାହାବି ହେଉ, ଜୀବନ ତାଙ୍କ ପାଇଁ ଖୁବ୍ ସହଜ ନଥିଲା। ସେ ୧୯୭୨ ମସିହାରେ ଏହି କ୍ୟାଣ୍ଟିନ୍ ଆରମ୍ଭ କରିଥିଲେ। ପ୍ରଥମେ ସେ ଚା’, ବିସ୍କୁଟ୍ ବିକି ରାତିରେ ବିଶ୍ୱବିଦ୍ୟାଳୟ ଗେଟ୍ ପାଖରେ ଶୋଇ ପଡୁଥିଲେ। ପରେ ତାଙ୍କ ବେପାର ବଢ଼ିବାରୁ ସେ କୋଲକାତାରେ ଘର ନେଇ ନିଜ ବାପାମାଆଙ୍କୁ ପାଖକୁ ନେଇ ଆସିଲେ।
ଗତ ୨୩ ତାରତଖରେ ସେ ପ୍ରାଣତ୍ୟାଗ କରିଛନ୍ତି। ତାଙ୍କ ଯିବା ପରେ ଯାଦଭପୁର ବିଶ୍ୱବିଦ୍ୟାଳୟର ପିଲା ସୋସିଆଲ୍ ମିଡିଆରେ ତାଙ୍କ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଥିଲେ। ତାଙ୍କୁ ବିଭିନ୍ନ ଆଡୁ ଲୋକେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।