କାହିଁକି ସବୁବେଳେ ଅଧିକ ସୁନା ପିନ୍ଧୁଥିଲେ ବାପି ଦା’?

ମୁମ୍ବାଇ: ଗତକାଲି ରାତିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ‘ଅବ୍‌ଷ୍ଟ୍ରକ୍‌ଟିଭ୍‌ ସ୍ଲିପ୍‌ ଆପନିଆ’ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ବାପି ଦା’ ଭାବେ ନିଜ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା ବାପି ଲାହିରି ପରପାରିକୁ ଚାଲିଯାଇଥିଲେ ବି ତାଙ୍କର ସଙ୍ଗୀତ ନିର୍ଦେଶନା ସବୁଦିନ ପାଇଁ ଅମର ହୋଇ ରହିବ। ତେବେ ସଙ୍ଗୀତ ନିର୍ଦେଶନା ସହିତ ବାପି ଦା’ ପିନ୍ଧୁଥିବା ସୁନା ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ବାପି ଦା’ କ’ଣ ପାଇଁ ଏତେ ସୁନା ପିନ୍ଧିବାକୁ ଭଲ ପାଉଥିଲେ ଆପଣ ଜାଣନ୍ତି କି?

ତେବେ ଏହାର ଉତ୍ତର ଏକ ସାକ୍ଷାତକାରରେ ଦେଇଥିଲେ ବାପି ଦା’। ସେ କହିଥିଲେ ଯେ, ଅନ୍ୟକୁ ଦେଖାଇବା ପାଇଁ ସେ ଏତେ ସୁନା ପିନ୍ଧୁନାହାନ୍ତି। ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କର ସେ ଜଣେ ବଡ଼ ପ୍ରଶଂସକ ଏବଂ ସେ ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିବାରୁ ସେ ସୁନା ପିନ୍ଧୁଥିବା କହିଥିଲେ। ଏଲଭିସ୍ ମଧ୍ୟ ବହୁ ସୁନା ଅଳଙ୍କାର ପିନ୍ଧୁଥିବା ଦେଖି ବାପି ଦା’ ମଧ୍ୟ ସୁନା ପିନ୍ଧିବା ଆରମ୍ଭ କରିଥିବା କହିଥଲେ।

ସ୍ମରଣଯୋଗ୍ୟ, ବରିଷ୍ଠ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରି ଗତବର୍ଷ ଏପ୍ରିଲ୍‌ ମାସରେ କୋଭିଡ୍-୧୯ ପଜିଟିଭ୍‌ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ବିଲ୍‌ ଚେୟାର୍‌ ଏବଂ ଲିଫ୍‌ଟ୍‌ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର