ଜାନୁଆରୀ ୨୬ରେ ଆମ ଦେଶରେ କାହିଁକି ପାଳନ କରାଯାଏ ଗଣତନ୍ତ୍ର ଦିବସ? ଆସନ୍ତୁ ଜାଣିବା

ସାରା ଭାରତରେ ଆମେମାନେ ଯେପରି ଭାବରେ ସ୍ୱାଧୀନତା ଦିବସ ପାଳନ କରିଥାଉ ଠିକ୍ ସେହିପରି ଭାବରେ ଜାନୁଆରୀ ୨୬ ଦିନକୁ ଆମେ ସମସ୍ତେ ସାଧାରଣତନ୍ତ୍ର ଦିବସ ଭାବରେ ପ।ଳନ କରିଥାଉ । ତେବେ ଆମେ ଏହି ଦିନକୁ କାହିଁକି ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରିଥାଉ ତାହାର ମଧ୍ୟ କାରଣ ରହିଛି । ଏହି ଦିନରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ଅର୍ଥାତ ଲିଖିତ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ।

ତେଣୁ ସେହି ଦିନଠାରୁ ଜାନୁଆରୀ ୨୬କୁ ଆମେମାନେ ସାଧାରଣତନ୍ତ୍ର ଦିନ ପାଳନ କରିଥାଉ । ଏହିଦିନ ମଧ୍ୟ ଅଗଷ୍ଟ ୧୫ ଭଳି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାଠାରେ ଭାରତର ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏହାପରେ ଅଭିବାଦନ ଗ୍ରହଣ କରନ୍ତି ରାଷ୍ଟ୍ରପତି । ଭାରତର ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ସମେତ ଅନେକ ନେତା, ଅଫିସର ସେଠାରେ ଉପସ୍ଥିତ ରହନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ବିଭିନ୍ନ ପ୍ୟାରେଡ ଟ୍ରୁପ ପ୍ୟାରେଡ କରନ୍ତି । ଅନେକ ସମୟରେ ଦେଖାଯାଏ ବାହାର ଦେଶରୁ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ଜାନୁଆରୀ ୨୬ ପୂର୍ବଦିନ ଅର୍ଥାତ ୨୫ ତାରିଖରେ ରାଷ୍ଟ୍ରପତି ଦେଶ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖନ୍ତି ।

କେବଳ ରାଜଧାନୀ ଦିଲ୍ଲୀରେ ନୁହେଁ ବରଂ ଅନେକ ରାଜ୍ୟରେ ମଧ୍ୟ ଏହାକୁ ପାଳନ କରାଯାଇଥାଏ । ଯେହେତୁ ସାରା ବିଶ୍ୱରେ ଭାରତର ଗଣତନ୍ତ୍ର ଏକ ବିଶାଳ ଗଣତନ୍ତ୍ରର ଆଖ୍ୟା ପାଇଛି ତେଣୁ ସମ୍ବିଧାନ ପ୍ରଣୟନ ହୋଇଥିବା ଦିନକୁ ସମସ୍ତ ଭାରତୀୟମାନେ ଗଣତନ୍ତ୍ର ଦିବସ ଭାବରେ ପାଳନ କରିଥାଉ ।

ସମ୍ବନ୍ଧିତ ଖବର