ଆପଣଙ୍କ ସ୍ମାର୍ଟ୍‌ଫୋନ୍‌ରୁ ଗୁଗଲ୍‌ର ଏହି ୩ଟି ସେଟିଙ୍ଗ୍‌ ବନ୍ଦ କରନ୍ତୁ! ଏହା ଦ୍ୱାରା ଆପଣଙ୍କ ଅଜାଣତରେ ଆପଣଙ୍କ ଉପରେ ନଜର ରଖାଯାଉଛି

ଆପଣ ଜାଣିଥିବେ ଯେ ଗୁଗଲ୍‌ ଆମର ସମସ୍ତ ଗତିବିଧିକୁ ସ୍ମାର୍ଟ୍‌ଫୋନ୍‌ ମାଧ୍ୟମରେ ଫଲୋ କରୁଛି। ଆମର ସମସ୍ତ ଡାଟା ଗୁଗଲ୍‌ ପାଖରେ ଷ୍ଟୋର୍‌ ହୋଇଥାଏ, ଯେଉଁ ଜରିଆରୁ ସେ ବ୍ୟବହାରକାରୀଙ୍କୁ ଅଧିକ ସେବା ଦେବାରେ ସାହାଯ୍ୟ କରେ। ଯଦି ଆପଣ ଗୁଗଲ୍‌ର ଭଏସ୍‌ ଆସିଷ୍ଟାଣ୍ଟ୍‌ ବ୍ୟବହାର କରୁଛନ୍ତି, ତା’ହେଲେ ଏହା ମାଧ୍ୟମରେ କିଛି ବି ସର୍ଚ୍ଚ କରିପାରିବେ, କାହାକୁ ବି କଲ୍‌ କରିପାରିବେ, ଫଟୋ ଉଠାଇ ପାରିବେ ଓ ଆଲାର୍ମ୍‌ ମଧ୍ୟ ସେଟ୍‌ କରିପାରିବେ।

କିନ୍ତୁ ଆପଣ ଜାଣି ନ ଥିବେ କି ଆପଣ ଯେଉଁ ବି କମାଣ୍ଡ୍‌ ଦେଉଛନ୍ତି ତାହା ଗୁଗଲ୍‌ ଡାଟାବେସ୍‌ରେ ଅଡିଓ ଫାଇଲ୍‌ ରୂପରେ ଷ୍ଟୋର୍‌ ହୋଇଯାଏ ଓ ଆପଣଙ୍କ ସମ୍ପୂର୍ଣ୍ଣ ରେକର୍ଡ୍‌ ଗୁଗଲ୍‌ ପାଖରେ ସେଭ୍‌ ରହିଯାଏ। ଯାହା ମାଧ୍ୟମରେ ଗୁଗଲ୍‌ ଆପଣଙ୍କୁ ଟ୍ରାକ୍‌ କରିବା ସହ ପୂରା ନଜର ଆପଣଙ୍କ ଉପରେ ରଖିଥାଏ। କିନ୍ତୁ ବିଚଳିତ ହେବାର କିଛି ନାହିଁ, ଫୋନ୍‌ରେ କିଛି ସେଟିଙ୍ଗ୍‌କୁ ବଦଳାଇ ଏହାକୁ ଆପଣ ବନ୍ଦ ମଧ୍ୟ କରିପାରିବେ।

ଗୁଗଲ୍‌ ଆମ ଉପରେ ପୂରା ନଜର ରଖିବାରେ ଅନେକ ଫାଇଦା ମଧ୍ୟ ଆମର ହୋଇଥାଏ। ଯେମିତି କି; ଗୁଗଲ୍‌ ସର୍ଚ୍ଚ ଜରିଆରୁ ଆପଣଙ୍କ ପସନ୍ଦର ବା ଜରୁରୀ ଜିନିଷର ବିଜ୍ଞାପନ ଆସିଥାଏ। ଏହିଭଳି ଆହୁରି ଅନେକ ଫାଇଦା ରହିଛି। ଏଥିପାଇଁ ୟୁଜର ନିଜେ ନିର୍ଣ୍ଣୟ ନେବା ଉଚିତ୍‌ ଯେ ସେ ଫାଇଦା ଓ କ୍ଷତି ଏକାସଙ୍ଗେ ଚାହାଁନ୍ତି ନା ନାହିଁ।

 

କେଉଁ ସେଟିଙ୍ଗ୍‌ ଜରିଆରୁ ଗୁଗଲ୍‌ ଆପଣଙ୍କୁ ଟ୍ରାକ୍‌ କରେ?
ଫୋନ୍‌ ସେଟିଙ୍ଗ୍‌କୁ ଯାଆନ୍ତୁ ଓ ଗୁଗଲ୍‌ରେ କ୍ଲିକ୍‌ କରନ୍ତୁ। Searchକୁ ଯାଇ account and privacyକୁ ଯାଆନ୍ତୁ। ବର୍ତ୍ତମାନ Google Activity Controlsକୁ ଯାଆନ୍ତୁ ଓ Voice & Audio Activityକୁ ଟର୍ନ୍‌ ଅଫ୍‌ କରନ୍ତୁ। ଏବେ ଆପଣଙ୍କ ଗୁଗଲ୍‌ ଆକାଉଣ୍ଟ୍‌ରୁ ଆପଣଙ୍କ ଭଏସ୍‌ ରେକର୍ଡିଂ ଲିଙ୍କ୍‌ ହେବ ନାହିଁ, ତାହା ବନ୍ଦ ହୋଇଯିବ।

ମାଇକ୍ରୋଫୋନ୍‌ ଜରିଆରେ ମଧ୍ୟ ଗୁଗଲ୍‌ ଆପଣଙ୍କୁ ଟ୍ରାକ୍‌ କରିଥାଏ
ଏହାକୁ ବନ୍ଦ କରିବା ପାଇଁ all Appsକୁ ଯାଇ googleରେ କ୍ଲିକ୍‌ କରନ୍ତୁ। App Permissionକୁ ଯାଇ microphoneକୁ ବନ୍ଦ କରନ୍ତୁ।

ସେଟିଙ୍ଗ୍‌କୁ ଯାଇ google ଖୋଲନ୍ତୁ ଓ Voice ସର୍ଚ୍ଚ କରନ୍ତୁ, ଏହାକୁ ଖୋଲି Voice Matchରେ କ୍ଲିକ୍‌ କରନ୍ତୁ। ଏବେ Say ok google ସେଟିଙ୍ଗ୍‌କୁ ବନ୍ଦ କରି ଦିଅନ୍ତୁ।

ସମ୍ବନ୍ଧିତ ଖବର