ଏଠାରେ ବର୍ଷକ ପାଇଁ ମହିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କରିପାରିବେ ପୁରୁଷ, ଜାଣନ୍ତୁ କାହିଁକି ଓ କିପରି ଏବେ ବି ଚାଲିଛି ଏ ପ୍ରଥା

ସମଗ୍ର ବିଶ୍ୱର ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାରରର ଆଇନ୍‌କାନୁନ୍‌ ରହିଛି। ଆଉ ବିଭିନ୍ନ ସ୍ଥାନରେ ନାନା ପ୍ରକାରର କୁତ୍ସିତ ପରଂପରା ବି ପ୍ରଚଳିତ ହୋଇ ଆସିଛି।
ଆମେ ଆପଣଙ୍କୁ ଏଭଳି ଏକ ପରଂପରା ସଂପର୍କରେ ଜଣାଇବୁ, ଯାହା ଜାଣି ଆପଣଙ୍କ ପାଦତଳର ମାଟି ଖସିଯିବ। ଏହି କଥା ବି ଆମ ଭାରତରେ ଥିବା ଏକ ସ୍ଥାନର, ଯେଉଁଠି ବର୍ଷକ ପାଇଁ ମହିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କରିପାରିବେ ପୁରୁଷ।

ମଧ୍ୟପ୍ରଦେଶରେ ଶିବପୁରୀ ନାମକ ଏକ ସ୍ଥାନ ଅଛି, ଯେଉଁଠାରେ ମହିଳାମାନଙ୍କୁ ବର୍ଷକ ପାଇଁ ଭଡ଼ାରେ ପଠାଯାଇଥାଏ। ଏଠାକାର ଲୋକେ ତାକୁ ‘ଘଚିଡ଼ା ପ୍ରଥା’ ବୋଲି କହନ୍ତି। ଏଥିରେ ମଜାଦାର୍‌ କଥା ହେଉଛି ଯେ ଏଠାରେ ମହିଳାମାନଙ୍କର ଏକ ହାଟ ପ୍ରତି ବର୍ଷ ଥରେ ବସିଥାଏ। ଏହି ହାଟରେ ମହିଳାମାନଙ୍କୁ ଠିଆ କରାଯାଇଥାଏ। ସେଠାକୁ ବର୍ଷକ ପାଇଁ ପତ୍ନୀ ରୂପେ ଜଣେ ମହିଳାଙ୍କୁ ଗ୍ରହଣ କରିବାକୁ ଚାହୁଁଥିବା ପୁରୁଷ ଆସିଥାନ୍ତି। ସେହି ମହିଳାମାନଙ୍କ ମଧ୍ୟରୁ ଯେଉଁ ପୁରୁଷଙ୍କୁ ଯେଉଁ ମହିଳା ପସନ୍ଦ ଆସନ୍ତି, ସେ ତାଙ୍କୁ ଏକ ବର୍ଷ ପାଇଁ ଭଡାରେ ନେଇଥାନ୍ତି। ଏହା ବାବଦରେ ପୁରୁଷଜଣକ ମାତ୍ର ୧୫ ରୁ ୨୫ ହଜାର ଟଙ୍କା ଯାଏଁ ଦେୟ ଦେଇଥାନ୍ତି।


ଏହି ହାଟରେ ମହିଳାମାନଙ୍କୁ ଏକ ବର୍ଷ ଯାଏଁ ଭଡାରେ ପୁରୁଷ ପତ୍ନୀଙ୍କୁ ମାତ୍ର ୧୫ ରୁ ୨୫ ହଜାର ଟଙ୍କା ଯାଏଁ ଦେୟ ଦେଇଥାନ୍ତି।ଏହି ହାଟରେ ମହିଳାମାନଙ୍କୁ ଏକ ବର୍ଷ ଯାଏଁ ଭଡାରେ ପୁରୁଷଙ୍କ ପତ୍ନୀ ରୂପେ ସମର୍ପି ଦିଆଯାଇଥାଏ। ଏପରିକି ଏହି ହାଟରେ କେତେକ ପୁରୁଷ ମହିଳାଙ୍କୁ ଅଧିକ ମୂଲ୍ୟ ଦେଇ ବି ପତ୍ନୀ ରୂପେ ବର୍ଷକ ପାଇଁ ଗ୍ରହଣ କରିଥାନ୍ତି। ବର୍ଷକ ପରେ ପୁଣି ପୁରୁଷ ସେହି ହାଟରେ ତାଙ୍କ ସ୍ତ୍ରୀଙ୍କୁ ଫେରାଇ ଥାଆନ୍ତି। ଏଭଳି ଅଜବ ପ୍ରଥା ରହିଛି ଶିବପୁରୀରେ।

ସମ୍ବନ୍ଧିତ ଖବର