ନୂଆଦିଲ୍ଲୀ: ଇଣ୍ଟରନେଟରେ ସ୍ୱାମୀ-ସ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଜଣେ ଭାରତୀୟ ନାରୀର ତ୍ୟାଗ ଓ ସ୍ବାମୀ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି। ଭିଡିଓଟିକୁ ଦେଖିବା ପରେ କେହି କେହି ପତ୍ନୀଙ୍କ ତ୍ୟାଗ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି ତ ପୁଣି କେହି ତାଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।
ଭିଡିଓରେ ଦେଖିବାକୁୁ ମିଳିଛି ଯେ ଏକ ଦମ୍ପତି ଖାଇବା ଟେବୁଲ୍ରେ ବସି ଭୋଜନ କରୁଛନ୍ତି। ଖାଇବା ବେଳେ ସ୍ବାମୀଙ୍କ ପ୍ଲେଟ୍ରୁ ଭାତ ସରି ଯାଉଛି। କଡ଼ରେ ତାଙ୍କ ପତ୍ନୀ ବସିଛନ୍ତି। ସ୍ବାମୀ ଜଣକ ଫୋନ୍ରେ ଏତେ ବ୍ୟସ୍ତ ଅଛନ୍ତି ଯେ ସେ ଇଶାରାରେ ପତ୍ନୀଙ୍କୁ ଭାତ ଦେବାକୁ କହୁଛନ୍ତି। ପତ୍ନୀ ଭାତ ପାତ୍ର ଖୋଲି ଦେଖନ୍ତି ତ ସେଥିରେ ଭାତ ନାହିଁ। ସେଥିପାଇଁ ସେ ନିଜ ଥାଳିରୁ ଭାତ ପାତ୍ର ଭିତରକୁ ନେଇ ସେଠାରୁ ତାଙ୍କ ସ୍ବାମୀଙ୍କୁ ଦେଉଛନ୍ତି।
View this post on Instagram
ଏହି ଭଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମିଳିଛି। ପତ୍ନୀଙ୍କ ପ୍ରତି ସ୍ବାମୀଙ୍କ ଯତ୍ନହୀନତା ଦେଖି ଇଣ୍ଟର୍ନେଟ୍ ବ୍ୟବହାରକାରୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସୁଇଟ୍, କିନ୍ତୁ ଗର୍ବ କରିବା ପରି ବିଷୟ ନୁହେଁ। ତ୍ୟାଗ ଜଣେ କାହିଁକି କରିବ?’
ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଟିକେ ଅଧିକ କରିବାରେ ଅସୁବିଧା କ’ଣ? ମୋ ମାଆ ସବୁବେଳେ ଟିକେ ଅଧିକ କରିବାକୁ ମୋତେ ପରାମର୍ଶ ଦିଅନ୍ତି, ଘରକୁ ଯଦି କେହି ଅତିଥି ଅନାଚକ ଆସିଯାଆନ୍ତି ତ କ’ଣ କରିବ?