ନୂଆଦିଲ୍ଲୀ: ଭାରତରେ ରେଳଷ୍ଟେସନ ସହିତ ଜଡ଼ିତ ଅନେକ ଘଟଣା ରହିଛି। ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ। ଭାରତରେ ଏମିତି ଏକ ରେଳଷ୍ଟେସନ ଅଛି ଯେଉଁଠାରେ ଦୁଇଟି ରାଜ୍ୟର ସୀମା ରହିଛି।
ଯେତେବେଳେ ଲୋକେ ଏହି ଷ୍ଟେସନରେ ଓହ୍ଲାଇ ଥାନ୍ତି ଏବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଗୋଟିଏ ଷ୍ଟେସନରେ ସ୍ବାମୀ-ସ୍ତ୍ରୀ ପହଞ୍ଚିଥିବା ବେଳେ ଦୁଇଟି ରାଜ୍ୟରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ କି, ଦମ୍ପତି ଭିବାନି ମଣ୍ଡଳି ରେଳଷ୍ଟେସନରେ ଛିଡ଼ା ହୋଇଛନ୍ତି। କିନ୍ତୁ ଏଠାରେ ଦୁଇଟି ରାଜ୍ୟର ସୀମା ଥିବା ଦେଖିବାକୁ ମିଳୁଛି। ରାଜସ୍ଥାନରେ ସ୍ତ୍ରୀ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ରାଜ୍ୟ ମଧ୍ୟପ୍ରଦେଶରେ ସ୍ବାମୀ ଛିଡ଼ା ହୋଇଛନ୍ତି।
View this post on Instagram
ଏହି ଦୃଶ୍ୟ ଦେଖି ରେଳଷ୍ଟେସନ ବିଷୟରେ ଜାଣିବାକୁ ଅନେକ ଲୋକଙ୍କ ଉତ୍ସାହ ବଢ଼ିଯାଇଛି। ସେମାନେ ବି ଦିନେ ଏହି ରେଳଷ୍ଟେସନ ପରିଦର୍ଶନରେ ଯିବେ ବୋଲି ଭିଡିଓ ଦେଖି ପ୍ରତିକ୍ରିୟା ଦେଇଛନ୍ତି ଲୋକେ।