ନୂଆଦିଲ୍ଲୀ: ଜଣେ ମହିଳା ହଜେଇ ଦେଇଥିବା ଏକ ମୂଲ୍ୟବାନ ସାମଗ୍ରୀକୁ ୧୦ବର୍ଷ ପରେ ପାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଆଉ ଏହି ସମୟରେ ସେ ଖୁସିରେ ଝୁମି ଯାଇଥିଲେ। ତେବେ ମହିଳା ଜଣକ ଏକ ଆଇଫୋନକୁ ହଜେଇ ଦେଇଥିଲେ। ଆଉ ଉକ୍ତ ଆଇଫୋନକୁ ତାଙ୍କ ସ୍ବାମୀ ୧୦ବର୍ଷ ପରେ ଶୌଚାଳୟର କମୋଡରୁ ପାଇଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ଏହି ପୂରା ଘଟଣାର କାହାଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଆମେରିକାର ମେରିଲ୍ୟାଣ୍ଡରେ ରହୁଥିବା ମହିଳାଙ୍କ ନାମ ବେକି ବେକମ୍ୟାନ ରହିଛି। ବେକି ଫେସବୁକରେ ସେୟାର କରିଛନ୍ତି କି, ୨୦୧୨ରେ ଏକ ଭୋଜି ଚାଲିଥିବା ସମୟରେ ସେ ତାଙ୍କ ଆଇଫୋନ ୧୨କୁ ହଜେଇ ଦେଇଥିଲେ। ଅନେକ ଖୋଜାଖୋଜି କରିବା ପରେ ବି ସେ ତାହାକୁ ପାଇ ନଥିଲେ। ଆଇଫୋନ ହଜିବାକୁ ୧୦ବର୍ଷ ବିତିଯାଇଛି।। ଗତକିଛିଦିନ ତଳେ ଏହି ହଜିଥିବା ଆଇଫୋନ ଶୌଚାଳୟ କମୋଡରୁ ମିଳିଛି।
କୁହାଯାଉଛି କି ବେକିଙ୍କ ସ୍ବାମୀ ଟଏଲେଟ ଯାଇଥିଲେ। ଆଉ ସେ ଟଏଲେଟ ପରେ ଫ୍ଲାସ ମାରିବା ସମୟରେ ସେଥିରେ କିଛି ଗୋଟେ ଅଟକୁ ଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ହାତରେ ଗ୍ଲୋବସ ପିନ୍ଧି ଦେଖିଲା ବେଳକୁ ସେ ଏକ ଫୋନ ପାଇଥିଲେ। ଏହି ଫୋନଟି ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହା ସେହି ଫୋନ ଥିଲା ଯାହାକୁ ୧୦ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ହଜାଇ ଦେଇଥିଲେ। ତେବେ ଏହି ଫୋନଟି ସେହିଦିନ ଠାରୁ ଟଏଲେଟ ପାଇପରେ ଫସି ରହିଥିବା କୁହାଯାଉଛି।