ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଏହା କୌଣସି ସିନେମା କି ଧାରାବାହିକ କାହାଣୀ ଭଳି ଆପଣଙ୍କୁ ଲାଗୁ ଥାଇପାରେ। କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ଉତ୍ତରପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ ଘଟିଛି।  ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିବାହ ସାନ ଭଉଣୀ ସହିତ କରାଇ ଦେଇଛନ୍ତି। ଏଥିସହିତ ତିନିଜଣ ଏକାଠି ରହିବେ ବୋଲି ଖୁସିଖୁସି ରାଜି ହୋଇଯାଇଛନ୍ତି। ତେବେ ଭିଣୋଇ ସହିତ ଶାଳିଙ୍କ ବିବାହ ଚର୍ଚ୍ଚାରେ ରହିଛି।

Advertisment

ଶଙ୍କରଗଢ଼ ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ରାଜକୁମାର ଦିନମଜୁରିଆ ଭାବେ କାମ କରନ୍ତି। ତାଙ୍କ ବିବାହ ରୁମି ସହିତ ହୋଇଥିଲା। ରୁମି ତାଙ୍କ ଛୋଟ ଭଉଣୀକୁ ବହୁତ ଭଲ ପାଉଥିଲେ। ସାନ ଭଉଣୀର ବିବାହ ଅନ୍ୟ କେଉଁଠି କରିବାକୁ ତାଙ୍କ ପାଖରେ  ସେତିକି ଅର୍ଥ ନଥିଲା।  ତେଣୁ ରୁମି ଏ ପ୍ରସଙ୍ଗରେ ସ୍ବାମୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଥମେ ଏପରି ବିବାହ କରି ପାରିବେ ନାହିଁ ବୋଲି ସ୍ବାମୀ ରୁମିଙ୍କୁ ରୋକଠୋକ ମନା କରି ଦେଇଥି‌ଲେ ।  ବହୁତ ବୁଝାସୁଝା କରିବା ପରେ ଭଉଣୀ ଭାରତୀଙ୍କ ବିବାହ ସ୍ବାମୀଙ୍କ ସହିତ  ରୁମି ଗ୍ରାମ ନିକଟସ୍ଥ ଏକ ମନ୍ଦିରରେ କରାଇଥିଲେ।

ଏହି ବିବାହ ତିନିଜଣଙ୍କ ସହମତି ଓ ଦୁଇ ପରିବାର ଲୋକଙ୍କ ସହଯୋଗରେ ସମ୍ପର୍ଣ୍ଣ ହୋଇଥିଲା। ଏହି ବିବାହ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେ‌ଳେ ସାନ ଭଉଣୀ ପ୍ରତି ବଡ଼ ଭଉଣୀର ଏଭଳି ତ୍ୟାଗକୁ ଦେଖି ରୁମିକୁ ଭୁରିଭୁରି ପ୍ରଶଂସା କରାଯାଉଛି। କାରଣ କୌଣସି ସ୍ତ୍ରୀ ବଞ୍ଚି ଥାଉଥାଉ  ତାର ସ୍ବାମୀର ଦ୍ବିତୀୟ ବିବାହକୁ ସେ ସହଜରେ ଗ୍ରହଣ କରି ପାରେନ‌ାହିଁ।