ପାଟନା: ସ୍ତ୍ରୀର ଖୁସି ପାଇଁ ସ୍ବାମୀର ବଳିଦାନ। ବିବାହ ପରେ ସ୍ତ୍ରୀ ନିଜ ପ୍ରେମିକକୁ ଭୁଲି ପାରୁନଥିଲା। ସ୍ବାମୀ ‌ଘରେ ନଥିବା ବେଳେ ଲୁଚି ଲୁଚି ପ୍ରେମିକକୁ ଭେଟୁଥିଲା ସ୍ତ୍ରୀ। ଏବିଷୟରେ ଜାଣିବା ପରେ ପ୍ରଥମେ ପ୍ରେମିକକୁ ଭୁଲିଯିବାକୁ ସ୍ବାମୀ କହିଥିଲେ ବି କିଛି ଲାଭ ହୋଇନଥିଲା। ସବୁ ପରେ ବି ସ୍ତ୍ରୀ ନିଜ ପ୍ରେମିକକୁ ଭୁଲିପାରୁନଥିବା ଦେଖି ଶେଷରେ ସ୍ବାମୀ ନିଜ ସ୍ତ୍ରୀର ବିବାହ ପ୍ରେମିକ ସହ କରାଇଦେଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ଘଟଣାଟି ଘଟିଛି ବେଙ୍ଗାଲୁରୁରେ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ଦ୍ବିତୀୟ ବିବାହ କରିଥିଲେ ଯୁବକ। ବିବାହ ପରେ ଦୁହେଁ ଜମୁଇରୁ ବେଙ୍ଗାଲୁରୁ ଚାଲିଆସିଥିଲେ। ହେଲେ ବିବାହର କିଛି ଦିନ ପରେ ସ୍ତ୍ରୀର ଅନ୍ୟ ପୁରୁଷ ସହ ସଂପର୍କ ଥିବା ଜାଣିପାରିଥିଲେ ସ୍ବାମୀ। ଏହି ପୁରା ପ୍ରେମ କାହାଣୀ ବିଷୟରେ ଜାଣିବା ପରେ ସ୍ୱାମୀ ପ୍ରଥମେ ନିଜ ପତ୍ନୀଙ୍କୁ ପ୍ରେମିକକୁ ଭୁଲିଯିବା ପାଇଁ କହିଥିଲେ। ପ୍ରେମିକଠାରୁ ଦୂରରେ ରହିବାକୁ ମଧ୍ୟ କହିଥିଲେ। ହେଲେ ପତ୍ନୀ ରାଜି ନହେବାରୁ ଅନ୍ୟ କିଛି ବାଟ ନପାଇ ପ୍ରେମିକ ସହିତ ନିଜ ପତ୍ନୀଙ୍କ ବିବାହ କରିଥିଲେ।

publive-image abplive

ବିବାହ ପରେ ସ୍ୱାମୀ ନିଜ ପତ୍ନୀଙ୍କ ବିବାହର ଏକ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଗତ ସପ୍ତାହରେ ଏହି ବିବାହ ହୋଇଥିବା ବେଳେ ସୋମବାର ସୋସିଆଲ ମିଡିଆରେ ବିବାହର ଭିଡିଓ ଭାଇରାଲ ହୋଇଥିଲା।