ପରକୀୟା ପ୍ରୀତିର କରୁଣ ପରିଣତି: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ପରକୀୟ‌ା ପ୍ରୀତି ଆଜିକାଲି ସମାଜ ପାଇଁ ଏକ ସ‌ାଧ‌ାରଣ କଥା ପାଲଟିଗଲାଣି। କେଉଁଠି ପତ୍ନୀ ପଛରେ ସ୍ବାମୀ ରଖନ୍ତି ଅଲଗା ସଂପର୍କ ତ ପୁଣି କେଉଁଠି ସ୍ବାମୀଠାରୁ ଲୁଚି ପରପୁରୁଷକୁ ପ୍ରେମ କରନ୍ତି ସ୍ତ୍ରୀ।

ରାଜଧ‌ାନୀ ଦିଲ୍ଲୀରେ ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରକୀୟା ପ୍ରୀତି ଯୋଗୁ ପ୍ରେମିକ ସହ ମିଶି ଜଣେ ମହିଳା ନିଜ ସ୍ବାମୀଙ୍କୁ ହତ୍ୟା କରିଥିବା ଜାଣିବାକୁ ମିଳିଛି।

ଦିଲ୍ଳୀର କାଲକାଜି ଅଞ୍ଚଳରେ ଶୁକ୍ରବାର ଏକ ଘର ଭିତରୁ ୩୭ ବର୍ଷୀୟ ଯୁବକଙ୍କ ମୃତଶରୀର ଜବତ ହେବା ପରେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବକଙ୍କ ନାମ ଅର୍ଜୁନ ଘୋଷ। ଘର ଭିତରୁ ଅଜୁର୍ନଙ୍କ ମୃତଶରୀର ମିଳିବା ପ‌‌ରେ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ଅର୍ଜୁନଙ୍କ ହତ୍ୟା ଆଉ କେହି ନୁହଁ, ବରଂ ତାଙ୍କ ନିଜ ପତ୍ନୀ କରିଛନ୍ତି।

ସ୍ଥାନୀୟ ଥାନାର ଏସ୍‌ଏଚ୍‌ଓ ବଲବୀର ସିଂହଙ୍କ ମୁତାବକ, ଅର୍ଜୁନ ଘୋଷଙ୍କ ପତ୍ନୀ ସୋନାଲୀ ଘୋଷ ମୋହନ ନାମକ ଜଣେ ଯୁବକ ସହ ସଂପର୍କରେ ଥିଲେ। ଏହି ବିଷୟରେ ଅଜୁର୍ନ ଜାଣି ଦେଇଥିଲେ। ଏହି କାରଣରୁ ଦୁହିଁଙ୍କ ଭିତରେ ବରାବର ଝଗଡ଼ା ହେଉଥିଲା।

ଏହି ଘଟଣାକୁ ନେଇ ଦୁଇ ଜଣଙ୍କ ଭିତରେ ପୁଣି ଥରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଯେଉଁ କାରଣରୁ ପତ୍ନୀ ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର