ଆଗ୍ନେୟଗିରିରୁ ଖସି ପଡୁଥିବା ପତିଙ୍କୁ ଉଦ୍ଧାର କଲେ ନବ ବିବାହିତା ପତ୍ନୀ, ଅବିଶ୍ୱସନୀୟ ଅନୁଭୂତି ବୋଲି କହି ପ୍ରଶଂସା କଲେ ସ୍ୱାମୀ

ଓ୍ଵାଶିଂଟନ: ଆମେରିକୀୟ ନବ ବିବାହିତ ଦମ୍ପତି କ୍ଲେ ଏବଂ ଏକାଇମିଙ୍କ ହନିମୁନ୍‌ ଯଦିଓ ଭଲ ଯାଇନାହିଁ, ମାତ୍ର ସ୍ୱାମୀକୁ ବଞ୍ଚାଇବା ପାଇଁ ଜଣେ ସ୍ତ୍ରୀଙ୍କ  ପ୍ରଚେଷ୍ଟା ପୂରା ବିଶ୍ୱରେ ଚର୍ଚ୍ଚା ପାଲଟିିଛି। ନବ ବିବାହିତ ଦମ୍ପତି କ୍ଲେ ଏବଂ ତାଙ୍କ ପତ୍ନୀ ଏକାଇମି ନିଜର ହନିମୁନ୍‌ କାଟିବା ପାଇଁ ଡୋର୍ମାଟ ଆଗ୍ନେୟଗିରିକୁ ଯାଇଥିଲେ। ସେହି ଆଗ୍ନେୟଗିରି ଉପରୁ ଅସାବଧାନତାବଶତଃ ତଳକୁ ଖସି ପଡୁଥିଲେ କ୍ଲେ। ସୌଭାଗ୍ୟକୁ ତାଙ୍କ ପତ୍ନୀ ଏକାଇମି ଖୁବ୍‌ ସାହାସୀ ହୋଇଥିବାରୁ ନିଜ ଜୀବନକୁ ଖାତିର ନକରି ବିପଦପୂର୍ଣ୍ଣ ସ୍ଥାନକୁ ଚାଲିକରି ଯାଇ ସ୍ୱାମୀଙ୍କ ଜୀବନ ବଞ୍ଚାଇଥିବା ଜାଣିବାକୁ ମିଳିଛି।

ଏ ସଂପର୍କରେ ଗଣମାଧ୍ୟମରେ ବୟାନ ଦେଇ କ୍ଲେ କହନ୍ତି, ‘ଏହା ଅତ୍ୟନ୍ତ ଅବିଶ୍ୱସନୀୟ। ସେ ଯେଉଁଭଳି ଭାବେ ମୋତେ ପଡ଼ି ଯାଉଥିବାରୁ ବଞ୍ଚାଇଲେ ତାହା କୌଣସି ଚମତ୍କାରଠାରୁ କମ୍‌ ନୁହେଁ।’

ଏହି ଦମ୍ପତି ଜୁଲାଇ ୧୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଜୁଲାଇ ୧୮ ତାରିଖରେ ଏହି ଘଟଣା ଘଟିଥିବା ସୂଚନା ରହିଛି। କ୍ଲେ ତାଙ୍କ ଫେସ୍‌ବୁକ୍‌ରେ ସଂପୂର୍ଣ୍ଣ ଘଟଣା ବଖାଣି ଏକ ପୋଷ୍ଟ୍‍ କରିବା ପରେ ଘଟଣା ସଂପର୍କରେ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର