ମୃତ୍ୟୁ ମୁଖରୁ ସ୍ୱାମୀଙ୍କୁ ଉଦ୍ଧାର କରି ପିଠିରେ ଲଦି ୩କିମି ପାଦରେ ଚାଲି ଆସିଥିଲେ ପତ୍ନୀ

ଛତିଶଗଡ଼: ସାମ୍ନାରେ ଗୋଟିଏ ପଟେ ମୃତ୍ୟୁ ଛିଡା ହୋଇଥିବା ବେଳେ ଅପରପାର୍ଶ୍ୱରେ ‘ସ୍ୱାମୀ’ ଛିଡା ହୋଇଥିଲେ। ଏହି ସମୟରେ ପତ୍ନୀ ତିଳେ ମାତ୍ର ସମୟ ବିଳମ୍ବ ନକରି ମୃତ୍ୟୁ ସହିତ ଲଢ଼ିଥିଲେ। ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ପିଠିରେ ଲଦି ତତ୍କାଳ ଚିକିତ୍ସା ପାଇଁ ତିନି କିିମି ପର୍ଯ୍ୟନ୍ତ ଚାଲି ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଲା ଭଳି ଏହି ମାମଲା ଛତିଶଗଡ଼ର ସରଗୁଜା ଜିଲ୍ଲା ପ୍ରତାପପୁର ଅଞ୍ଚଳରେ ଘଟିଛି।। ଏଠାରେ ପତ୍ନୀ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିଲେ।

wife-saves-husband-life-in-bear-attack

ଘଟଣା ଟି ହେଉଛି ଏପରି, ଚେନ୍ଦ୍ରା ନିବାସୀ ସୁନେନା ଗୁର୍ଜର ଓ ତାଙ୍କ ସ୍ୱାମୀ ଅଜୟ କୁମାର ଗୁର୍ଜର ଗୁରୁବାରକୁ ଲକଡାଡାଁଡ ଜଙ୍ଗଲକୁ କେନ୍ଦୁପତ୍ର ତେଳିବାକୁ ଯାଇଥିଲେ। ଏହି ସମୟରେ ଝାଡ଼ିରେ ଲୁଚି ରହିଥିବା ଏକ ଭାଲୁ ଅଜୟଙ୍କ ଉପରକୁ ଆକ୍ରମଣ କରିଥିଲା। ଭାଲୁକୁ ଦେଖି ଅଜୟ ଚିତ୍କାର କରିଥିଲେ। ଅଜୟଙ୍କ ଚିତ୍କାର ଶୁଣି ପତ୍ନୀ ଦୌଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଭାଲୁ ସହିତ ସେ ସଂଘର୍ଷ କରିଥିଲେ। ଏପରି ଭାବେ ଭାଲୁ ଆକ୍ରମଣରେ ଉଭୟ ସ୍ୱାମୀ-ସ୍ତ୍ରୀ ଆହତ ହୋଇ ସାରିଥିଲେ। ଏହା ସତ୍ତ୍ୱେ ବି ସେ ନିଜ ଉପରୁ ବିଶ୍ୱାସ ହଟାଇ ନଥିଲେ। ଅଧଘଣ୍ଟା ପର୍ଯ୍ୟନ୍ତ ଭାଲୁ ସହ ସଂଘର୍ଷ ଜାରି ରଖିଥିଲେ। ମଉକା ଦେଖି ଏକ ବାଡି ଉଠାଇ ଭାଲୁକୁ ସୁନେନା ବାଡେଇବାକୁ ଲାଗିଥିଲେ। ମାଡ ଖାଇ ଭାଲୁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଏହାପରେ ସୁନେନା ଚିକିତ୍ସା ପାଇଁ ଗୁରୁତର ସ୍ୱାମୀଙ୍କୁ ପିଠିରେ ଲଦି ତିନି କିମି ପର୍ଯ୍ୟନ୍ତ ଚାଲି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ଚିକିତ୍ସା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଦୁହେଁ ସୁସ୍ଥ ଅଛନ୍ତି।

ସମ୍ବନ୍ଧିତ ଖବର