ପଶ୍ଚିମ ଆଫ୍ରିକାରେ ପତ୍ନୀ ଚୋରି ପରମ୍ପରା!

ଶତାବ୍ଦୀ ଶତାବ୍ଦୀ ଧରି ମନୁଷ୍ୟ ବିଜ୍ଞାନର ଯେତେ ଅଗ୍ରଗତି କରାଇଥିଲେ ହେଁ ସମାଜରେ ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ପୁରୁଣା ପରମ୍ପରା ଓ ପ୍ରଥାକୁ ଜାବୁଡ଼ି ଧରିଛନ୍ତି। ତା’ ମାନେ ନୁହେଁ ଯେ ବୈଷୟିକ ଜ୍ଞାନକୌଶଳ ଯୋଗୁଁ ଜୀବନଧାରଣ ଯଥେଷ୍ଟ ସହଜ ହୋଇପାରୁଥିବା ସମ୍ପର୍କରେ ସେମାନେ ସଚେତନ ନାହାନ୍ତି, ମାତ୍ର ଯେ କୌଣସି ପରିସ୍ଥିତିରେ ବି ସେମାନେ ନିଜର ମୂଳ ପ୍ରଥାକୁ ଅନୁସରଣ କରିବାକୁ ଶ୍ରେୟ ମଣୁଛନ୍ତି।

ପଶ୍ଚିମ ଆଫ୍ରିକାର ଓ୍ୱଡାବେ ଜାତିର ଲୋକେ ଅନ୍ୟର ପତ୍ନୀ ଚୋରି କରିବା ପରମ୍ପରା ରହିଛି। ସେମାନଙ୍କର ପ୍ରଥମ ବିବାହ ପିତାମାତାଙ୍କ ଦ୍ବାରା ଆୟୋଜିତ ହୋଇଥିବା ବେଳେ ବିବାହିତ ପୁରୁଷମାନେ ପରେ ନିଜକୁ ବିଭିନ୍ନ ଆକର୍ଷକ ବେଶଭୂଷାରେ ସଜେଇ ଗଣନୃତ୍ୟ ସମାବେଶରେ ସାମିଲ ହୋଇଥାନ୍ତି। ସେଠାରେ ଅନ୍ୟ କାହାର ପତ୍ନୀଙ୍କୁ ମନେଇ ସାଙ୍ଗରେ ଧରି ଅନ୍ୟତ୍ର ଚାଲିଯିବାରେ ସକ୍ଷମ ହେଲେ ପରେ ସେମାନଙ୍କୁ ପତିପତ୍ନୀ ଭାବେ ସାମାଜିକ ସ୍ବୀକୃତି ମିଳିଥାଏ। ସେହିପରି ଉତ୍ତର ଆମେରିକା ଓ ପୂର୍ବ ସାଇବେରିଆରେ ବସବାସ କରୁଥିବା ଲୋକେ ନିଜର ପତ୍ନୀ ଅଦଳବଦଳ କରିବାର ପରମ୍ପରା ରହିଛି। ଏହାଦ୍ବାରା ସେମାନେ ନିଜର ପରିଚୟକୁ ବଦଳାଇ କୌଣସି ଦୁଷ୍ଟ ଆତ୍ମାକୁ ପଥଭ୍ରଷ୍ଟ କରାଇପାରିବେ ବୋଲି ବିଶ୍ବାସ ରହିଛି।

ଫଳରେ କୌଣସି ପ୍ରାକୃତିକ ଦୁର୍ବିପାକ ବେଳେ ସେମାନେ ଆଉ ଦୁଷ୍ଟ ଆତ୍ମାର ଶିକାର ହେବେନି ବୋଲି ସେମାନଙ୍କର ଧାରଣା।

ସମ୍ବନ୍ଧିତ ଖବର