ଘରକୁ ଫେରିବା ପାଇଁ କୌଣସି ସାଧନ ନମିଳିବାରୁ ସ୍ୱାମୀଙ୍କୁ କାନ୍ଧରେ ବସାଇ ଟାଣ ଖରାରେ ଚାଲିଚାଲି ଷ୍ଟେସନ୍‌ରେ ପହଞ୍ଚିଲେ ପତ୍ନୀ

ଲକ୍ଷ୍ମୌ: ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅନେକ ଘଟଣା-ଦୁର୍ଘଟଣାର ସାମ୍ନା କରୁଛନ୍ତି। ଯାହାର ଲୋମଟାଙ୍କୁରା ଦୃଶ୍ୟ ଆମେ ଦେଖିବାକୁ ପାଉଛେ। ଏଭଳି ସଙ୍କଟ ସମୟରେ ଉତ୍ତରପ୍ରଦେଶର କାନପୁର ସେଣ୍ଟ୍ରାଲ୍‌ ଷ୍ଟେସନରେ ଗତ ମଙ୍ଗଳବାର ଘରକୁ ଫେରିଥିବା ପ୍ରବସୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିଃସ୍ୱାର୍ଥ ପ୍ରେମ ଏବଂ ସ୍ନେହ ଥିବାର ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି।

Kanpur : Wife Took Divyang Husband From Kanpur To Maharashtra ...
Amar Ujala

ପ୍ରବଳ ଖରାରେ ପିଠି ଉପରେ ନିଜ ସ୍ୱାମୀଙ୍କୁ ଲଦି ମହିଳା ଯେତେବେଳେ କାନପୁର ସେଣ୍ଟ୍ରାଲ୍‌ ଷ୍ଟେସନରେ ପହଞ୍ଚିଥିଲେ ସେତେବେଳେ ଗୋଟିଏ ମୁହୂର୍ତ୍ତ ପାଇଁ ସମସ୍ତେ ସେମାନଙ୍କୁ ଚାହିଁ ରହିଥିଲେ। ଦେଢ଼ ମାସ ପୂର୍ବରୁ ଫଜଲଗଞ୍ଜରେ କେସ୍କୋରେ ବିଦ୍ୟୁତ ଠିକାଦାର ନିକଟରେ କାମ କରୁଥିବା ସମୟରେ ଶ୍ରମିକ ଦୀପକ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କର ଦୁଇଟି ଗୋଡ଼ ଭାଙ୍ଗି ଯାଇଥିଲା। କିଛି ଦିନ ତଳେ ତାଙ୍କର ଗୋଡ଼ର ପ୍ଲାଷ୍ଟର ଖୋଲା ଯାଇଥିଲା। ପ୍ଲାଷ୍ଟର ଖୋଲାଯିବା ପରେ ବି ସେ ଠିକ୍‌ ଭାବେ ଚାଲି ପାରୁ ନାହାନ୍ତି। ଏପରି ପରିସ୍ଥିତିରେ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ଅନ୍ଧର ଲଉଡ଼ି ପାଲଟିଛନ୍ତି।

Kanpur : Wife Took Divyang Husband From Kanpur To Maharashtra ...
Amar Ujala

ଦୀପକ ଓ ତାଙ୍କ ପତ୍ନୀ ମହାରାଷ୍ଟ୍ରର ଜଲଗାଁଓର ବାସିନ୍ଦା ଥିବା ବେଳେ ଫଜଲଗଞ୍ଜରେ କେସ୍କୋରେ ବିଦ୍ୟୁତ ଠିକାଦାର ନିକଟରେ ରହି କାମ କରୁଥିଲେ। ଲକଡାଉନ ହେତୁ କାମ ବନ୍ଦ ହୋଇଯାଇଥିଲା। ତେଣୁ ଦୁହେଁ ଘରକୁ ବାହାରିଥିଲେ। ସ୍ୱାମୀ ଠିକ୍‌ ଭାବେ ଚାଲି ପାରୁ ନଥିବା ବେଳେ ଷ୍ଟେସନ୍‌ ପର୍ଯ୍ୟନ୍ତ ପହଞ୍ଚିବାକୁ କିଛି ସାଧନ ବି ମିଳି ନଥିଲା। ଏଥିପାଇଁ ଜ୍ୟୋତି ସ୍ୱାମୀ ଦୀପକଙ୍କୁ କାନ୍ଧରେ ବସାଇ ଷ୍ଟେସନ୍‌ ପର୍ଯ୍ୟନ୍ତ ଯାଇ ପହଞ୍ଚିଥିଲେ। ଏହାପରେ ଦୁହେଁ ମଙ୍ଗଳବାର ପୁଷ୍ପକ ଏକ୍ସପ୍ରେସ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର