ରାସ୍ତା ମଝିରେ ଛିଡ଼ା ହୋଇ ଯୁବତୀଙ୍କୁ ରୋମାଣ୍ଟିକ ଶୈଳୀରେ ବିବାହ ପ୍ରସ୍ତାବ ଦେଲେ ପୁଲିସ

ନୂଆଦିଲ୍ଲୀ: ଜଣେ ପୁଲିସ କର୍ମଚାରୀ ଟ୍ରାଫିକ ଜାମ ଥିବା ବେଳେ ରାସ୍ତା ମଝିରେ ଛିଡ଼ା ହୋଇ ଯୁବତୀଙ୍କୁ ରୋମାଣ୍ଟିକ ଶୈଳୀରେ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାର ଫଟୋ ଫେସବୁକରେ ମାର୍ଚ୍ଚ ୨୮ ତାରିଖରେ ସେୟାର ହୋଇଛି। ଥାଇଲାଣ୍ଡ ପୁଲିସ ବି ଏହି ଭିଡିଓକୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର ବି କରିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଥାଇଲାଣ୍ଡ ପୁଲିସ ପିୟାବ ଚାଇୟାବେଟ କାରରୁ ଓହ୍ଲାଉଛନ୍ତି। ଏହି ସମୟରେ ତାଙ୍କ ପ୍ରେମିକା ବି ତାଙ୍କ ସହିତ ଥିବା ଦେଖିବାକୁ ମିଳୁଛି। ପିୟାବ ରାସ୍ତା ମଝିରେ ଛିଡ଼ା ହୋଇ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଉଛନ୍ତି। ପ୍ରେମିକା ବି ପିୟାବଙ୍କ ବିବାହ ପ୍ରସ୍ତାବକୁ ଖୁସିରେ ଗ୍ରହଣ କରୁଛନ୍ତି।

ପିୟାବ ଥାଇ ଭାଷାରେ ଲେଖାଥିବା କିଛି କାଗଜକୁ ନିଜ ହାତରେ ଧରିଛନ୍ତି। ଏଥିରେ ସେ ନିଜ ମନର କଥା ଲେଖିଛନ୍ତି। ଯାହାକୁ ସେ ତାଙ୍କ ପ୍ରେମିକ ସମ୍ମୁଖରେ ଛିଡ଼ା ହୋଇ ଗୋଟିଏ ପରେ ଗୋଟିଏ ଦେଖାଉଛନ୍ତି।

ଥାଇଲ୍ୟାଣ୍ଡ ପୁଲିସ ପିୟାବ ତାଙ୍କ ପ୍ରେମିକାଙ୍କୁ ଦେଇଥିବା ଏଭଳି ବିବାହ ପ୍ରସ୍ତାବକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି।

ସମ୍ବନ୍ଧିତ ଖବର