ଶୀତ ଋତୁରେ ହନିମୁନରେ ଯିବାକୁ ଇଚ୍ଛା ରଖୁଛନ୍ତି ତ ,ଯାଆନ୍ତୁ ଏଠାକୁ

ଯଦି ଆପଣ ଶୀତ ଋତୁରେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଏବଂ ତାପରେ ହନିମୁନରେ ଯିବାକୁ ଇଚ୍ଛା ରଖୁ ଛନ୍ତି ତେବେ ଏହି ଦୁଇଟି ସ୍ପଟ୍‌ ରେ ନିଆରା ଅନୁଭବ ପାଇ ପାରିବେ। ଆସନ୍ତୁ ଜାଣିବା ସେହି ଦୁଇଟି ସ୍ଥାନ ସଂପର୍କରେ…

ଗୋଆ- ଯଦି ଆପଣ ସଦ୍ୟ ବିବାହିତ ପତ୍ନୀଙ୍କ ସହିତ ହନିମୁନର ମଜ୍ଜା ଉଠାଇବାକୁ ଚାହାଁନ୍ତି, ତେବେ ଗୋଆ ଏଥିପାଇଁ ଏକଦମ୍‌ ଉପଯୁକ୍ତ ସ୍ଥାନ । ଆପଣ ଏଠାରେ ଶୀତ ଋତୁରେ ଆୟୋଜିତ ପାର୍ଟି, ମ୍ୟୁଜିକ୍‌, ଡ୍ୟାନ୍ସ ଆଦିର ଆନନ୍ଦ ନେଇ ପାରିବେ । ତା’ ନହେଲେ ସି ବିଚ୍‌ରେ ଆପଣ ମଜ୍ଜା ଉଠାଇପାରନ୍ତି । ଏଠାକାର କଲଂ ପୁଟ୍‌ କୋଲବା, ଡେନା ପାଉଲା, ମୀରାମାର୍‌, ଅଂଜୁନା, ବା ଗାଟୋର୍‌ , ଅ ଗୋଣ୍ଡା , ପୋଲେ ଲେମ୍‌ ସି ବିଚ୍‌ ଆଦି ବେଶ୍‌ ପ୍ରସିଦ୍ଧ ।

 

photo-tourindia

ଏତଦ୍‌ବ୍ୟତୀତ ସି-ସ୍ପୋଟର୍ସ ଆକ୍ଟିଭିଟିଜ୍‌ ଯଥା- ସି ସିଲିଙ୍ଗ୍‌ , ପୌରା ଗ୍ଲାଇଣ୍ଡଙ୍ଗ୍‌,ଫିସିଙ୍ଗ୍‌ , ସ୍ୱିମିଙ୍ଗ୍‌ ଆଦିକୁ ମଧ୍ୟ ଉପଭୋଗ କରିପାରିବେ ।ଏଠାରେ ହନିମୁନ୍‌ ଲାଗି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ବି ରହିଛି। ଏଠାକାର ହୋଟେଲମାନଙ୍କରେ ବି ହନିମୁନ୍‌ ପାଇଁ ସ୍ୱତନ୍ତ୍ର ପ୍ୟକେଜର ବ୍ୟବସ୍ଥା ବି ରହିଛି। ବିଶେଷ କରି ବିଦେଶୀ ପର୍ଯ୍ୟଟକମାନେ ଏଠାକୁ ଅଧିକ ଆକର୍ଷିତ ହୋଇ ଆସିଥାଆନ୍ତି।ଯଦି ଆପଣ ଗୋଆରେ ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତର ଆନନ୍ଦ ଉଠାଇ ବାକୁ ଚାହାଁନ୍ତି, ତେବେ ଏଥିପାଇଁ କୋଲବା ବିଚ୍‌ ସବୁଠୁଁ ଉପଯୁକ୍ତ ।ଗୋଆ ପର୍ଯ୍ୟଟନ ପାଇଁ ଅକ୍ଟୋବର ରୁ ମଇ ମାସ ର ସମୟ ହେଉଛି ସବୁଠୁ ଭଲ , କାରଣ ଏଠାରେ ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ପ୍ରବଳ ବର୍ଷା ହୋଇଥାଏ ।

 

photo-blogspot.com

ମୁନ୍ନାର- ଯଦି ଶୀତ ଋତୁରେ ଆପଣ କୌଣସି ଶୈଳ ନିବାସରେ ହନିମୁନ୍‌ କରିବା ପାଇଁ ଇଚ୍ଛା କରୁ ଥାଆନ୍ତି, ତେବେ ‘ ମୁନ୍ନାର’ ହେଉଛି , ଏଥିପାଇଁ ଉତ୍ତମ ସ୍ଥାନ । ଆପଣ ସପତ୍ନୀକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ଉଠାଇପାରିବେ । ଉତ୍ତର କେରଳର ଇଡୁକ୍କି ଜିଲ୍ଲାରେ ଅବସ୍ଥିତ ‘ ମୁନ୍ନାର’ ହେଉଛି ଦକ୍ଷିଣ ଭାରତର ସବୁଠୁଁ ଲୋକପ୍ରିୟ ହିଲ୍‌ଷ୍ଟେସନ । ‘ ମୁନ୍ନାର’ ଅବଶ୍ୟ ‘ ଚାହା ବଗିଚା’ ପାଇଁ ଖୁବ୍‌ ପ୍ରସିଦ୍ଧ । ଏତଦ୍‌ବ୍ୟତୀତ ଏଠାରେ ପର୍ଯ୍ୟଟକ ମଦୁପେଟିଟ୍ୟାମ୍‌ ଇକୋ ପଏଣ୍ଟ, କୁଣ୍ଡଳ ଡ୍ୟାମ୍‌ , ରାଜମହଲ ନେସନାଲ୍‌ ପାର୍କ, ନ୍ରାମ୍‌ କକଡ୍‌ ଜଳପ୍ରପାତ, ନ୍ୟାମ୍‌ କକଡ ଭ୍ୟୁ ପଏଣ୍ଟ, ଥଲୟାର୍‌ ଭ୍ୟୁ ପଏଣ୍ଟ । ଲୁକୋମ୍‌ଜଳ ପ୍ରପାତ, ଚଳନ ବନ, ଚିନାର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ମଧ୍ୟ ଦେଖିପାରିବେ । ନୀଳ ରଙ୍ଗ, କିନ୍ତୁ ଯେତେବେଳେ ଏହା ଫୁଟେ, ସେତେବେଳେ ପାହାଡରେ ନୀଳ ଚାଦର ଭଳି ଯୋଡେଇ ହୋଇଯାଏ । ‘ କୋଚି’ ହେଉଛି ମୁନ୍ନାର ନିକଟତମ ବିମାନବନ୍ଦର, ଯାହାର ଦୂରତ୍ୱ ହେଉଛି ପ୍ରାୟ ୧୧୦ କିଲୋମିଟର । ଏଠାରୁ ନିକଟତର ରେଳଷ୍ଟେସନ୍‌ ଅର୍ଣ୍ଣାକୁଲମ୍‌ର ଦୂରତା ହେଉଛି ୧୩୦ କିଲୋମିଟର । ‘ ମୁନ୍ନାର’ ଭ୍ରମଣ ପାଇଁ ସେପ୍ଟେମ୍ବରରୁ ମଇ ମାସ ପ୍ରଯୁକ୍ତ ସମୟ । ଏଠାକର ହୋଟେଲମାନଙ୍କରେ ହନିମୁନ୍‌ ପାଇଁ ସ୍ୱତନ୍ତ୍ର ପ୍ୟକେଜର ବ୍ୟବସ୍ଥା ବି ରହିଛି।

ସମ୍ବନ୍ଧିତ ଖବର