ନୂଆଦିଲ୍ଲୀ: ମଣିଷ ଯେତେବେଳେ ଅସୁବିଧାରେ ପଡ଼ିଥାଏ, ଦୁଃଖ, ଯନ୍ତ୍ରଣା ଦେଇ ଗତି କରୁଥାଏ ସେ ସମୟରେ ସେ ଇଶ୍ବରଙ୍କ ନିକଟରେ ଶରଣ ପଶିଥାଏ। ଇଶ୍ବରଙ୍କ ନିକଟରେ କୌଣସି ଧନୀ, ଗରିବ, ଜାତି, ଧର୍ମର ଭେଦଭାବ ନଥାଏ। ଏକଥା ଆମେ ସମସ୍ତେ ଜାଣିଛେ। ଏ ଭେଦଭାବ ତ ମଣିଷ ଦ୍ବାରା ସୃଷ୍ଟି ହୋଇଛି।
ଏହି ଭେଦଭାବ ଅନୁଯାୟୀ ଯଦି ହିନ୍ଦୁ ମନ୍ଦିରରେ ମୁସଲମାନମାନେ କି ମସଜିଦରେ କୌଣସି ହିନ୍ଦୁ ପ୍ରବେଶ କରନ୍ତି ତେବେ ତାହା ଏକ ଆଲୋଚନା ଓ ସମାଲୋଚନାର ବିଷୟ ପାଲଟି ଯାଇଥାଏ।
ନିକଟରେ ଉତ୍ତରପ୍ରଦେଶର କାନପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମୁସଲମାନ ମହିଳା ଭଗବାନ ଶିବଙ୍କୁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଲୋକେ ଖୁବ ପସନ୍ଦ ବି କରୁଛନ୍ତି।
#Watch: यूपी के कानपुर का एक वीडियो सोशल मीडिया पर वायरल हो रहा है। इस वीडियो में एक मुस्लिम महिला भगवान शंकर के मंदिर में पूजा करती नजर आ रही है। #Kanpur#UttarPradeshpic.twitter.com/c4js69qAjz
— Hindustan (@Live_Hindustan) June 26, 2025
ଭଗବାନ ଶିବଙ୍କୁ ପୂଜା କରିବାର କାରଣ ବିଷୟରେ ମୁସଲମାନ ମହିଳାଙ୍କୁ ପଚରା ଯିବାରୁ ସେ କହିଥିଲେ, ‘ମୋ ଜଣେ ସମ୍ପର୍କୀୟ ନିକଟସ୍ଥ ନର୍ସିଂ ହୋମରେ ଅତ୍ୟନ୍ତ ଗମ୍ଭୀର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା।
ମୁଁ କିଛି ଉପାୟ ନପାଇ ନର୍ସିଂ ହୋମ ନିକଟରେ ଥିବା ଏହି ମନ୍ଦିରକୁ ଆସି ଭଗବାନ ଶିବଙ୍କୁ ମୋ ସମ୍ପର୍କୀୟଙ୍କ ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରିଥିଲି। ଇଶ୍ବରଙ୍କ କୃପାରୁ ସେ ଏବେ ସୁସ୍ଥ ହୋଇ ଯାଇଛନ୍ତି, ତେଣୁ ମୁଁ ମନ୍ଦିରକୁ ପ୍ରାର୍ଥନା କରିବା ସହିତ ଭଗବାନ ଶିବ ମୋ ଡାକ ଶୁଣିଥିବାରୁ କୃତଜ୍ଞତା ଜଣାଇବା୍କୁ ଆସିଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/27/68ae7d61-31dc-45a6-b93c-46858f33b5bf-2025-06-27-15-59-27.jpg)