କାର୍ଯ୍ୟାଳୟରେ କମ୍‌ ବେତନ ମିଳୁଛି କି ? ଆପଣଙ୍କ ପାଇଁ ଖୁସି ଖବର, ସରକାର ଲାଗୁ କରୁଛନ୍ତି କଡ଼ା ନିୟମ

ସ୍ୱଳ୍ପ ବେତନ ମିଳୁଥିବା କର୍ମଚାରୀଙ୍କ ପାଇଁ ଭାରତ ସରକାର ଆଣିଛନ୍ତି ଖୁସି ଖବର । ଯଦି କୌଣସି କାର୍ଯ୍ୟଳୟରେ କର୍ମଚାରୀମାନଙ୍କ ସର୍ବନିମ୍ନ ବେତନ କମ୍‌ ଥିବାର ଦେଖାଯିବ ତେବେ କମ୍ପାନି ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ସରକାର ଅତିରିକ୍ତ ପିଏଫ୍‌ କମିସନର ଏବଂ ଆଞ୍ଚଳିକ ପିଏଫ କମିସନରଙ୍କ ଦ୍ୱାରା ଏକ ସଂସ୍ଥା ଗଠନ କରିବେ । ଏହି ସଂସ୍ଥା ବିଭିନ୍ନ କମ୍ପାନି ଏବଂ ତାହାର କର୍ମଚାରୀଙ୍କ ବେତନର ଏକ ତାଲିକା ପ୍ରସ୍ତୁତ କରିବ । ଏହା ଦ୍ୱାରା କର୍ମଚାରୀଙ୍କ ଭବିଷ୍ୟତ ପାଇଁ ହେଉଥିବା ଜମା ଇପିଏଫ ଦ୍ୱାରା କର୍ମଚାରୀଙ୍କ ପିଏଫ୍‌ ଫଣ୍ଡ ଦ୍ୱାରା ତାଙ୍କୁ ସୁରକ୍ଷିତ ସୁନିଶ୍ଚିତ କରାଯାଉଛି କି ନାହିଁ ଜଣାପଡ଼ିବ ।

CNBC.com

ମିଳିଥିବା ସୂଚନା ଅନୁଯାୟୀ, ସଂଗଠନ ଏଥିପାଇଁ ପ୍ରତ୍ୟେକ କମ୍ପାନୀର େଓ୍ଵଜ୍‌ ଆନାଲିଟିକ୍‌ ରିପୋର୍ଟ ପ୍ରସ୍ତୁତ କରିବେ । ଯାହା ଦ୍ୱାରା ଜଣାପଡ଼ିବ କି କମ୍ପାନିର କର୍ମଚାରୀଙ୍କର ସର୍ବନିମ୍ନ ବେତନ କେତେ ରହିଛି।
ସୂଚନା ଅନୁଯାୟୀ, ଏଥିପାଇଁ ଅତିରିକ୍ତ ପିଏଫ୍‌ କମିସନର ଏବଂ ଆଞ୍ଚଳିକ ପିଏଫ କମିସନରଙ୍କୁ ଏକ ସର୍କୁଲାର ଜାରି କରାଯାଇଛି। ଏହା ଦ୍ୱାରା ଇଫିଏଫଓ େଓ୍ଵଜ୍‌ ଆନାଲିଟିକ୍‌ ରିପୋର୍ଟକୁ ଆଧାର କରାଯାଇ କମ୍‌ କିମ୍ବା ଶୂନ୍ୟ େଓ୍ଵଜ୍‌ ଯେଉଁ କମ୍ପାନୀର ଦେଖାଦେବ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହେବ । ସରକାରଙ୍କ ଏହି ନିଷ୍ପତ୍ତିି ଭାରତରେ ବେସରକାରୀ କମ୍ପାନୀରେ କାର୍ଯ୍ୟରତ ଥିବା ବହୁ କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ସହ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।

ସମ୍ବନ୍ଧିତ ଖବର