ହାତରେ ଦିବଂଗତ ବାପାଙ୍କ ଫଟୋ ଧରି ଛଳଛଳ ଆଖିରେ ଜେଜେଙ୍କ ସହ ବାହାବେଦୀକୁ ଗଲା ଝିଅ, ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ: କଥାରେ ଅଛି ଝିଅ ଜନମ ପର ଘରକୁ। ଦେଖିବାକୁ ଗଲେ ଜଣେ ନାରୀ ତା ଜୀବନର କିଛି ଭାଗ ତା’ ପରିବାର ସହ କାଟେ ଓ ଅବଶିଷ୍ଟ ସମୟ ବିବାହ ପରେ ଶାଶୁଘରେ କାଟିଥାଏ । ସେଥିପାଇଁ ତ ନାରୀକୁ ସମାଜରେ ତ୍ୟାଗର ଦେବୀ ବୋଲି ବିବେଚନା କରାଯାଇଥାଏ ।

ଆମେ ସମସ୍ତେ ଜାଣନ୍ତି ପ୍ରତ୍ୟେକ ଝିଅର ଜୀବନରେ ବିବାହ ଏକ ବିଶେଷ ଭୂମିକା ନେଇଥାଏ । ସେମିତି ଜଣେ ଉଦାହରଣ ହେଉଛନ୍ତି ପ୍ରିୟଙ୍କା ଭଟ୍ଟି, ଯିଏ ମାତ୍ର ୯ବର୍ଷ ବୟସରେ ତାଙ୍କ ପିତାଙ୍କୁ ହରାଇଥିଲେ । ସେ ତାଙ୍କ ବିବାହ ଦିନ ତାଙ୍କ ପିତାଙ୍କ ଫଟୋକୁ ଧରି ଜେଜେବାପାଙ୍କ ସହ ବିଦା ହେବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ଭିଡିଓକୁ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।  ପିତାଙ୍କ ମୃତ୍ୟୁ ପରେ ଜେଜେବାପା ତାଙ୍କୁ କିପରି ଛୋଟରୁ ବଡ଼ କରିଥିଲେ ସେକଥା ମଧ୍ୟ ବଖାଣିଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଆପଣ ପ୍ରିୟଙ୍କାଙ୍କୁ କନ୍ୟା ବେଶରେ ଦେଖିପାରିବେ । ମଣ୍ଡପ ଆଡ଼କୁ ଗଲାବେଳେ ସେ ତାଙ୍କ ଜେଜେବାପାଙ୍କୁ ଧରିଥିଲେ, ହାତରେ ଥିବା ବାପାଙ୍କ ଫଟୋ । ତାଙ୍କ କାହାଣୀକୁ ‘ହ୍ୟୁମାନ୍ସ ଅଫ୍ ବମ୍ବେ’ ସୋସିଆଲ ମିଡିଆରେ ସେୟାର କରାଯାଇଛି। ପ୍ରିୟଙ୍କା କହିଛନ୍ତି“ଯେତେବେଳେ ବାପାଙ୍କର ଦେହାନ୍ତ ହୋଇଥିଲା ସେତେବେଳେ ମୋର ବୟସ ୯ ବର୍ଷ । କିନ୍ତୁ ସେମଧ୍ୟରେ ମୁଁ ତାଙ୍କ ସହିତ କିଛି ବର୍ଷ ବିତାଇଥିଲି। ସିଏ ଏପରି ଥିଲେ, ଯିଏ ନିଜ ଝିଅ ପାଇଁ ସବୁକିଛି କରିଦେଉଥିଲେ ।  ମୁଁ ଆମ୍ବ ଖାଇବାକୁ ପସନ୍ଦ କରୁଥିଲି ସେଥିଲାଗି ଗ୍ରୀଷ୍ମ ଆରମ୍ଭରୁ, ସେ ସବୁବେଳେ ଆମ୍ବ ଭର୍ତ୍ତି ବାକ୍ସ ଘରକୁ ଆଣୁଥିଲେ । ସେ କେତେ ଭଲପାଉଥିଲେ! କିନ୍ତୁ ତାଙ୍କର ଶେଷ ୨ବର୍ଷରେ ଯେତେବେଳେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ସେ ଶଯ୍ୟାରେ ପଡ଼ି କଷ୍ଟ ପାଉଥିଲେ, ତଥାପି ସେ ସବୁବେଳେ ମୋ ବିଷୟରେ ପଚାରି ବୁଝୁଥିଲେ । ସେ ଆମକୁ ଛାଡି ଚାଲିଯିବା ପରେ ମୁଁ ତାଙ୍କୁ ବହୁତ ମନେ ପକାଇଲି । ମାଆବାପାଙ୍କ ଦୋକାନ ଦେଖିବା ଆରମ୍ଭ କଲା । ମୋର ଭାଇ ଏବଂ ମୁଁ ତାଙ୍କୁ ସାହାଯ୍ୟ କରିଛୁ । ସେ ଆହୁରି କହିଛନ୍ତି “ଜେଜେ ମୋତେ ନେଇ ବଢାଇଲେ କିନ୍ତୁ ମୁଁ ତାଙ୍କୁ ଜଣେ କଠୋର ହୃଦୟର ବ୍ୟକ୍ତି ଭାବିଥିଲି, ସେଥିଲାଗି ତାଙ୍କ ପାଖରେ ପିଲାମାନେ ଖେଳିବାକୁ ଡରୁଥିଲେ । କିନ୍ତୁ ବାପାଙ୍କ ମୃତ୍ୟୁ ପରେ ସେ କୋମଳ ହୋଇ ଯାଇଛନ୍ତି । ସେ ମୋର ସବୁ ଆବଶ୍ୟକତା ପୂରଣ କରିଛନ୍ତି ।’’

ଯିଏ ବି ଏହି ଭାଇରାଲ୍ ଭିଡିଓ ଦେଖୁଛନ୍ତି ତାଙ୍କ ଆଖିରେ ଲୁହ ଆସିଯାଉଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ମୁଁ ଏହାକୁ ସମ୍ପୂର୍ଣ୍ଣରୂପେ ଅନୁଭବ କରିପାରୁଛି ଯେ ପ୍ରତ୍ୟେକ ପିତା ତାଙ୍କ ଝିଅ ପାଇଁ ଜଣେ ସୁପରହିଟ୍ ଷ୍ଟାର ଅଟନ୍ତି ଏବଂ ସେହି ସ୍ଥାନ ଅନ୍ୟ କେହି ନେଇନଥାନ୍ତି ।’’ ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ତୁମର କୃତିତ୍ୱ ଦେଖି ତୁମ ପାଇଁ ଗର୍ବିତ ଏବଂ ତୁମର ବାପା ସବୁବେଳେ ତୁମ ଉପରେ ଶୁଭ ଦୃଷ୍ଟି ରଖିଥାନ୍ତୁ ।’’

ସମ୍ବନ୍ଧିତ ଖବର