ନୂଆଦିଲ୍ଲୀ: ବିଗତ ୭୪ ବର୍ଷ ହେବ ସବୁଦିନ ଚାକିରି କ୍ଷେତ୍ରକୁ ଯାଇଥିବା ଜଣେ ମହିଳା ୯୦ ବର୍ଷ ବୟସରେ ଚଳିତ ମାସରେ ଅବସର ଗ୍ରହଣ କରିଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

ଏଥିପାଇଁ ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ଟାଇଲର୍‌ ଅଞ୍ଚଳରେ ଥିବା ‘ଡିପାର୍ଟମେଣ୍ଟାଲ୍‌ ଷ୍ଟୋର୍‌’  ‘ଡିଲାର୍ଡ’ରେ ମେଲ୍‌ବା ମିବେନ୍‌ ନାମ୍ନୀ ସେ ମହିଳାଙ୍କ ଅବସର ଗ୍ରହଣ ଲାଗି ଗତ ଶନିବାର ଦିନ ଏକ ଉତ୍ସବ ଆୟୋଜନ କରାଯାଇଥିଲା।

ସଂଗୃହୀତ ରିପୋର୍ଟ ଅନୁସାରେ, ୧୯୫୬ ମସିହାରେ ମାତ୍ର ୧୭ ବର୍ଷ ବୟସରେ ସେ ଉକ୍ତ ଅନୁଷ୍ଠାନରେ ଜଣେ ‘ଲିଫ୍ଟ୍‌ ଚାଳିକା’ ଭାବେ କାର୍ଯ୍ୟ ଆରମ୍ଭ କରି ପରେ ‘କସ୍‌ମେଟିକ୍‌’ ଡିପାର୍ଟମେଣ୍ଟ୍‌କୁ ବଦଳି ହୋଇଥିଲେ।

publive-image Image Courtesy of Daily Mail

ଦୀର୍ଘ ଚାକିରି କାଳ ସମୟରେ ମେଲ୍‌ବା ପ୍ରତିଦିନ ହସ ହସ ମୁହଁରେ କର୍ମକ୍ଷେତ୍ରକୁ ଯାଉଥିଲେ। ବିସ୍ମୟକର କଥା ହେଲା ସେ କ‌ୌଣସି ଦିନ ଅସୁସ୍ଥ ହୋଇଥିବା କଥା କହି ନ ଥିଲେ।

‘ସେଲ୍‌ସ୍‌’ ବା ବିକ୍ରୟ କ୍ଷେତ୍ରରେ ତାଙ୍କର ଚମତ୍କାର ନିପୁଣତା ଥିବାରୁ ଗ୍ରାହକ ଓ ସହକର୍ମୀମାନଙ୍କର ସେ ପ୍ରିୟଭାଜନ ହୋଇପାରିଥିଲେ। ମେଲ୍‌ବାଙ୍କୁ ଦୀର୍ଘ ୬୫ ବର୍ଷ ହେବ ଜାଣିଥିବା ‘ଡିଲାର୍ଡ’ ଷ୍ଟୋର୍‌ ମ୍ୟାନେଜର୍‌ ଜେମ୍‌ସ୍‌ ସେଞ୍ଜ୍‌ କହିଛନ୍ତି, ଆମ ଟିମ୍‌ ପାଇଁ ସେ ଅନେକ କିଛି କରିଛନ୍ତି। ଆପଣ କଳ୍ପନା କରିପାରିବେ ନାହିଁ ସଫଳତା ହାସଲ କରାଇବା ପାଇଁ ସେ ଅନେକ ବ୍ୟକ୍ତିଙ୍କୁ ତାଲିମ ଓ ଶିକ୍ଷା ଦେଇଛନ୍ତି।

‌ ଜେମ୍‌ସ୍‌ ସେଞ୍ଜ୍‌ ଆହୁରି ମଧ୍ୟ କହିଛନ୍ତି, ସେ କେବଳ ଜଣେ ବିକ୍ରୟ ସହକାରିଣୀ ନୁହନ୍ତି, ତାଙ୍କୁ ମାଆ କହିଲେ ଅତ୍ୟୁକ୍ତି ହେବନାହିଁ। ସେ ଆମକୁ ଦିଗ୍‌ଦର୍ଶନ ଦେଇଛନ୍ତି। ଜୀବନ ବିଷୟରେ ସୁପରାମର୍ଶ ଦେଇଛନ୍ତି। ବଡ଼ ବିଚିତ୍ର ସେ।