କେଶ ରଙ୍ଗ କରିବା ପରେ ବଲ୍‌ବ ଭଳି ହୋଇ ଗଲା ମୁହଁ, ମୃତ୍ୟୁ ମୁହଁକୁ ଯାଉ ଯାଉ ଫେରି ଆସିଲେ ମହିଳା

ନୂଆଦିଲ୍ଲୀ : ଫ୍ରାନ୍ସରେ ଜଣେ ମହିଳାଙ୍କୁ ନିଜ କେଶ ରଙ୍ଗ କରିବା ଭାରୀ ପଡ଼ିଛି । ରଙ୍ଗ କରିବାର ତୁରନ୍ତ ପରେ କେଶ କୁଣ୍ଡାଇ ହେବା ଭଳି ସମସ୍ୟା ଆରମ୍ଭ ହେବା ସହ ମସ୍ତିଷ୍କର ଚମଡ଼ା ସିଝି ଯାଇଥିଲା । ଧିରେ ଧିରେ ମହିଳାଙ୍କ ମୁହଁ ଫୁଲି ବଲ୍‌ବ ଭଳି ହୋଇଯିବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଗୁରୁତ୍ୱପୁର୍ଣ୍ଣ କଥା ହେଲା, କେଶ ରଙ୍ଗ କରିବା ପୂର୍ବରୁ ଯୁବତୀଜଣକ ଏଲର୍ଜି ଟେଷ୍ଟ କରିଥିଲେ । କିନ୍ତୁ ସେ ସମୟରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନଥିଲା । ପରେ ସେ କେଶ ରଙ୍ଗ କରିବା ସମୟରେ କରିଥିବା ଭୁଲ ପାଇଁ ଆଜି ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି । ଏଥି ପାଇଁ ସେ ସମସ୍ତଙ୍କୁ ସତର୍କ କରାଇବା ଆରମ୍ଭ କରିଛନ୍ତି ।

WSFM

ସୂଚନା ମୁତାବକ, କୌଣସି ଜିନିଷ ବ୍ୟବହାର କରିବା ପୂର୍ବରୁ ତାହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବା ପାଇଁ ଶରୀରର ଏକ ଛୋଟ ଅଂଶରେ ଏହାର ପରୀକ୍ଷା କରିବା ଦରକାର । ଅତି କମ୍‌ରେ ଲଗାଇଥିବା ଜିନିଷକୁ ୪୮ଘଣ୍ଟା ରଖିବା ପରେ ହିଁ ତାହା ବ୍ୟବହାର କରିବା ଦରକାର । କିନ୍ତୁ ଏଲ୍ସେ ଏଲର୍ଜି ଟେଷ୍ଟ କରିବା ପାଇଁ ଲଗାଇଥିବା ହେୟାର ଡ଼ାଇକୁ କେବଳ ଅଧଘଣ୍ଟା ପାଇଁ ରଖିଥିଲେ । ଯାହା ତାଙ୍କୁ ପରେ ମହଙ୍ଗା ପଡ଼ିଥିଲା ।

ସମ୍ବନ୍ଧିତ ଖବର