ଯୁବାପଣକୁ ବଜାୟ ରଖିବା ପାଇଁ ଇନ୍‌ଜେକ୍‌ସନ୍‌ ନେବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା, ସାଧାରଣ ଆକୃତି ଠାରୁ ଦ୍ୱିଗୁଣା ହୋଇଗଲା ଓଠ

ନୂଆଦିଲ୍ଲୀ: ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହିତ ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ସର୍ଜିରି ଓ ଇନ୍‌ଜେକ୍‌ସାନ୍‌କୁ ଆପଣାଇ ଥାଆନ୍ତି। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସର୍ଜରି ଓ ଇନ୍‌ଜେକ୍‌ସନ୍‌ର ଚାହିଦା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏହା ସମୟସମୟରେ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ବଦଳରେ ଓଲଟା ପ୍ରଭାବ ପକାଇଥିବାର ଅନେକ ଘଟଣାମାନ ସାମ୍ନାକୁ ଆସିଛି।

୨୯ ବର୍ଷୀୟ ରାଚାଏଲ ନାପିୟରଙ୍କ ନିଜ ଓଠକୁ ସୁନ୍ଦର କରିବା ସହିତ ଯୁବାପଣକୁ ବଜାୟ ରଖିବା ପାଇଁ ‘ବୋଟୋକ୍ସ ପାର୍ଟ’କୁ ଯାଇଥିଲେ। ସେଠାରେ ସେ ମାଉଥ୍‌ ଫିଲର ଓ ଆଣ୍ଟି-ରିଙ୍କଲ୍‌ ଇନ୍‌ଜେକ୍‌ସନ୍‌ ନେଇଥିଲା। ତେବେ ଏହି ଇନ୍‌ଜେକ୍‌ସନ୍‌ ଭୁଲବଶତଃ ରାଚାଏଲଙ୍କ ଧମନୀକୁ ଚାଲି ଯାଇଥିଲା। କିଛି ସମୟ ପରେ ରାଚାଏଲଙ୍କ ଉପର ଓଠ ସାଧାରଣ ଓଠର ଦ୍ୱିଗୁଣା ଆକୃତିର ହୋଇଯାଇଥିଲା।

ଏହାପରେ ସେ ନିଜ ଚେହେରାକୁ ଦେଖି ଭୟଭୀତ ହୋଇ ଜଣେ କସମେଟିକ୍‌ ସର୍ଜରି ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରି ଘଟଣା ବିଷୟରେ କହିଥିଲେ। ସର୍ଜରି ବିଶେଷଜ୍ଞଙ୍କ କହିଥିଲେ ତାଙ୍କ ଓଠର ଟିସୁଗୁଡ଼ିକ ମୃତ ହେବାରେ ଲାଗିଛି। ଯଦି ସେ ସଠିକ୍‌ ସମୟରେ ଚିକିତ୍ସା ନକରନ୍ତି ତେବେ ନିଜର ଓଠକୁ ସବୁଦିନ ପାଇଁ ହରାଇ ବସିବେ। ତିନିଦିନ ପରେ ତାଙ୍କ ଓଠରେ ସଠିକ୍‌ ଇନ୍‌ଜେକ୍‌ସନ୍‌ ଦିଆଯାଇଥିଲା। ତିନିମାସ ପରେ ରାଚାଏଲ ନିଜ ପ୍ରକୃତ ଓଠକୁ ଫେରି ପାଇଥିଲେ।

ସମ୍ବନ୍ଧିତ ଖବର