ନୂଆଦିଲ୍ଲୀ : ଲଣ୍ଡନରେ ରହୁଥିବା ଜଣେ ମହିଳାଙ୍କ ଅଜବ କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ପୋଷାକ ସଫା କରିବା ପରେ ଯେଉଁ କାମ କରୁଥିଲେ,ତାହା ସମସ୍ତଙ୍କ ମନରେ ପ୍ରଥମେ ପ୍ରଶ୍ନ ସୃଷ୍ଟି କରିଥିଲା । କିନ୍ତୁ ଏହାର କାରଣ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଏ ବିଷୟରେ ମହିଳାଙ୍କ ପଡ଼ୋଶୀ ସୋସିଆଲ ମିଡିଆରେ ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଛି ।
/sambad/media/post_attachments/wp-content/uploads/2019/02/550px-nowatermark-Get-Chewing-Gum-off-Clothes-Step-6-300x169.jpg)
ସୂଚନା ମୁତାବକ, ଲଣ୍ଡନରେ ରହୁଥିବା ଷ୍ଟେଲୋ ନାମକ ଜଣେ ମହିଳା ପ୍ରତିଦିନ ପୋଷାକ ସଫା କରି ଓ୍ଵାସିଂ ମେସିନ୍ରେ ଶୁଖାଉଥିଲେ । ଶୁଖାଇବା ପୂର୍ବରୁ ସେ ପୋଷାକରେ ୩ ଖଣ୍ଡ ବରଫ ପକାଉଥିଲେ । କିଛି ଦିନ ଷ୍ଟେଲୋଙ୍କୁ ଏପରି କରୁଥିବାର ଦେଖି ତାଙ୍କ ପଡ଼ୋଶୀ ତାଙ୍କୁ ଏହା ପଛର କାରଣ ପଚାରିଥିଲେ । ଏହାର ଉତ୍ତର ରଖି,ଆମେ ପ୍ରଥମେ ପୋଷାକ ସଫା କରି ଧୋଇବା ସହ ପରେ ଏହାକୁ ଆଇରନ୍ କରିଥାଉ । ଯାହା ଦ୍ୱାରା ଆମର ଅନେକ ସମୟ ନଷ୍ଟ ହୋଇଥାଏ । ସେଥି ପାଇଁ ମୁଁ ଶୁଖାଇବା ସମୟରେ ୩ ଖଣ୍ଡ ବରଫ ପକାଇ ଦେଇଥାଏ । ଯାହା ଦ୍ୱାରା କପଡ଼ାରେ ଭାଙ୍ଗ ପଡ଼ି ନଥାଏ ଏବଂ ମୋର ଆଇରନ୍ କରିବାରେ ନଷ୍ଟ ହେଉଥିବା ସମୟ ବଞ୍ଚି ଯାଇଥାଏ । ଷ୍ଟେଲୋଙ୍କ କଥା ଶୁଣି ତାଙ୍କ ପଡ଼ୋଶୀ ତାଙ୍କୁ ପ୍ରଶଂସା କରିବା ସହ ଏବେ ସୋସିଆଲ ମିଡିଆରେ ମଧ୍ୟ ଷ୍ଟେଲୋଙ୍କ ଚତୁରପଣକୁ ପ୍ରଶଂସା କରାଯାଉଛି ।