ବାଘ ସହ ଖେଳୁଥିଲେ ଯୁବତୀ: ଅଚାନକ ହାତକୁ ଓ ଅଣ୍ଟାକୁ…

ମୁମ୍ବାଇ: ଆପଣ ଯେତେ ବି ସାହସୀ ହୁଅନ୍ତୁ ପଛେ, କୌଣସି ବନ୍ୟପ୍ରାଣୀ ସହ ମଜାକ୍‌ କରିବା ଆଦୌ ବି ବୁଦ୍ଧିମତ୍ତାର କାମ ନୁହେଁ। ସୋସିଆଲ୍‌ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଜଣେ ଯୁବତୀ ଯେଉଁଭଳି ଭାବେ ଏକ ବାଘ ସହ ଲାଗୁଛନ୍ତି ତାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏମିତିରେ ତ କୌଣସି ବି ଜନ୍ତୁ ସହ ଲାଗିବା କଥା ନୁହେଁ, ବାଘ ହୋଇଥିଲେ ଟିକେ ଅଧିକ ଦୂରେଇ ରହିବା ଆବଶ୍ୟକ। ହେଲେ ଯୁବତୀଙ୍କୁ ଦୁସାସିକତା ଆପଣଙ୍କୁ ଚକିତ କରିବ ନିଶ୍ଚୟ।

ଭାଇରାଲ୍‌ ହୋଇଥିବା ଭିଡିଓରେ ଯୁବତୀ ଜଣକ ତାଙ୍କର ପୋଷା ବାଘ ଉପରେ ଭଲପାଇବା ଓଜାଡ଼ି ଦେଉଥିବା ଦେଖିବାକୁ ମିଳିଛି। ତାପରେ ଯାହା ହେଉଛି ‌ସେଥିରେ ଆପଣ ଡରିଯିବେ ନିଶ୍ଚୟ। ଯୁବତୀ ଜଣକ ବାଘଟିର ପିଠିକୁ ଆଉଁସୁଥିବା ବେଳେ ବ‌ାଘଟି ବାରମ୍ବାର ଯୁବତୀଙ୍କୁ ଆକ୍ରମଣ କରିବାର ଚେଷ୍ଟା କରୁଥାଏ। କେବେ ଯୁବତୀଙ୍କ ହାତକୁ କାମୁଡ଼ିବାକୁ ଚେଷ୍ଟା କରୁଥାଏ ତ କେବେ ତାଙ୍କ ଅଣ୍ଟାକୁ। ହେଲେ ତା’ ସତ୍ତ୍ବେ ବି ଯୁବତୀ ଜଣକ ବାଘ ପାଖରୁ ଦୂରକୁ ଯାଉନାହାନ୍ତି। ସେଇଠା‌ରେ ରହି ସେ ବାଘକୁ ଆଉଁସିବାରେ ଲାଗିଛନ୍ତି।

ୟାର୍ଥ ରିଲ୍‌ ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଭିଡିଓଟି ସେୟାର୍‌ ହୋଇଛି। ଏହି ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମିଳିବାରେ ଲାଗିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବାଘ ସହ ମଜାକ୍‌ ଭଲ ନୁହେଁ, ଆପଣଙ୍କ ଜୀବନ ବି ଯାଇପାରେ’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ପୋଷା ବାଘ ଲାଗୁଛି, ହେଲେ ବି ତୁମକୁ ଏତେ ବିଶ୍ବାସ କରିବା କଥା ନୁହେଁ।’

ସମ୍ବନ୍ଧିତ ଖବର