ପେଟ ପାଇଁ କେତେ ନାଟ; ଶିଶୁକୁ ପିଠିରେ ବାନ୍ଧି ଇଟା ବୋହୁଛି ମା’

ନୂଆଦିଲ୍ଲୀ: ମା’ ନିଜ ପିଲା ପାଇଁ ସବୁପ୍ରକାର କଷ୍ଟକୁ ସର୍ବଦା ସହ୍ୟ କରିବାକୁ ପ୍ରସ୍ତୁତ ରହିଥାଏ। ମା’ଟି ନିଜ ପରିବାର ସହିତ ପିଲାଟିର ବି ଉଚିତ ଯତ୍ନ ନେବାକୁ ପଛାଇ ନ ଥାଏ। ସେଥିପାଇଁ ତ ମା’ଙ୍କୁ କବି ବା ଲେଖକମାନେ ଅନେକ ଆଖ୍ୟା ଦେଇ ସେମାନଙ୍କ କବିତା ଓ ଲେଖାରେ ସ୍ଥାନ ଦେଇଛନ୍ତି। ନିକଟରେ ଜଣେ ମା’ ଦୁଇମୁଠା ଖାଇବା ପାଇଁ ଇଟା ବୋହୁ ଥିବା ବେଳେ ପିଠିରେ ନିଜର ଶିଶୁକୁ ବାନ୍ଧି କାମ କରୁଛି। ନୀରିହ ଶିଶୁଟି ମା’ର ଅସୁବିଧା ବୁଝିଲା ଭଳି ଶାନ୍ତ ହୋଇ ମା‌’ ପିଠିରେ ସେମିତି ଝୁଲି ରହିଛି।

ସୋସିଆଲ ମିଡିଆରେ ଅଭିନେତ୍ରୀ ଶବାନା ଆଜମୀ ଏହି ମା’ ଓ ଶିଶୁର ଏହି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଟାଣ ଖରାରେ ଶ୍ରମିକ ମା’ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଇଟା ବୋହିବା କାମ କରୁଥିବା ବେଳେ ଶିଶୁ ପ୍ରତି ଥିବା ତାର କର୍ତ୍ତବ୍ୟ ବି ପାଳନ କରୁଥିବା ଦେଖିବାକୁ ମିଳୁଛି।

ଏହି ଫଟୋକୁ ସେୟାର କରି ଶବାନା ଆଜମୀ କ୍ୟାପସନରେ ଲେଖିଛନ୍ତି, “ମା ତୁଝେ ସଲାମ୍”।

ଏହି ମା’ ଶିଶୁଙ୍କ ଭଳି ପୂର୍ବରୁ ସୋସିଆଲ ମିଡିଆରେ ଜଣେ ମା’ ଓ ଝିଅର ଫଟୋ ଭାଇରାଲ ହୋଇଥିଲା। ଏଥିରେ ଘର ଚଳାଇବା ପାଇଁ ମା’ ଏକ ଓଜନ ମାପିବା ମେସିନ୍ ଧରିଥିବା ବେଳେ ରାସ୍ତା ପାର୍ଶ୍ବରେ ତା’ ପାଖରେ ଛୋଟ ଝିଅଟିଏ ବସି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର