ନୂଆଦିଲ୍ଲୀ: ମା’ ହେବା ଏମିତି ଏକ ଅନୁଭୂତି ଯାହାକୁ କୌଣସି ମହିଳା ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ହୋଇ ନଥାଏ। ସନ୍ତାନକୁ ଜନ୍ମ ଦେବାର ଖୁସି ଠାରୁ ମା’ ପାଇଁ ବଡ଼ ଖୁସି ଆଉ କିଛି ହୋଇ ନ ଥାଏ। ତେବେ ସନ୍ତାନକୁ ଜନ୍ମ ଦେବା ସମୟ ମା’ ପାଇଁ ବହୁତ ଯନ୍ତ୍ରଣାଦାୟକ ଥାଏ। ଏହି କ୍ରମରେ ଜଣେ ମହିଳା ସୋସିଆଲ ମିଡିଆରେ ନିଜର ପ୍ରସବ ଅନୁଭୂତି ସେୟାର କରିଛନ୍ତି।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, କିମ ନାମକ ଜଣେ ମହିଳା ଦାବି କରିଛନ୍ତି ଯେ ସେ ମାତ୍ର ଚାରି ମିନିଟ ମଧ୍ୟରେ ମାଆ ହେବାର ସୌଭାଗ୍ୟପ୍ରାପ୍ତ କରିଥିଲେ। ଯେତେବେଳେ ମହିଳାଙ୍କ ସ୍ୱାମୀଙ୍କୁ ଏହି ଘଟଣା ବିଷୟରେ ଜଣାପଡ଼ିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରମାନେ ବି ମହିଳାଙ୍କ ପ୍ରସବ ସମୟ ଦେଖି ଚକିତ ହୋଇଯାଇଥିଲେ।

Woman became a mother in just 4 minutes, Husband got shocked | महिला महज 4 मिनट में मां बन गई, पति जब ऑफिस से घर लौटा तो उसे नहीं हुआ यकीन | Patrika News Patrika

ମହିଳାଙ୍କ ଏହି କାହାଣୀ ଶୁଣିବା ପରେ ଲୋକମାନେ ତାଙ୍କୁ ଦୁନିଆର ସବୁଠାରୁ ସୁଖୀ ମାତା ବୋଲି କହୁଛନ୍ତି ।

କିମ ନାମକ ଏହି ମହିଳା ଟିକଟକରେ ନିଜର ପ୍ରସବ କରିବାର କାହାଣୀ ସେୟାର କରି କହିଛନ୍ତି ଯେ ସେ ରୁଟିନ ଚେକଅପ ପାଇଁ ଡାକ୍ତରଖାନାକୁ ଯାଇଥିଲେ, କିନ୍ତୁ ସେଠାରୁ ସେ ନିଜ କୋଳରେ ତାଙ୍କ ସନ୍ତାନକୁ ଧରି ଫେରିଥିଲେ। ସେ କେବେ ଭାବି ନଥିଲେ ଯେ ଡାକ୍ତରଖାନା ସିନା ଏକୁଟିଆ ଯାଉଛନ୍ତି, କିନ୍ତୁ ସାଥୀରେ ତାଙ୍କ ସନ୍ତାନକୁ ଧରି ‌ଫେରିବେ।

ସେ ଯେତେବଳେ ହସ୍ପିଟାଲରେ ପହଞ୍ଚିଥିଲେ ଡାକ୍ତରମାନେ ତାଙ୍କୁ ଯଥା ଶୀଘ୍ର ଭର୍ତ୍ତି କରି ଦେଇଥିଲେ। ଆଉ ଡାକ୍ତରମାନେ ପ୍ରସବ ପାଇଁ ପ୍ରସ୍ତୁତ ଆରମ୍ଭ କରିଥିଲେ। ଏତିକି ବେଳେ ମାତ୍ର ୪ ମିନିଟ ସମୟ ମଧ୍ୟରେ ମହିଳା ସନ୍ତାନକୁ ଜନ୍ମ ଦେଇ ଦେଇଥିଲେ।