ବ୍ରାଜିଲ: ଚିକିତ୍ସା ବିଜ୍ଞାନ କମାଲ୍ କରୁଛି। ଶରୀରର କେୌଣସି ବି ଅଙ୍ଗ ପ୍ରତିରୋପଣ ହୋଇପାରୁଛି।  ବ୍ରାଜିଲରେ ବସବାସ କରୁଥିବା ୨୩ବର୍ଷୀୟ ଜୁସିଲାଇନ୍‌ ମରିନାଙ୍କ  ଏଭଳି  ଏକ ସ୍ୱତନ୍ତ୍ର ଅସ୍ତ୍ରୋପଚାର କରାଯାଇଥିଲା। ଜୁସିଲାଇନ୍‌ ବିନା ଗୁପ୍ତାଙ୍ଗରେ ଜନ୍ମ ନେଇଥିଲେ। ତାଙ୍କ ଜୀବନ ବହୁ କଷ୍ଟ ଦାୟକ ଥିଲା। କିନ୍ତୁ ବିଜ୍ଞାନ ଯୁଗରେ କୌଣସି କାମ ବି ଅସମ୍ଭବ ନୁହେଁ। ଏପରି କି କଳ୍ପନା କରି ନ ଥିବା ଜିନିଷ ବି ସମ୍ଭବ ହୋଇଯାଇଥାଏ। ଡାକ୍ତରୀଦଳ ତିଲାପିୟା ମାଛର ଚମଡା ସାହାଯ୍ୟରେ ଯୁବତୀଙ୍କ ଶରୀରରେ କୃତିମ ଗୁପ୍ତାଙ୍ଗ ରୋପଣ କରିଥିଲେ। ବ୍ରାଜିଲର ଫେଡେରାଲ୍ ୟୁନିଭର୍ସିଟି ଅଫ ସିୟରାରେ ଏହି ଐତିହାସିକ ଅସ୍ତ୍ରୋପଚାର ହୋଇଥିଲା।

Advertisment

publive-image

ଏହି ଐତିହାସିକ ଅସ୍ତ୍ରୋପଚାର ଏକ ବର୍ଷ ପୂର୍ବେ ଏପ୍ରିଲରେ ହୋଇଥିଲା। ଏହାର ଖୁଲାସା ସଫଳ ହେବା ପରେ ହିଁ କରାଯାଇଛି। ଜୁସିଲାଇନ୍‌ ବି ଏହି ଅସ୍ତ୍ରୋପଚାରକୁ ନେଇ କହନ୍ତି, ମୋତେ ବି ଆଶ୍ଚର୍ଯ୍ୟ ଲାଗେ କିଭଳି ଏକ ମାଛର ଚମଡ଼ା ଦ୍ୱାରା କୃତିମ ଗୁପ୍ତାଙ୍ଗ ଡାକ୍ତର ମୋର ଶରୀରରେ ରୋପଣ କରିଥିଲେ।

ଜୁସିଲାଇନ୍‌ଙ୍କ ଗୁପ୍ତାଙ୍ଗ ଅସ୍ତ୍ରୋପଚାର କରିଥିବା ଡାକ୍ତର କହନ୍ତି, ଗୁପ୍ତାଙ୍ଗ ରୋପଣ ପାଇଁ ତିଲାପିୟା ମାଛର ଚମଡ଼ା ଏଥିପାଇଁ ନିଆଯାଇଥିଲା କାରଣ, ଏହି ମାଛର ଚମଡ଼ା ମନୁଷ୍ୟ ଶରୀର ସହିତ ଜଡ଼ିତ ହୋଇ ଷ୍ଟେମ୍‌ ସେଲର କାମ କରିଥାଏ। କିମ୍ବା ସ୍କିନ୍‌ରେ ମିଶି ସେଲ୍ୟୁଲର ଟିସୁ ବନାଇ ଥାଏ। ତେବେ ଏହି ଅସ୍ତ୍ରୋପଚାର ପରେ ଯୁବତୀଙ୍କ ବୈବାହିକ ଜୀବନକୁ ନେଇ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେଥିରେ ଆଉ କୌଣସି ଅସୁବିଧା ନାହିଁ। ସେ ସାଧାରଣ ମହିଳାଙ୍କ ଭଳି ସନ୍ତାନ ଜନ୍ମ କରି ପାରିବେ।

publive-image

ଏଭଳି ଏକ ଘଟଣା କିଛିଦିନ ତଳେ ରାଜସ୍ଥାନ ଜୟପୁରରେ ଘଟିଥିବା ଶୁଣିବାକୁ ମିଳିଥିଲା। ୧୭ବର୍ଷର ଯୁବତୀ ଜନ୍ମ ପରଠାରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ, କୌଣସି ରୋଗ ବି ତାଙ୍କୁ ହୋଇ ନ ଥିଲା, କିନ୍ତୁ ୧୭ବର୍ଷ ପରେ ତାଙ୍କର ମାସିକ ଧର୍ମ ହୋଇ ନ ଥିବା ହେତୁ ତାଙ୍କ ମାଆ ବ୍ୟସ୍ତ ହୋଇ ଝିଅକୁ ଜୟପୁରର ସବାଇ ମାନସିଂହ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଝିଅର ଚିକିତ୍ସା କରି କହିଥିଲେ କି, ଝିଅର ଗୁପ୍ତାଙ୍ଗ ଓ ଗର୍ଭାଶୟ ହିଁ ନାହିଁ। କିନ୍ତୁ ଅଣ୍ଡକୋଷ ସମ୍ପୂର୍ଣ୍ଣ ଠିକ ଅଛି। ଡାକ୍ତର ପରିବାର ଲୋକଙ୍କୁ ଚିନ୍ତା ନ କରି ଶାନ୍ତ ରହିବାକୁ ଆଶ୍ୱାସନା ଦେଇଥିଲେ ଓ କୃତ୍ରିମ ଉପାୟରେ ଗୁପ୍ତାଙ୍ଗ ରୋପଣ ପାଇଁ କହିଥିଲେ।

publive-image

ଏହାପରେ ଡାକ୍ତର କୃତ୍ରିମ ଗୁପ୍ତାଙ୍ଗ ପାଇଁ ଅସ୍ତ୍ରୋପଚାର ରୋପଣ ପ୍ରକ୍ରିୟା ଆରମ୍ଭ କଲେ। କୃତ୍ରିମ ଗୁପ୍ତାଙ୍ଗ ପାଇଁ ଲେପ୍ରୋସ୍କୋପିକ ସର୍ଜରି କଲେ ଯ ଡାକ୍ତରଙ୍କ କହିବାନୁସାରେ, ପୂର୍ବରୁ ଏମିତି ଅସ୍ତ୍ରୋପଚାର ପାଇଁ ଜଙ୍ଘର ଚର୍ମ କିମ୍ବା ଟିସୁର ବ୍ୟବହାର କରାଯାଉଥିଲା। କିନ୍ତୁ ଏହି କ୍ଷେତ୍ରରେ ଏମିତି କରାଯାଇ ପାରିବ ନାହିଁ। କାରଣ ଏପରି କରିବା ଦ୍ୱାରା ସଂକ୍ରମଣର ଭୟ ରହିବ।

ଡାକ୍ତର ଅସ୍ତ୍ରୋପଚାର କରି ବାଳିକାର ଗୁପ୍ତାଙ୍ଗ ରୋପଣ କରି ଦେଲେ ସିନା କିନ୍ତୁ ତାହାର ବୈବାହିକ ଜୀବନ ସାଧାରଣ ହୋଇ ପାରିବ ନାହିଁ ବୋଲି କହିଥିଲେ। ଏହା ଏଥିପାଇଁ କାରଣ ସେ ପ୍ରାକୃତିକ ରୂପେ ଗର୍ଭଧାରଣ କରି ପାରିବେ ନାହିଁ। ଯଦି ଝିଅ ମାଆ ବନିବାକୁ ଚାହେଁ ତେବେ ସେରୋଗେସି ଛଡ଼ା ଅନ୍ୟ କିଛି ବିକଳ୍ପ ତା’ପାଖରେ ନାହିଁ।