ହସ୍‌ପିଟାଲରେ ମହିଳା ଗୋଟିଏ ହାତରେ ଫର୍ମ ଭରୁଥିବା ବେଳେ ଅନ୍ୟ ହାତରେ କାହିଁକି ସାପକୁ ଗୁଡ଼ାଇ ଧରିଛନ୍ତି ଜାଣନ୍ତୁ

 

ବେଜିଂ: ସାପର ନାମ ଶୁଣିଲେ ମନରେ ଭୟ ଜାତ ହୋଇଥାଏ। କିନ୍ତୁ ନିକଟରେ ଜଣେ ମହିଳାଙ୍କ ହାତକୁ ସାପ ଚୋଟ ମାରିଥିଲା। ତେବେ ମହିଳା ଜଣକ ଭୟ ନକରି ଉକ୍ତ ସାପକୁ ହାତରେ ଗୁଡ଼ାଇ ଚିକିତ୍ସା ପାଇଁ ହସ୍‌ପିଟାଲରେ ପହଞ୍ଚିଥିଲେ। ଚୀନ ସୋସିଆଲ ମିଡିଆରେ ଏହି ମହିଳାଙ୍କ ଫଟୋ ଭଇରାଲ ହୋଇଛି। ଯାହାଙ୍କ ହାତରେ ସାପ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। ମହିଳା ହସ୍‌ପିଟାଲରେ ଗୋଟିଏ ହାତରେ ଫର୍ମ ଭରିବା ସହିତ ଆର ହାତରେ ସାପକୁ ଗୁଡାଇ ଧରିଛନ୍ତି।

ଏଭଳି ଏକ ଘଟଣା  ଜିଝିୟାନଗ ପ୍ରାନ୍ତ କାଉଣ୍ଟିରେ ଘଟିଛି। ମହିଳାଙ୍କୁ ଏଠାରେ ଏକ ସାପ ଚୋଟ ମାରିଥିଲା। ଏହାପରେ ମହିଳା ଯାହା କରିଥିଲେ ତାହା ସତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମହିଳାଙ୍କ ହାତରେ ଚୋଟ ମାରୁଥିବା ସମୟରେ ୧.୫ମିଟର ସାପକୁ ଜୀବନ୍ତ ଅବସ୍ଥାରେ ଧରି ସିଧାସଳଖ ହସ୍‌ପିଟାଲରେ ଚକିତ୍ସା ପାଇଁ ପହଞ୍ଚିଥିଲେ। ମହିଳାଙ୍କୁ ହସ୍‌ପିଟାଲରେ ଏଭଳି ଅବସ୍ଥାରେ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେସଙ୍ଗେ ଡାକ୍ତର ମହିଳାଙ୍କ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ସୋସିଆଲ ମିଡିଆରେ ମହିଳାଙ୍କ ସାହସକୁ ଲୋକମାନେ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର