ବେଙ୍ଗାଲୁର: ନବନିର୍ମିତ କର୍ଣ୍ଣାଟକ ସରକାର ରାଜ୍ୟରେ "ଶକ୍ତି" ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନା ମୁତାବକ, ରାଜ୍ୟର ମହିଳା ଏବଂ କିନ୍ନରମାନେ ରାଜ୍ୟ ଚାଳିତ ସଡକ ପରିବହନ ନିଗମ (ଆରଟିସି) ଦ୍ବାରା ମାଗଣରେ ଯାତ୍ରା କରିପାରିବେ।
ଜଣେ ମହିଳା ଯାତ୍ରୀ ନିକଟରେ ଏହି ଯାତ୍ରା କରିଥିବା ବେଳେ ଶୂନ୍ୟ ଭଡ଼ାର ଏକ ଟିକେଟ୍ ସେୟାର୍ କରି ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛନ୍ତି। ଟ୍ବିଟର୍ରେ ଟିକେଟ୍ ସେୟାର୍ କରିଥିବା ମହିଳା ଜଣକ ହେଉଛନ୍ତି ଲାବଣ୍ୟା ବଲାଲ୍ ଜୈନ୍।
ଟିକେଟ୍ ସେୟାର କରି ଲାବଣ୍ୟା ଲେଖିଥିଲେ, ‘କର୍ଣ୍ଣାଟକରେ ମହିଳାମାନଙ୍କ ପାଇଁ କଂଗ୍ରେସ ସରକାର # ଶକ୍ତି ଦ୍ୱାରା ଆରମ୍ଭ ହୋଇଥିବା ମାଗଣା ବସ୍ ସେବାରେ ମୋର ଶୂନ ଭଡାର ଟିକେଟ।’ ତାଙ୍କର ଏହି ପୋଷ୍ଟ୍ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଆଦୌ ପସନ୍ଦ ଆସିନାହିଁ।
Here’s my zero fare ticket in the free bus service launched for women in Karnataka by the Congress Government #Shakthipic.twitter.com/cqpGnHG1IS
— Lavanya Ballal Jain (@LavanyaBallal) June 11, 2023
ଜଣେ ବ୍ୟବହାରକାରୀ ନିଜର ମତ ରଖି ଲେଖିଛନ୍ତି, ‘କେତେ ଜଣ ଭାରତୀୟ ନାରୀବାଦୀ ଏହାକୁ ବିରୋଧ କରୁଛନ୍ତି ମୁଁ ଦେଖୁଛି। ଯଦି ବିରୋଧ କରୁନାହାନ୍ତି, ତେବେ ଏଥିରୁ ସ୍ପଷ୍ଟ ଯେ ନାରୀମାନେ ପୁରୁଷଙ୍କ ସମର୍ଥନ ଲୋଡୁଛନ୍ତି।’
ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଅଳଙ୍କାର ଓ ଲିପ୍ଷ୍ଟିପ୍ କିଣି ପାରୁଥିବା ମହିଳା ବସ୍ ଭଡ଼ା ବି ଦେଇପାରୁନାହାନ୍ତି! ଏହା ନିତାନ୍ତ ଲଜ୍ଜାଜନକ’। ଯାହାଙ୍କର ଆବଶ୍ୟକତା ରହିଛି ତାହାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆବଶ୍ୟକ ନଥିବା ନାରୀମାନଙ୍କ ପ୍ରତି ସମବେଦନା ଦେଖାଉଥିବା ଏହି ଯୋଜନାକୁ ନେଇ ଅନେକ ସମାଲୋଚନା ହେଉଛି।