ବେବି ସୁମୋକୁ ଜନ୍ମ ଦେଲେ ୨୭ ବର୍ଷିୟା ମହିଳା!

ନୂଆଦିଲ୍ଲୀ: ସଡ଼ନିର ଜଣେ ୨୭ ବର୍ଷିୟା ମହିଳା ବେବି ସୁମୋକୁ ଜନ୍ମ ଦେଇଥିବା ଦାବି କରୁଛନ୍ତି। ଏହି ମହିଳା କହିଛନ୍ତି ଯେ ସେ ୬ କିଲୋଗ୍ରାମ ଓଜନର ଶିଶୁକୁ ଜନ୍ମ ଦେଇଛନ୍ତି । ଖାଲି ସେତିକି ନୁହେଁ, ଲୋକେ ଏହି ଶିଶୁକୁ ବେବି ସୁମୋ ବୋଲି କହୁଛନ୍ତି।

ନିଉ ସାଉଥଓ୍ୱଲ୍ସର ଏକ ଡାକ୍ତରଖାନାରେ ଏମ୍ମା ନାମ୍ନୀ ଏହି ମହିଳା ଶିଶୁକୁ ଜନ୍ମ ଦେବା ପରେ ଶିଶୁକୁ ଦେଖି ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀମାନେ ବିସ୍ମିତ ହୋଇଥିଲେ। ଏମ୍ମାଙ୍କ କହିବା ଅନୁସାରେ ସେ ୩୫ ସପ୍ତାହ ପରେ ଯେତେବେଳେ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା, ସେତେବେଳେ ଶିଶୁ ବେବି ସୁମୋର ଓଜନ ଥିଲା ୪ କିଲୋଗ୍ରାମ , ମାତ୍ର ଧୀରେଧୀରେ ଶିଶୁର ଓଜନ ବଢିବାରେ ଲାଗିଥିଲା । ୩୮ ସପ୍ତାହ ବେଳକୁ ଓଜନ ୬ କେଜିରେ ପହଞ୍ଚିଥିଲା।

A baby in Australia weighed in at almost 6kg
image source-heart.co.uk

ଶିଶୁ ବେବି ସୁମୋର ବାପା ଡାନିଏଲ କହିଛନ୍ତି ଯେ, ଏହା ସେମାନଙ୍କର ତୃତୀୟ ସନ୍ତାନ । ଏହା ପୂର୍ବରୁ ସେମାନଙ୍କ ଝିଅର ଜନ୍ମ ବେଳକୁ ତାର ଓଜନ ସାଢ଼େ ୫ କିଲୋଗ୍ରାମ ଏବଂ ପୁଅର ଓଜନ ଜନ୍ମ ବେଳକୁ ୪ କିଲୋଗ୍ରାମ ଥିଲା ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର