ପୁରୁଣା ଓ ଅଦରକାରୀ ଆମ୍ବୁଲାନ୍ସକୁ ସଜାଇ ମହିଳା ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ମଣିଷ ମଧ୍ୟରେ ଅନେକ ପ୍ରତିଭା ଭରି ରହିଥାଏ। ‌‌ସୁଯୋଗ ନପାଇ ପାରିବାରୁ ଅନେକଙ୍କ ମଧ୍ୟରେ ପ୍ରତିଭା ମରି ଯାଇଥିବା ବେଳେ ଆଉ କେତେକ ନିଜ ଭିତରେ ଥିବା ପ୍ରତିଭାକୁ ଦେଖାଇ ଚର୍ଚ୍ଚାରେ ରହିଥାଆନ୍ତି। ଏପରି ଜଣେ ମହିଳା ହେଉଛନ୍ତି ସାମଥା ବୋଣ୍ଡ।

ବ୍ରିଟେନର ବ୍ରିଷ୍ଟଲରେ ବସବାସ କରୁଥିବା ମହିଳାଙ୍କ ନାମ ହେଉଛି ସାମଥା ବୋଣ୍ଡ। ୩୯ ବର୍ଷିୟ ସାମନ୍ତ ତାଙ୍କ ଗ୍ରାହକଙ୍କ ପାଇଁ ପୁରୁଣା ଆମ୍ବୁଲାନ୍ସକୁ ନବୀକରଣ କରି ସୁନ୍ଦର ହଲିଡେ ହେମା ତିଆରି କରିଛନ୍ତି।

फोटो खिंचाने का मौका

ସାମଥାଙ୍କ ବ୍ୟବସାୟ ଆଜି ସମଗ୍ର ୟୁରୋପରେ ରହିଛି । ତାଙ୍କର ଏହି କଳା ପାଇଁ ଲୋକମାନେ ଖୁସିରେ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥାଆନ୍ତି। ସାମଥାଙ୍କ ଗ୍ରାହକମାନେ ୱେଲ୍ସ, ସ୍ପେନ୍, ପର୍ତ୍ତୁଗାଲ ଏବଂ ଫ୍ରାନ୍ସରୁ ଆସି ଏକ ସୁନ୍ଦର ଛୋଟ ମିନି ଘରକୁ ଚଲାଇ ନିଜ ଘରକୁ ନେଇ ଯାଇଥାଆନ୍ତି।
ପ୍ରକାଶିତ ଖବର ଅନୁଯାୟୀ ସମାଥା ବର୍ତ୍ତମାନ ପୁରୁଣା ଆମ୍ବୁଲାନ୍ସକୁ କ୍ୟାମ୍ପରଭ୍ୟାନରେ ପରିଣତ କରିବାକୁ ନିଜର ପେସା କରି ଦେଇଛନ୍ତି। ସମାଥା ପୁରୁଣା ଏବଂ ଅଦରକାରୀ ଆମ୍ବୁଲାନ୍ସକୁ କିଛି ଦିନର କଠିନ ପରିଶ୍ରମ କରି ସୁନ୍ଦର କ୍ୟାମ୍ପରଭ୍ୟାନ‌ରେ ପରିଣତ କରିଥାଆନ୍ତି। ଏହି ଭ୍ୟାନ ବିକ୍ରି କରି ୧୫ରୁ ୨୦ଲକ୍ଷ ଟଙ୍କା ସମାଥା ସହଜରେ ରୋଜଗାର କରି ପାରୁଛନ୍ତି।

अनोखा स्टाइल

ଏପର୍ଯ୍ୟନ୍ତ ସେ ୮ ଟି ଆମ୍ବୁଲାନ୍ସ କିଣିଛନ୍ତି ଏବଂ ସେଥିମଧ୍ୟରୁ ୫ ଟିରେ କାମ ଚାଲିଥିବାବେଳେ ୩ ଟି ଆମ୍ବୁଲାନ୍ସ କ୍ୟାମ୍ପରଭ୍ୟାନ ଭାବରେ ସମ୍ପୂର୍ଣ୍ଣ ହୋଇସାରିଛି। ପୁରୁଣା ଆମ୍ବୁଲାନ୍ସକୁ ସଜାଡ଼ି କ୍ୟାମ୍ପରଭ୍ୟାନ ତିଆରି କରିବା ପାଇଁ ସମାନ୍ତଙ୍କୁ ୬ମାସର ସମୟ ଲାଗିଥାଏ।

ସେ ପ୍ରଥମେ ୨୦୧୨ମସିହାରେ ଲଣ୍ଡନରେ ଏକ ଆମ୍ବୁଲାନ୍ସ କିଣିଥିଲେ । ଏହାକୁ କ୍ୟାମ୍ପରଭ୍ୟାନ ଭାବେ ସଜାଇ ତାହାକୁ ବିକ୍ରି କରି ଦେଇଥିଲେ। ସେତେବେଳେ ତାଙ୍କର ଧାରଣା ନଥିଲା କି ଏହା ତାଙ୍କର ବ୍ୟବସାୟ ହୋଇପାରିବ। କାମ ଉପରେ ତାଙ୍କର ବିଶ୍ବାସ ଥିଲା। କିନ୍ତୁ ସେ ଏହି ବ୍ୟବସାୟ କରି ଏତେ ସଫଳତା ପାଇବେ ବୋଲି କେବେ ଭାବି ନଥିଲେ।

ଯେତେବେଳେ ସେ ଏହି କାମ ଆରମ୍ଭ କରିଥିଲେ, ତାଙ୍କର ପ୍ରାୟ ୩୦ ଲକ୍ଷ ଟଙ୍କାର ଋଣ ହୋଇଥିଲା । ପରେ ‌ସେ ଏହିି ଋଣକୁ ଆମ୍ବୁଲାନ୍ସ କ୍ୟାମ୍ପରଭ୍ୟାନ ବିକ୍ରି କରି ସୁଜି ଦେଇଥିଲେ।

ସମ୍ବନ୍ଧିତ ଖବର