ଓଟ ସହ ସେଲଫି ନେଉଥିଲେ, ଭାଇରାଲ ଭିଡିଓରେ ଦେଖନ୍ତୁ କିଭଳି ଚୁଟିକୁ ଟାଣି ଖାଇଦେଲା ଓଟ

ନୂଆଦିଲ୍ଲୀ: ଆଜିକାଲି ସେଲଫିର ଲୋକପ୍ରିୟତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏହିପରି ଅନେକ ମଜାଦାର ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ବିବାହ ଭୋଜିରେ ଅଦ୍ଭୁତ ପୋଜ୍ ଦେଇ ସେଲଫି ନେଉଥିବାର ଦେଖିବାକୁ ମିଳିଥାଏ। ହେଲେ ଏହି ସେଲଫି ନିଶା ପାଇଁ ଅନେକ ଥର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ଭିଡିଓ ଜଣେ ମହିଳା ଓଟ ସହିତ ସେଲଫି ନେଉଥିବା ବେଳେ ଓଟଟି ତାଙ୍କ ଚୁଟି ଟାଣି ଛିଡ଼ାଇ ଦେଇଥିବା ଦେଖାଯାଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳା ଓଟ ସହିତ ସେଲଫି ନେଉଛନ୍ତି। ଓଟଟି ​​ପିଞ୍ଜରା ଭିତରେ ଥିବା ବେଳେ ମହିଳାଜଣକ ବାହାରେ ରହି ଫଟୋ ଉଠାଉଛନ୍ତି। ଏହା ପରେ ଓଟଟି ପିଞ୍ଜରା ଭିତରୁ ମହିଳାଙ୍କ ଚୁଟି ଟାଣି ନେଉଛି। ଭିଡିଓରେ ମହିଳାଙ୍କ କେଶ ଛିଡ଼ିଯାଇଥିବା ଦେଖିବାକୁ ମିଳିିଛି।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପ୍ରବୀଣ ଅଙ୍ଗୁସାମି ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓଟି ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଓଟ ପାଇଁ ସ୍ୱାଦିଷ୍ଟ ହାଇ-ପ୍ରୋଟିନ୍ ଜଳଖିଆ। ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇସାରିଛି। ଚିଡିଆଖାନାକୁ ଯାଉ ସେଲଫି ନେଉଥିବା ପର୍ଯ୍ୟଟକଙ୍କ ସହ ଅନେକ ସମୟରେ ଏଭଳି କିଛି ଘଟୁଥିବାର ଦେଖାଯାଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ସାବଧାନ ରହିବାକୁ କୁହାଯାଇଥାଏ।

ସମ୍ବନ୍ଧିତ ଖବର