ସୁରଟ: କଥାରେ ଅଛି ‘ରଖେ ହରି ମାରେ କିଏ’। ଏହାର ଏକ ଜ୍ୱଳନ୍ତ ଉଦାହରଣ ଗୁଜୁରାଟ ସୁରଟରେ ଦେଖିବାକୁ ମିଳିଛି। ୫୫ବର୍ଷୀୟ ମହିଳାଙ୍କ ଉପରେ ଏକ ମିନିଭ୍ୟାନ୍‌ ମାଡିଯିବା ପରେ ବି ତାଙ୍କୁ ସାମାନ୍ୟ ଆଘାତଟିଏ ବି ଲାଗି ନାହିଁ। ଏହି ଘଟଣାର ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା କୈଦ୍‌ ହୋଇ ରହି ଯାଇଥିଲା। ଏହି ଫୁଟେଜ ଏବେ ଭାଇରାଲ ହେବାର ଲାଗିିଛି।

Advertisment

publive-image

ସିସିଟିଭି ଫୁଟେଜରେ କୈଦ୍‌ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି, ଜଣେ ମହିଳା ମନ୍ଦିର ବାହାରେ ରାସ୍ତା ଉପରେ ଛିଡା ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଏହି ସମୟରେ ପଛକୁ ଫେରୁଥିବା ସୁରଟ ନଗର ନିଗମ (ଏସ୍‌ଏମ୍‌ସି)ର ମିନିଭ୍ୟାନ୍‌ ମହିଳାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା।

publive-image

ଏହି ଘଟଣା ଉଧନା ବିଆରସି ଗେଟ୍‌ ନିକଟରେ ଥିବା ସାଇ ମନ୍ଦିର ବାହାରେ ଘଟିଛି। ରାମିଲା ସେଲଙ୍କି ଏସ୍‌ଏମ୍‌ସିରେ ଏକ ସଫାଇକର୍ମୀ। ତାଙ୍କର ଦାବି ହେଉଛି, ସାଇ ବାବା ତାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। କାରଣ ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେ ସାଇବାବାଙ୍କୁ ହିଁ ପ୍ରାର୍ଥନା କରୁଥିଲେ।