ଜନ୍ମ ହେବା ପରେ ପିଲାଟି ମରିଯିବ ଜାଣି ସୁଦ୍ଧା ତାର ଅଙ୍ଗଦାନ କରିବା ପାଇଁ ପିଲାକୁ ଜନ୍ମ ଦେବେ ବୋଲି କହିଲେ ମହିଳା!

ଜନ୍ମ ହେବା ପରେ ପିଲାଟି ମରିଯିବ ଜାଣି ମଧ୍ୟ ତାକୁ ଜନ୍ମ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହେଲେ ମାର୍ଟିିନ୍‌ । କିନ୍ତୁ କାହିଁକି? ଏହା କରିବା ଦ୍ୱାରା ସେ ସେହି ଶିଶୁର ଅଙ୍ଗ ଅନ୍ୟ ଶିଶୁକୁ ଦାନ କରି ପାରିବେ । ଗର୍ଭ ଧାରଣର ୨୦ ସପ୍ତାହ ପରେ ସେ ଜାଣିବାକୁ ପାଇଲେ କି ପିଲାଟି ଗର୍ଭ ଯନ୍ତ୍ରଣା ସମୟରେ ହିଁ ମୃତ୍ୟୁ ବରଣ କରିବ । ଏହା ଜାଣିବା ପରେ ମଧ୍ୟ ସେ ସେହି ପିଲାକୁ ଜନ୍ମ କରିବେ ବୋଲି କହିଥିଲେ ।

ସେ କହିଥିଲେ କି “ମୋ ପିଲା ନ ବଞ୍ଚୁ କିନ୍ତୁ ତାର ଅଙ୍ଗ ଦାନ କରି ମୁଁ ଅନ୍ୟ ପିଲାଙ୍କୁ ବଞ୍ଚାଇ ତ ପାରିବି । ଏହି ନିଷ୍ପତ୍ତିି ନେବା ସମୟରେ ମୁଁ ବହୁତ ଦୁଃଖୀ ହୋଇଥିଲି । କିନ୍ତୁ ମୋ ଭିତରେ ବଢ଼ୁଥିବା ଗୋଟେ କୁନି ଜୀବନ ଦ୍ୱାରା ଯଦି ମୁଁ ଆଉ କାହାକୁ ନୂଆ ଜୀବନ ଦେଇ ପାରୁଛି ତା’ ହେଲେ ବହୁତ ଖୁସି ହେବି । ସେ ପୁରା ପୁରି ଆମକୁ ଛାଡ଼ି ଯିବନି । ଆଉ କାହା ଭିତରେ ସେ ବଞ୍ଚି ରହିବ।”

ହେଲେଏବଂ ତାଙ୍କ ସ୍ୱାମୀ ସ୍କଟ୍‌ ଗର୍ଭର ୫ ମାସ ପରେ ତାଙ୍କ ପିଲାର ବାଇଲାଟରାଲ ରେନାଲ ଏଜେନ୍ସିଜ୍‌ ଅଛି ବୋଲି ଜାଣିବାକୁ ପାଇଥିଲେ । ଏହାର ଅର୍ଥ ପିଲାଟି ଶରୀରରେ କିଡ଼୍‍ନି ନଥିବା ସହ ଆମିନୋଟିକ୍‌ ଫ୍ଲୁଇଡ଼୍‍ ମଧ୍ୟ ତା’ ଚାରି ପାଖରେ ନ ଥାଏ । ଏହା ଜାଣିବା ପରେ ସେମାନେ ଅଙ୍ଗଦାନ କରିବାର ନିଷ୍ପତ୍ତିି ନେଇଥିଲେ ।

“ଦୁଇ ଜଣ କ’ଣ ପାଇଁ ମରିବେ ଯଦି ଜଣଙ୍କୁ ଅଙ୍ଗଦାନ କରି ବଞ୍ଚାଇହେବ” ବୋଲି ହେଲେ କହିଥିଲେ । ଏ ନେଇ ସେମାନେ ଡ଼କ୍ଟରଙ୍କୁ ଜଣାଇବା ପରେ ଡ଼କ୍ଟର ପିଲାଟିର ହୃଦୟ, ଯକୃତ ଏବଂ ଅଗ୍ନାଶୟ ଅନ୍ୟକୁ ଦାନ କରାଯିବ ବୋଲି କହିଥିଲେ ।

ଏହା ଜାଣିବା ପରେ ହେଲେ ଏବଂ ତାଙ୍କ ସ୍ୱାମୀ ଅଙ୍ଗଦାନ ଗ୍ରହଣ କରୁଥିବା ଶିଶୁର ମାତା-ପିତାମାନଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଥିଲେ । ହେଲେଙ୍କ ସନ୍ତାନ ଜନ୍ମ ତାରିଖ ଜାନୁଆରି ୨୫ ଥିବା ବେଳେ ଏହା ଖ୍ରୀଷ୍ଟମାସ ସପ୍ତାହ ମଧ୍ୟରେ ହୋଇଯାଇ ପାରେ ବୋଲି ଡକ୍ଟର କହିଛନ୍ତି । ପୂର୍ବରୁ ୩ଟି ସନ୍ତାନର ଜନନୀ ଥିବା ହେଲେଙ୍କ ଏହି ପଦକ୍ଷପ ନିହାତି ଭାବରେ ପ୍ରଶଂସନୀୟ ।

ସମ୍ବନ୍ଧିତ ଖବର